Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପାରଳାରେ ଭାଗବାନ  ଶ୍ରୀସତ୍ୟସାଇଙ୍କ ୧୦୧ ତମ ଜନ୍ମ ଦିବସ

ପାରଳାରେ ଭାଗବାନ ଶ୍ରୀସତ୍ୟସାଇଙ୍କ ୧୦୧ ତମ ଜନ୍ମ ଦିବସ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କ 101 ତମ ଜନ୍ମ ବାର୍ଷିକୀ ମହାସମାରୋହରେ ପାଳିତ ହୋଇଯାଇଛି. ପାରଳା ସହରର ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ରାଜଦାଣ୍ଡ ଠାରେ ଥିବା ସତ୍ୟସାଇଙ୍କ ମନ୍ଦିର ଠାରେ ଆଜି ଭୋର ସକାଳୁ ଦ୍ବୀପ ଧୂପ ପ୍ରଦାନ କରି ବାବାଙ୍କୁ ପୂଜା ପାଠ କରାଯାଇଥିଲା.

ଏହାପରେ ମଧ୍ୟାହ୍ନ ସମୟରେ ବାବାଙ୍କ ମନ୍ଦିର ସମ୍ମୁଖରେ ପାରଳାଖେମୁଣ୍ଡି ଶ୍ରୀ ସତ୍ୟସାଇ ସେବା ସମିତି ତରଫରୁ ଅନ୍ନପ୍ରସାଦ ପ୍ରଦାନ କରାଯାଇଥିଲା. ଆଜିର ଏହି କାର୍ଯ୍ୟକ୍ରମରେ ସେବା ସମିତିର ସମସ୍ତ ସଦସ୍ୟ ଓ ସଦସ୍ୟା ଯୋଗ ଦେଇଥିଲେ. 1200 ରୁ ଅଧିକ ଲୋକଙ୍କୁ ବାବାଙ୍କ 101ତମ ଜନ୍ମ ବାର୍ଷିକୀ ଅବସରରେ ଅନ୍ନପ୍ରସାଦ ପ୍ରଦାନ କରାଯାଇଥିଲା।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha