Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଓଟିପି ନେଇ ଫର୍ମ-୭ରେ ଜାଲିଆତି ଅଭିଯୋଗ : ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଓଟିପି ନେଇ ଫର୍ମ-୭ରେ ଜାଲିଆତି ଅଭିଯୋଗ : ଏନଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଧାମନଗର (ଓ୍ବାଇଏନଏସ): ଧାମନଗର ଏନଏସି ଅନ୍ତର୍ଗତ ବିଭିନ୍ନ ୱାର୍ଡ ତଥା ୧୯ ଗୋଟି ବୁଥରୁ ପାଖାପାଖି ୩୧ଶହରୁ ଉର୍ଦ୍ଧ୍ବ ଭୋଟରଙ୍କ ନାମ କାଟିବା ପ୍ରତିବାଦ ଏବଂ ଇ.ଓ.ସନ୍ତୋଷ କୁମାର ନାୟକଙ୍କ ବିରୋଧରେ ନଗର ବିଜେଡି ପକ୍ଷରୁ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବିଜେଡି ନଗର ସଭାପତିଙ୍କ ନେତୃତ୍ବରେ ଚୁନୁପଡା ଛକଠାରୁ ଏକ ଶୋଭାଯାତ୍ରା ବାହାରି ବଜାର ପରିକ୍ରମା କରି ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ।ସେଠାରେ ବିଜେଡି ନେତା ଏମଡି ଫକିରୁଦ୍ଦିନଙ୍କ ସଭାପତିତ୍ୱ ରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।

ଏହି ଧାରଣ ସହ ପ୍ରତିବାଦ ସଭାରେ ଧାମନଗର ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷ ଅଶୋକ କୁମାର ନାୟକ ଯୋଗ ଦେଇ ଫର୍ମ ନମ୍ବର ୭ ର ଦୁରୁପଯୋଗ କରି ବିଏଲଓ ମାନଙ୍କ ଠାରୁ ଚଞ୍ଚକତା ପୂର୍ବକ ଓଟିପି ସଂଗ୍ରହ କରି,ଇ.ଓ.ଶ୍ରୀ ନାୟକ ଯେଉଁଭଳି ଭାବରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭୋଟରମାନଙ୍କ ନାମ କାଟିଛନ୍ତି। ତାହା ସମ୍ପୂର୍ଣ୍ଣ ରୂପେ ଗଣତନ୍ତ୍ରର ହତ୍ୟା। ଏହି ଅନ୍ୟାୟ ବିରୁଦ୍ଧରେ ଆନ୍ଦୋଳନ ଜାରି ରହିବ ଏବଂ ନ୍ୟାୟ ପାଇବା ପର୍ଯ୍ୟନ୍ତ ଲଢେ଼ଇ କରାଯିବ ଦରକାର ପଡ଼ିଲେ ଯେଉଁ ମାନେ ଏଥିରେ ସମ୍ପୃକ୍ତ ସେମାନଙ୍କୁ କୋର୍ଟର କାଠଗଡାରେ ନେଇ ଛିଡ଼ା କରାଯିବ ବୋଲି ଶ୍ରୀ ନାୟକ ରୋକଠୋକ ଚେତାବନୀ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀ ବିଜେଡି ନେତା ସଞ୍ଜୟ କୁମାର ଦାସ,ଏନ ଏ ସି ଅଧ୍ୟକ୍ଷା ନିବେଦିତା ଜେନା,ଉପାଧ୍ୟକ୍ଷ ଓସିମ ଏଜଦାନି କାଦିରୀ,ନଗର ବିଜେଡି ସଭାପତି ବିଜୟ କେତନ ସେହୁ,ଯୁବ ସଭାପତି ସେକ ସୈଫୁଦ୍ଦିନ,ସମିତି ସଭ୍ୟ ଭାରତ ବିଜୟ ଦଳେଇ,ଜ୍ଞାନରଞ୍ଜନ ମହାକୁଡ଼,ବରିଷ୍ଠ ବିଜେଡି ନେତା ରାମଚନ୍ଦ୍ର ସାହୁ,ସୁଶାନ୍ତ କୁମାର ରାଉତ,ଆଇନଜୀବୀ ଅମରେନ୍ଦ୍ର ମହାନ୍ତି ସହ କାଉନସିଲର ପ୍ରମୁଖ ଯୋଗ ଦେଇ ଏହି ସମ୍ବେଦନଶୀଳ ଘଟଣାରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଭାଇ ଓ ଭଉଣୀମାନଙ୍କ ସହିତ ଧାମନଗର ବିଜେଡି ସଦାସର୍ବଦା ଛିଡ଼ା ହୋଇଛି ଏବଂ ଆଗକୁ ମଧ୍ୟ ଏହି ଲଢ଼େଇରେ ସକ୍ରିୟ ଭାବେ ସାମିଲ ରହିବ ବୋଲି ଦଳ ତରଫରୁ ସୂଚନା ଦିଆଯାଇଛି। ଗଣତନ୍ତ୍ରର ଅଧିକାର ପାଇଁ ଏହି ଆନ୍ଦୋଳନ ଧାରଣାରେ ହଜାର ହଜାର ମହିଳା ଓ ପୁରୁଷ ପ୍ରକୃତ ଭୋଟର ସାମିଲ ହୋଇଥିଲେ।ସ୍ଥାନୀୟ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ସାଇ ସିଲୋଳା ଏବଂ ପଲ୍ଲୀଭାରତ ମହାଳିକଙ୍କ ମାଧ୍ୟମରେ ଜିଲ୍ଲାପାଳ ମହୋଦୟଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଧାମନଗର ଏସଡିପିଓ ଉପସ୍ଥିତ ଥିବା ବେଳେ ଆଇଆଇସି ଶୁଭ୍ରଜିତ ଦାଶଙ୍କ ତତ୍ତ୍ୱାବଧାନରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha