Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ନୃସିଂହ ଜନ୍ମୋତ୍ସବ ପାଳିତ

ନୃସିଂହ ଜନ୍ମୋତ୍ସବ ପାଳିତ

ସିକା (ୱାଇଏନ୍‍ଏସ୍‍) : ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସିକା ପୌର ପରିଷଦ ଅଧିନସ୍ଥ ସୁନାମ୍ବ ରଥଦାଣ୍ଡ ସାହି ସ୍ଥିତ ଶ୍ରୀ ଶ୍ରୀ ଅଭୟ ନୃସିଂହ ମନ୍ଦିର, କାଳଷଣ୍ଢପୁର ନୃସିଂହ ମନ୍ଦିର, ନଳବଣ୍ଟା ନୃସିଂହ ମନ୍ଦିର, ଜୟପୁର ଗ୍ରାମ ନୃସିଂହ ମନ୍ଦିର, ନିରାଳ ନୃସିଂହ ମନ୍ଦିର, ଖଡଭାଗ ଗ୍ରାମ ନୃସିଂହ ମନ୍ଦିର ସମେତ ଆଖପାଖ ଗ୍ରାମାଞ୍ଚଳରେ ଥିବା ସମସ୍ତ ନୃସିଂହ ମନ୍ଦିରରେ ପ୍ରଭୁ ନୃସିଂହଙ୍କ ଜନ୍ମୋତ୍ସବ ପାରମ୍ପରିକ ରୀତିନୀତି ଅନୁଯାୟୀ ପାଳିତ ହୋଇଯାଇଛି ।

ଏହି ଅବସରରେ ସୁନାମ୍ବ ସାହି ସ୍ଥିତ ଶ୍ରୀ ଶ୍ରୀ ଅଭୟ ନୃସିଂହ ମନ୍ଦିର ପରିସରରେ ମହାପ୍ରଭୁ ନୃସିଂହନାଥଙ୍କ ସ୍ୱତନ୍ତ୍ର ପୂଜା ସହ ଚନ୍ଦନ ଅଗୁରରେ ମହାସ୍ନାନ କରାଯାଇଥିଲା । ମନ୍ଦିର ପରିସରରେ ହୋମଯଜ୍ଞର ଆୟୋଜନ ସାଙ୍ଗକୁ ସମୂହ ପ୍ରସାଦସେବନ କରାଯାଇଥିଲା ବେଳେ ରାତ୍ରରେ ଆସିକା ସହରର ବିଭିନ୍ନ ସାହି ବସ୍ତିର ମୁଖ୍ୟରାସ୍ତାରେ ପାଣି, ଗୋବରପାଣି, ଚନ୍ଦନପାଣି ଛିଞ୍ଚାଯିବା ପରେ ଛେରାପହଁରା କରାଯାଇ ନୂଆଁ ବସ୍ତ୍ର ପକାଯାଇ ମହାପ୍ରଭୁ ନୃସିଂହନାଥଙ୍କ ବିଜେ ପ୍ରତିମାକୁ ନଗର ପରିକ୍ରମା କରାଯାଇଥିଲା । ଭଗବାନ ନୃସିଂହନାଥଙ୍କ ଜନ୍ମୋତ୍ସବ ଓ ସୁନାମ୍ବ ସାହି ସ୍ଥିତ ଶ୍ରୀ ଶ୍ରୀ ଅଭୟ ନୃସିଂହ ମହାପ୍ରଭୂଙ୍କ ବାର୍ଷିକ ଯାତ୍ରା ମହୋତ୍ସବ ଅବସରରେ ମନ୍ଦିର ପରିସରରେ ଅନୁଷ୍ଠିତ ହୋମଯଜ୍ଞ କାର୍ଯ୍ୟକ୍ରମରେ କର୍ତ୍ତା ରୂପେ ମହନ୍ତ ମହାରାଜ ଲଛମନ ଦାସ ଦାୟିତ୍ୱ ନିର୍ବାହ କରିଥିଲା ବେଳେ ଜଣାଶୁଣା ପଣ୍ଡିତ ରତ୍ନାକର ଦାଶ, ହେମନ୍ତ କୁମାର ଦାଶ, ସୀତାରାମ ଦାଶ, ହିମାଂଶୁ ଶେଖର ସାମନ୍ତରା, ମନ୍ଦିରପୂଜକ କୈଳାଶ ଚନ୍ଦ୍ର ଦାଶ ଏବଂ ଶୁଭ୍ରାଂଶୁ ଦାଶ ଓ ଶିବାନନ୍ଦ ଦାଶ ସହଯୋଗ କରିଥିଲେ । ଆସନ୍ତାକାଲି ଅର୍ଥାତ୍ ଶୁକ୍ରବାର ଦିନ ମହାପ୍ରଭୁ ନୃସିଂହନାଥଙ୍କ ବାର୍ଷିକଯାତ୍ରା ଉଦ୍‍ଯାପିତ ହେବାକୁ ଥିବା ବେଳେ ସୁନାମ୍ବ ରଥଦାଣ୍ଡ ସାହି ବାସିନ୍ଦାଙ୍କ ସହଯୋଗରେ ଗୁରବାର ଅନୁଷ୍ଠିତ ହୋଇଥିବା ପ୍ରଭୁ ନୃସିଂହନାଥଙ୍କ ଜନ୍ମ ମହୋତ୍ସବ ପାଳନ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଯାତ୍ରା ପରିଚାଳନା କମିଟି ସଭାପତି ତୋଫାନ କୁମାର ସାହୁ, ଉପସଭାପତି ସୁକାନ୍ତ ପ୍ରଧାନ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ଗୌଡ, ସଂପାଦକ ସୁମନ ପ୍ରଧାନ, ସହସଂପାଦକ ରୋହନ କୁମାର ଗୌଡ, ଉପଦେଷ୍ଟା ଲକ୍ଷ୍ମୀ ନାରାୟଣ ମହାନ୍ତି ଓ ଲକ୍ଷ୍ମୀ ନାରାୟଣ ବେହେରା, ଆଧ୍ୟାତ୍ମିକପ୍ରେମୀ ପି.ନାଗେଶ୍ୱର ପାତ୍ର, ବସନ୍ତ କୁମାର ପାଣିଗ୍ରାହୀ, ନାରାୟଣ ଗୌଡ, ଶୁଭମ୍‍ ଗୌଡ, ଶୁଭମ୍‍ ଦାଶ, ନରସିଂହ ପାଣିଗ୍ରାହୀ, ନିରଞ୍ଜନ ପ୍ରଧାନ, କଂଗ୍ରେସ ଗୌଡ, କୁନା ଗୌଡ, କାହ୍ନା ଗୌଡଙ୍କ ସମେତ ସ୍ଥାନୀୟ ଅଞ୍ଚଳବାସୀ, ଉତ୍ସାହୀ ଯୁବପିଢୀ, ଆଧ୍ୟାତ୍ମିକପ୍ରେମୀ, ଶ୍ରଦ୍ଧାଳୁ ଭକ୍ତ ସକ୍ରିୟ ସହଯୋଗ କରୁଥିବା ଦେଖିବାକୁ ମିଳିଥିଲା । ନୃସିଂହ ଚତୁର୍ଦ୍ଦଶୀ ଅବସରରେ ସୁନାମ୍ବ ସାହି ସ୍ଥିତ ଅଭୟ ନୃସିଂହ ମନ୍ଦିରରେ ପ୍ରଭୁ ନୃସିଂହନାଥଙ୍କୁ ପୂଜାର୍ଚ୍ଚନା କରିବା ଲାଗି ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha