Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

ଦିଗପହଣ୍ଡି(ଅଳକ ନାଥ ମିଶ୍ର)ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ କଲେଜ ପ୍ରାଣୀବିଜ୍ଞାନ ବିଭାଗ ଯୁକ୍ତ ୩ ପ୍ରଥମବର୍ଷ ଛାତ୍ରୀ ଛାତ୍ର ଙ୍କୁ କଲେଜ ପରିସରରେ ମଙ୍ଗଳବାର ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। କଲେଜ ଅଧ୍ୟକ୍ଷ ଅଶ୍ୱିନୀ କୁମାର ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ନବାଗତ ଛାତ୍ରୀ ଛାତ୍ର ଙ୍କୁ ସ୍ୱାଗତ କରାଯାଇଥିଲା।

ପାଠପଢ଼ା ସହିତ ନୈତିକ ମୂଲ୍ୟବୋଧ, ଚରିତ୍ର ଗଠନ ଓ ବ୍ୟକ୍ତିତ୍ୱର ବିକାଶ ପ୍ରତି ଧ୍ୟାନ ଦେବାକୁ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। କଲେଜ ର ରସାୟନ ବିଭାଗ ମୁଖ୍ୟ ତଥା ଷ୍ଟାଫ କାଉନସିଲ ସଚିବ ଡ଼. କୈଳାଶ ଚନ୍ଦ୍ର ସ୍ୱାଇଁ ଛାତ୍ରୀ ଛାତ୍ର ଙ୍କୁ ଉତ୍ତମ ଚରିତ୍ର ଗଠନ ପାଇଁ ଭାଗବତ ଗୀତାର ଆଦର୍ଶ ଅନୁସରଣ କରି ଜୀବନକୁ ସଫଳ କରିବାକୁ ଆହ୍ୱାନ ଦେଇଥିଲେ। ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ମୁଖ୍ୟ ଡ଼.

ସୁରେନ୍ଦ୍ର ଶବର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଛାତ୍ରୀ ଛାତ୍ର ମାନଙ୍କୁ ଶୃଙ୍ଖଳିତ ଜୀବନଯାପନ ସହ ଗୁରୁଜନଙ୍କୁ ଉଚିତ ସମ୍ମାନ ଦେବା ନିମନ୍ତେ ପରାମର୍ଶ ଦେଇଥିଲେ। ତୃତୀୟ ବର୍ଷ ଛାତ୍ରୀ ଅଞ୍ଜଳି ପାତ୍ର ପ୍ରାରମ୍ଭିକ ସଂଗୀତ ପରିବେଷଣ କରିଥିବା ବେଳେ ଶ୍ରାବଣୀ ପ୍ରଧାନ ନୃତ୍ୟ ପରିବେଷଣ କରିଥିଲେ। ପ୍ରାଣୀ ବିଜ୍ଞାନ ବିଭାଗ ମୁଖ୍ୟ ଅଧ୍ୟାପିକା ମେଡଲିନ କୁଜୁର ଓ ଅଧ୍ୟାପିକା ଏସ. ବୁଜି ରେଡ୍ଡୀ ସଭା ସଂଯୋଜନା କରିଥିଲେ।

ପ୍ରବୀନ କୁମାର ପାଢ଼ୀ ଓ ବର୍ଷା ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ। ରାଜା ସିଂ, ପୂଜା ନାହାକ, ଶୁଭସ୍ମିତା ଜେନା, ଜ୍ୟୋତିରାଣୀ ନାହାକ, କେ. ଶାନ୍ତି, ସ୍ବର୍ଣ୍ଣପ୍ରଭା ପଣ୍ଡା, ସୃତି ଜେନା, ବିଧୁସ୍ମିତା ରଥ, ଶ୍ରେୟା ରେଡ୍ଡୀ, ବେବି ସ୍ୱାଇଁ, ବର୍ଷା ପଟ୍ଟନାୟକ ଏବଂ ବିଭାଗର ଅନ୍ୟ ଛାତ୍ରୀ ଛାତ୍ର ଙ୍କ ସମେତ କଲେଜର ଅଧ୍ୟାପିକା ଅଧ୍ୟାପକ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ବିଭାଗର ଡେମନଷ୍ଟେଟର ଅଶ୍ୱିନୀ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha