Dailyhunt
ପକ୍ଷଘାତ ରୋଗୀକୁ ଟ୍ରାଇ ସାଇକେଲ ପ୍ରଦାନ

ପକ୍ଷଘାତ ରୋଗୀକୁ ଟ୍ରାଇ ସାଇକେଲ ପ୍ରଦାନ

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ମାରେଡା ଗ୍ରାମର ପ୍ରଶାନ୍ତ ଦାସ(ମାନା)ଙ୍କୁ ସାମାଜିକ କର୍ମୀ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି। ପ୍ରଶାନ୍ତ ଗ୍ରାମରେ ପାଇପ ଲାଇନ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ଗତ ୧୫ ଦିନ ତଳେ ସେ ପକ୍ଷଘାତ ରୋଗର ଶିକାର ହୋଇ ବିଛଣାରେ ପଡି ରହିଛନ୍ତି।

ତାଙ୍କୁ ଉଠା ବସା କରିବା ପାଇଁ ବହୁତ ଅସୁବିଧା ହେଉଥିଲା। ଖବର ପାଇ ସାମାଜିକ କର୍ମୀ ଅନିଲ କୁମାର ଲେଙ୍କା ଓ ସୁନିଲ ମାଟିଆ ତାଙ୍କ ବାସଭବନରେ ପହଂଚି ଏକ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି। ସାଇକେଲ ପାଇବା ଦ୍ୱାରା ପ୍ରଶାନ୍ତଙ୍କୁ ଉଠାଇ ସାଇକେଲରେ ବସାଇ ବୁଲୁବା ପାଇଁ ସୁବିଧା ହେଉଥିବା ପରିବାର ଲୋକ କହିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha