Dailyhunt
ମାଣିଖଣ୍ଡି ମହାପୁରୁଷ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

ମାଣିଖଣ୍ଡି ମହାପୁରୁଷ ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଦୀର୍ଘ ଏକଶହ ବର୍ଷରୁ ଅଧିକ ହେବ ବିଶ୍ୱଶାନ୍ତି ନିମନ୍ତେ ଅଞ୍ଚଳବାସୀ କରୁଛନ୍ତି ଯଜ୍ଞ। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ୍ ବ୍ଲକ ଅଧିନ ଗୋଲରାହାଟ, ବାଲିଆ ଓ ଲକ୍ଷ୍ମୀନାରାୟଣପୁର ଭଳି ତିନୋଟି ପଞ୍ଚାୟତର ଜନସାଧାରଣଙ୍କ ସହଯୋଗରେ ଏହି ଯଜ୍ଞ କାର୍ଯ୍ୟ ସମ୍ପାଦିତ ହୋଇ ଆସୁଅଛି। ଅକ୍ଷୟ ତୃତୀୟା ଠାରୁ ଡେରାବିଶ ଥାନା ଠାରୁ ମାତ୍ର ଅଳ୍ପ କେଇମିଟର ଦୂରରେ ଥିବା ମାଣିଖଣ୍ଡି ମହାପୁରୁଷଙ୍କ ପୀଠରେ ଏହି ବିଶ୍ୱଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଆସୁଛି।

ଏଠାକାର ବିଶେଷତ୍ୱ ହେଉଛି ମହାପୁରୁଷ ଲଗାଇଥିବା ଏକ ବୃକ୍ଷ ଯାହାକି ଆଜକୁ ଦୀର୍ଘବର୍ଷ ଧରି ଏଠାରେ ପୂଜା ପାଇ ଆସୁଛି। ମହାପୁରୁଷଙ୍କ ନାମ ଅଞ୍ଚଳର କୌଣସି ବୁଦ୍ଧିଜୀବି କିମ୍ବା ଗବେଷକଙ୍କୁ ଜଣା ନଥିବା ବେଳେ ବାପା ଅଜାଙ୍କ ସମୟରୁ ମହାପୁରୁଷ ଅଚ୍ୟୁତାନନ୍ଦ ଦାସଙ୍କ ସମ ସାମୟିକ ବୋଲି କହିଛନ୍ତି ଯଜ୍ଞ କମିଟି ସଭାପତି ବନମାଳୀ ଦୁବେ। ଏହି ମହାପୁରୁଷଙ୍କ ନିକଟରେ ସିଦ୍ଧ ଶ୍ରୀଧର ମହାରାଜ ବର୍ଷ ତମାମ ପ୍ରତ୍ୟେହ ପୂଜାନୀତି ସମ୍ପାଦନ କରି ଆସୁଥିବା ବେଳେ ପୂଜକ ଭାବେ ପ୍ରମୋଦ ମହାପାତ୍ର ନିଯୁକ୍ତ ହୋଇଛନ୍ତି। ସାତଦିନ ଧରି ହୋଇ ଆସୁଥିବା ଏହି ଯଜ୍ଞର କର୍ତ୍ତା ଭାବେ ବରେନ୍ଦ୍ର ମହାନ୍ତି ଓ ନଳିନୀ ମହାନ୍ତି ଦାୟିତ୍ୱ ନିର୍ବାହ କରୁଛନ୍ତି। ପରିଚାଳନା କମିଟିରେ ସୁନୀଲ କୁମାର ସାହୁ, ବିଭୁପ୍ରସାଦ ବେହେରା, ବ୍ରଜସୁନ୍ଦର ମହାନ୍ତି,ପରମାନନ୍ଦ ବେହେରା, ଜ୍ଞାନରଞ୍ଜନ କର, ତୁଷାର ସାହୁ, ବ୍ରଜକିଶୋର ସାହୁ, ଜ୍ଞାନେନ୍ଦ୍ର ସାହୁ, ପ୍ରଦୀପ ସାହୁ, ବ୍ରଜସୁନ୍ଦର ମହାନ୍ତି, ବିଶ୍ୱଜିତ ନାୟକ, ବିଚିତ୍ର ବିଶ୍ୱାଳ ପ୍ରମୁଖ ରହି ସହଯୋଗ କରୁଛନ୍ତି। ତେବେ ଏକ ଅଲୌକିକ ଘଟଣାକ୍ରମେ ଏହି ଅଜଣା ଗଛକୁ ବନବିଭାଗ ପକ୍ଷରୁ ଚିହ୍ନଟ କରାଯାଇ ପାରିନଥିବା କୁହନ୍ତି ସମ୍ପାଦକ ଅନିରୁଦ୍ଧ ବେହେରା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha