Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନିଶାମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନ

ନିଶାମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନ

ସିକା (ୱାଇଏନ୍‍ଏସ୍‍): ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ସ୍ଥାନୀୟ ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ପକ୍ଷରୁ ନିଶାମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟ ଏବଂ ମେକ୍‍ ମାଇକେଲ୍‍ ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା, ଯୁବ ରେଡକ୍ରସ୍‍, ଭାରତ ସ୍କାଉଟସ୍‍ ଓ ଗାଇଡସ୍‍ର ମିଳିତ ସହଯୋଗରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ବାବାନାଥ ମିଶ୍ର ଯୋଗଦେଇ ଯୁବ ସମାଜକୁ ନିଶାଦ୍ରବ୍ୟର କୁପ୍ରଭାବ ସଂପର୍କରେ ସଚେତନ କରିବା ସାଙ୍ଗକୁ ନିଶା ଆଜି କେବଳ ସ୍ୱାସ୍ଥ୍ୟଗତ ସମସ୍ୟା ହୋଇ ରହିନାହିଁ ବରଂ ଏହା ମାନସିକ ଓ ଶାରୀରିକ ସାମର୍ଥ୍ୟ ହ୍ରାସ କରିବା ସହ ପରିବାରର ଆର୍ଥିକ ମେରୁଦଣ୍ଡକୁ ଭାଙ୍ଗି ଦେଉଛି ।

ତେଣୁ ଯୁବ ସମାଜ ମାରାତ୍ମକ ନିଶା ଆଡକୁ ଜାଣିଶୁଣି ବା ସଂଗଦୋଷରୁ ଆକୃଷ୍ଟ ନ ହେବାକୁ ପରାମର୍ଶ ଦେବା ସହ ଯୁବ ଶକ୍ତି ନିଶା ବିରୋଧୀ ଅନ୍ଦୋଳନରେ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ମେକ୍‍ ମାଇକେଲ୍‍ ସଂସ୍କୃତ ମହାବିଦ୍ୟାଳୟରେ ଅନୁଷ୍ଠିତ ନିଶାମୁକ୍ତ ଯୁବ-ବିକଶିତ ଭାରତ ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟାପିକା କବିତା କୁମାରୀ ଦାଶ, ଅଧ୍ୟାପକ ଶିଶିର କୁମାର ମିଶ୍ର, କିରାଣୀ ଟୁନା ମହାରଣା ଯୋଗଦେଇ ଛାତ୍ରଛାତ୍ରୀମାନେ ନିଶାମୁକ୍ତ ସମାଜର ଦୂତ ହେବାକୁ ପରାମର୍ଶ ଦେଇଥିବା ଦେଖିବାକୁ ମିଳିଥିଲା । ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ବହୁ ଛାତ୍ରଛାତ୍ରୀ ଯୋଗଦେଇଥିଲା ବେଳେ ସାମୂହିକ ଶପଥପାଠର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha