Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମୁନିଗୁଡ଼ା ପୋଲିସ ତରଫରୁ ନିଶା ମୁକ୍ତି ଓଡ଼ିଶା ଅଭିଯାନ

ମୁନିଗୁଡ଼ା ପୋଲିସ ତରଫରୁ ନିଶା ମୁକ୍ତି ଓଡ଼ିଶା ଅଭିଯାନ

ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡ଼ା ପୋଲିସ ଷ୍ଟେସନ ପରିସରରେ 'ନିଶା ମୁକ୍ତ ଓଡ଼ିଶା ଅଭିଯାନ' ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଥାନା ଅଧିକାରୀ କେଶବ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ହୋଇଯାଇଛି। ଅତିଥିଭାବେ ଏସଡିପିଓ ସନ୍ତୋଷିନି ଓରାମ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ପ୍ରଥମେ ଥାନା ଅଧିକାରୀ ଶ୍ରୀ ଷଡ଼ଙ୍ଗୀ କାର୍ଯ୍ୟକ୍ରମର ମୁଖ୍ୟ ଉଦେଶ୍ୟ ଓ ଏହାର ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ନିଶା କିପରି ସୁସ୍ଥ ସମାଜକୁ ବିକଳାଙ୍ଗ କରି ଦେଉଛି ତା ଉପରେ ସତର୍କ କରିଥିଲେ। ଏବଂ ରାଜ୍ୟରୁ ମାଦକ ଦ୍ରବ୍ୟ (ନିଶା) ସେବନର କୁପ୍ରଭାବକୁ ଦୂର କରିବା ଏବଂ ନିଶାମୁକ୍ତ ସମାଜ ଗଠନ କରିବା ଆମର ଲକ୍ଷ୍ୟ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ। ପରେ ଏସଡିପିଓ ଶ୍ରୀମତୀ ଓରାମ ଆମ ରାଜ୍ୟରୁ ନିଶା ଦ୍ରବ୍ୟ ସେବନର କୁପ୍ରଭାବକୁ ଦୂର କରିବା ଏବଂ ଏକ ସୁସ୍ଥ ନିଶାମୁକ୍ତ ସମାଜ ଗଠନ କରିବା ଆମ ସମସ୍ତଙ୍କ ଲକ୍ଷ ହେବା ଦରକାର। ସେଥିପାଇଁ ପୋଲିସର ଦାୟିତ୍ୱ ଅନେକ ଅଛି। ସେସବୁକୁ ଅତି ନିଷ୍ଠାର ସହ କରିପାରିଲେ ମାନବ ସମାଜ ପ୍ରତି ଶ୍ରେଷ୍ଟ କର୍ତ୍ତବ୍ୟ ହେବ ବୋଲି କହିଥିଲେ। ଏଥିସହ ଏହି ଅଭିଯାନରେ ସ୍ଥାନୀୟ ଯୁବପିଢ଼ି,ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତାଙ୍କୁ ନିଶାର କ୍ଷତିକାରକ ପ୍ରଭାବ ବିଷୟରେ ସଚେତନ କରିବା।ସଚେତନତା ରଥ, ଶିବିର, ପଦଯାତ୍ରା ଏବଂ ବିଦ୍ୟାଳୟ ମାନଙ୍କରେ ବିଭିନ୍ନ ପ୍ରତିଯୋଗିତା (ଯଥା- ଚିତ୍ରାଙ୍କନ, ବକ୍ତୃତା) ମାଧ୍ୟମରେ ଏହାକୁ ପ୍ରଚାର କରିବା ପାଇଁ ସରକାର ପ୍ରୟାସ ଜାରି ରଖିଥିବା ସତ୍ବେ ପୋଲିସର ଗୁରୁ ଦାୟିତ୍ବ ଅନେକ ଥିବା ସେ କହିଥିଲେ। ଏହି ଅବସରରେ ଏସଡିପିଓ ଶ୍ରୀମତୀ ଓରାମ ଥାନାରେ ଏସଆଇ ଜିୟଚିନ୍ଦ୍ର ସାହୁ, ମହେଶ୍ୱର ପାଇକା,ଉର୍ମିଳା ସେଠୀ, ମହେନ୍ଦ୍ର ହାଂସଦା ପ୍ରମୁଖଙ୍କ ସମେତ ଅନ୍ୟ ପୋଲିସ୍ ଅଧିକାରୀ ଓ କର୍ମଚାରୀ ମାନଙ୍କୁ ନିଶାମୁକ୍ତ ଜୀବନଶୈଳୀ ଅବଲମ୍ବନ କରିବା ଓ ସମାଜରୁ ନିଶା ଦୂର କରିବା ପାଇଁ ଶପଥ ଗ୍ରହଣ କରାଇବା ସହ ନିଶା କାରବାର ଓ ଚୋରାଚାଲାଣ ବିରୋଧରେ ମୁନିଗୁଡ଼ା ପୋଲିସ ଆଗାମୀ ଦିନରେ ଅଭିଯାନକୁ ଆହୁରି ବ୍ୟାପକ କରାଯିବ ବୋଲି ସୂଚନା ଦେଇଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha