Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମା ରାମଚଣ୍ଡୀଙ୍କ ପୀଠରେ ପ୍ରସିଦ୍ଧ ନିଆରା ହାଣ୍ଡିଭଙ୍ଗା ଯାତ୍ରା

ମା ରାମଚଣ୍ଡୀଙ୍କ ପୀଠରେ ପ୍ରସିଦ୍ଧ ନିଆରା ହାଣ୍ଡିଭଙ୍ଗା ଯାତ୍ରା

କାକଟପୁର,(ସୁଭାଶିଷ ଖଣ୍ଡୁଆଳ):ପବିତ୍ର ବୈଶାଖ ମାସ ଶେଷ ଗୁରୁବାରରେ କୋଣାର୍କ ପୁରୀ ବେଳାମାର୍ଗ ରେ ଅବସ୍ତିତ ପ୍ରସିଦ୍ଧ ଶକ୍ତି ପୀଠ ମା ରାମଚଣ୍ଡୀଙ୍କ ନିଆରା ହାଣ୍ଡି ଭଙ୍ଗା ଜାତ ଅନୁଷ୍ଠିତ ହୋଇଯାଇଛି । ପରମ୍ପରା ଅନୁଯାୟୀ ଆଖପାଖ ଅଞ୍ଚଳର ବିଭିନ୍ନ ଗ୍ରାମର ସଧବା ମହିଳା ମାନେ ଏହି ଦିନ ମାନସିକ ରଖି ବ୍ରତ ରଖିଥାନ୍ତି । ଆଜି ଏହି ପବିତ୍ର ଦିନରେ ମହିଳା ମାନେ ପ୍ରତ୍ୟୁଷରେ ନୂତନ ବସ୍ତ୍ର ପରିଧାନ କରି ଉପବାସ ରହି ଗ୍ରାମ ଦେବତୀଙ୍କୁ ପୂଜାର୍ଚନା କରି ମାଙ୍କ ପୀଠକୁ ଆସିଥିଲେ ।

ମାନସିକଧାରୀ ମହିଳା ମାନେ ମାଙ୍କ ପୀଠରେ ମାଙ୍କ ସେବକ ମାନଙ୍କ ଦ୍ଵାରା ପ୍ରଦତ ମାଟି ହାଣ୍ଡିରେ ଖେଚୁଡି ପ୍ରସ୍ତୁତ କରିଥିଲେ । ଦୁଇ ଭାଗ ଛାଡି ଗୋଟିଏ ଭାଗ ଖେଚୁଡି ଖାଇବା ପରେ ସେବକଙ୍କ ସହ ହାଣ୍ଡି ବାଡିଆ ବନ୍ତରେ ସାତ ଘେରା ପରିକ୍ରମା କରିବା ପରେ ହାଣ୍ଡି ଗୁଡିକୁ ବାଡେଇ ଭାଙ୍ଗି ଏକ ମୁହାଁ ହୋଇ ନିଜ ନିଜ ଘରକୁ ଫେରିଥିଲେ ।କିଏ କହେ ପିତୃ ପୁରୁଷଙ୍କ ଉଦେଶ୍ୟରେ ମହିଳା ମାନେ ଏହି ପରମ୍ପରା ଆରମ୍ଭ କରିଥିଲେ । କେହି କେହି କୁହନ୍ତି ପ୍ରାଚୀନ କାଳରେ ଏହି ଅଞ୍ଚଳର ଲୋକେ ହିଂସ୍ର ଜନ୍ତୁଙ୍କ ଠାରୁ ନିଜ ପିଲା ମାନଙ୍କୁ ସୁରକ୍ଷା ଦେବା ପାଇଁ ମା ଓ ହିଂସ୍ର ଜନ୍ତୁଙ୍କ ପାଇଁ ଦୁଇ ଭାଗ ଖାଦ୍ୟ ରଖି ଏକ ଭାଗ ଖେଚୁଡି ବାଟୁଳା ଖାଇ ଏହି ପରମ୍ପରା ଆରମ୍ଭ କରିଥିଲେ । ଏଥି ପାଇଁ କାହିଁ କେତେ କାଳରୁ ଏହି ହାଣ୍ଡି ଭଙ୍ଗା ଜାତର ପରମ୍ପରା ଚାଲି ଆସୁଛି । ଆଜି ପ୍ରତ୍ୟୁଷରୁ ମା ରାମଚଣ୍ଡିଙ୍କ ସ୍ଵତନ୍ତ୍ର ନୀତିକାନ୍ତି ପରେ ମାଙ୍କ ସ୍ଵତନ୍ତ୍ର ବେଶ ଅନୁଷ୍ଠିତ ହୋଇଥିଲା । ବହୁ ସଂଖ୍ୟାରେ ଏଠାକୁ ଆସୁଥିବା ପ୍ରଜ୍ୟଟକ ଓ ସାଧାରଣ ଭକ୍ତ ମାଙ୍କ ଦର୍ଶନ କରିଥିଲେ । ମାଙ୍କ ଏହି ଜାତ ଦୁଇ ଦିନ ବ୍ୟାପୀ ଚାଲିବ ରାମଚଣ୍ଡୀ ଉନ୍ନୟନ କମିଟି ପକ୍ଷରୁ ପ୍ରତ୍ୟହ ସନ୍ଧ୍ୟାରେ ସଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha