Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମା'ଦୁଆରଶୁଣିଙ୍କ ପୀଠରେ ବାର୍ଷିକ ଉତ୍ସବ

ମା'ଦୁଆରଶୁଣିଙ୍କ ପୀଠରେ ବାର୍ଷିକ ଉତ୍ସବ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ମଠ ସ୍ଥିତ ଦୁଆରଶୁଣିଙ୍କ ବାର୍ଷିକ ଉତ୍ସବରେ ମା ଦୁଆରଶୁଣୀ ଯୁବନାଟ୍ୟ ପରିଷଦ ମଠ, ଗୋବିନ୍ଦପୁର ପକ୍ଷରୁ ଖୋଲା ମଞ୍ଚ ଯାତ୍ରା ଅଭିନୟ ପ୍ରଦର୍ଶିତ ହୋଇଯାଇଛି। ହଜାର ହଜାର ଦର୍ଶକ ଏହାକୁ ଉପଭୋଗ କରିବା ସହିତ ଜୀବନ୍ତ ଅଭିନୟକୁ ଉଚ୍ଚ ପ୍ରଶଂସା କରିଛନ୍ତି। ନିର୍ଦେଶକ ବଳରାମ କୁଅଁର, ମ୍ୟାନେଜର ବିନୋଦ ବିହାରୀ ଜେନା, ସଦାଶିବ ପେରେଇଙ୍କ ନେତୃତ୍ୱରେ କହିଦେଲେ କଥା ସରିଯିବ ଓ ପାପ ସମ୍ପର୍କ ଭଳି ଦୁଇଟି ନାଟକ ପ୍ରଦର୍ଶିତ ହୋଇଥିଲା।

ଏଥିରେ କଳାକାର ତ୍ରିଲୋଚନ ସା, ପ୍ରଦୀପ କୁମାର ଜେନା, ପୂର୍ଣ୍ଣ ଚନ୍ଦ୍ର ସାହୁ, ସନାତନ ମୁଦୁଲି, ରତିକାନ୍ତ ମୁଦୁଲି, ଦିଗାମ୍ବର କୁଅଁର, କଳାକୃଷ୍ଣ କୁଅଁର, ଶମ୍ବୁନାଥ ରାଉତ, ସଞ୍ଜୟ କୁମାର ଜେନା, ଅନିଲ କୁଅଁର, ବିଦ୍ୟାଧର ମୁଦୁଲି, ନାଣ୍ଡୁ ଜେନା, ମନୋଜ ଜେନା, ରାହୁଲ ମୁଦୁଲି, ଶରତ ମହଲା, ରୁଦ୍ରପ୍ରସାଦ ସା, ରମାକାନ୍ତ କୁଅଁର, ତତ୍ୱାନନ୍ଦ ମୁଦୁଲି, ଜିତେନ୍ଦ୍ର ସାହୁ, ଦିଲୀପ କୁମାର ସା, ସଚିନ ମୁଦୁଲି, ସୌରଭ ଜେନା, ମହେଶ୍ୱର ଘଡେଇ, ତ୍ରିଶା କୁଅଁର ପ୍ରମୁଖ ଅଭିନୟ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha