Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମବାୟ ଚିନିଶିଳ୍ପର କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ମବାୟ ଚିନିଶିଳ୍ପର କର୍ମଚାରୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ସିକା(ୱାଇଏନ୍‍ଏସ୍‍) :ଆସିକା ସମବାୟ ଚିନିଶିଳ୍ପର ସିଭିଲ୍‍ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀ କୋରା ସିୟ ଓ ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀ ପ୍ରସନ୍ନ କୁମାର ଜେନାଙ୍କୁ ସୋମବାର ଅପରାହ୍ନରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଥିବା ଲକ୍ଷ୍ୟ କରାଯାଇଛି । ଆସିକା ସମବାୟ ଚିନିଶିଳ୍ପର ସିଭିଲ୍‍ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀ କୋରା ସିୟ ଓ ଇଞ୍ଜିନିୟରିଂ ବିଭାଗରେ କାର୍ଯ୍ୟରତ ଥିବା କର୍ମଚାରୀ ପ୍ରସନ୍ନ କୁମାର ଜେନା ସୋମବାର ନିଜ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିବା ବେଳେ ଏହି ଅବସରରେ ଏକ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।

କର୍ମମୟ ଜୀବନରୁ ଅବସର ଗ୍ରହଣ କରିଥିବା ଆସିକା ସମବାୟ ଚିନିଶିଳ୍ପର କର୍ମଚାରୀ କୋରା ସିୟ ଏବଂ ପ୍ରସନ୍ନ କୁମାର ଜେନାଙ୍କୁ ଏହି ଅବସରରେ ମୁଖ୍ୟ ଫାଟକ ନିକଟରେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆସିକା ସମବାୟ ଚିନିଶିଳ୍ପର ପରିଚାଳନା ନିର୍ଦ୍ଦେଶକ ଡଃ ସୁଶାନ୍ତ କୁମାର ପଣ୍ଡାଙ୍କ ପରାମର୍ଶକ୍ରମେ ଅନୁଷ୍ଠିତ ହୋଇଥିବା ଏହି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭାରେ ଶିଳ୍ପାନୁଷ୍ଠାନର ସଂପାଦକ ସନ୍ତୋଷ କୁମାର ମଲିକ, ବରିଷ୍ଠ କର୍ମଚାରୀ ଅନିଲ୍‍ କୁମାର ଦାଶ, ବରିଷ୍ଠ ପରିଚାଳକ (ପ୍ରକ୍ରିୟାକରଣ) ଶ୍ରୀନିବାସ ମହାପାତ୍ର, ବରିଷ୍ଠ ପଦାଧିକାରୀ ଇଂ କେଦାରନାଥ ସାହୁ ପ୍ରମୁଖ ଯୋଗଦେଇ ଅବସର ଗ୍ରହଣ କରିଥିବା କର୍ମଚାରୀ କୋରା ସିୟ ଓ ପ୍ରସନ୍ନ କୁମାର ଜେନାଙ୍କ ବହୁମୁଖୀ ପ୍ରତିଭା ଓ କାର୍ଯ୍ୟଦକ୍ଷତା ଶୈଳୀ ଉପରେ ଆଲୋକପାତ କରି ସେମାନଙ୍କର କାର୍ଯ୍ୟ କୁଶଳତା, ବ୍ୟବହାର, ନିଷ୍ଠାପର, କର୍ମକ୍ଷେତ୍ରରେ ଦାୟିତ୍ୱବୋଧ ଭୂମିକା, କର୍ମଚାରୀ ଓ ସହକର୍ମୀମାନଙ୍କ ସହ ସୁସଂପର୍କ ଉପରେ ସ୍ମୃତିଚାରଣ କରିବା ସାଙ୍ଗକୁ ସେମାନଙ୍କର ଅବସର ପରବର୍ତ୍ତୀ ଜୀବନ ସୁଖ, ଶାନ୍ତି, ଆନନ୍ଦମୟ, ନିରୋଗ ତଥା ଉଜ୍ଜ୍ୱଳମୟ ହେଉ ବୋଲି ଭଗବାନଙ୍କ ନିକଟରେ କାମନା କରିଥିଲେ । ଏହି ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଚିନିଶିଳ୍ପର କର୍ମଚାରୀ ବାଇଧର ନାହାକ, ଏମ୍‍.ରାମବାବୁ ଦୋରା, ସୁଶାନ୍ତ କୁମାର ପାତ୍ର, କୃଷ୍ଣଚନ୍ଦ୍ର ଲେଙ୍କା, ଅକ୍ଷୟ କୁମାର ସ୍ୱାଇଁ, ଦାମୋଦର ସିୟ, ପବିତ୍ର ମୋହନ ପାତ୍ର, ରାକେଶ୍‍ କୁମାର ସିୟ, ଲଲାଟେନ୍ଦୁ ସ୍ୱାଇଁ, ସୌମେନ୍ଦ୍ର କୁମାର ପଟ୍ଟନାୟକ, ବିଷ୍ଣୁ ପ୍ରସାଦ ଜେନା, କୈଳାଶ ଚନ୍ଦ୍ର ଗୌଡ, ସନ୍ତୋଷ କୁମାର ପଟ୍ଟନାୟକ, ଚାପଧର ରାଉତ, ପ୍ରଶାନ୍ତ କୁମାର ବିଶ୍ୱାଳ, କାଳୁଚରଣ ପ୍ରଧାନ, ହାଡୁବନ୍ଧୁ ପାତ୍ର, ଲମ୍ବୋଦର ସାବତଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ପଦାଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha