Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୌର ପରିଷଦ ପକ୍ଷରୁ ଜବର ଦଖଲ ଉଚ୍ଛେଦ

ପୌର ପରିଷଦ ପକ୍ଷରୁ ଜବର ଦଖଲ ଉଚ୍ଛେଦ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ସହରରେ ବେଆଇନ ଜବର ଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ଗୁରୁତର ହୋଇଛି। ବିଭିନ୍ନ ସମୟରେ ଏହାକୁ ନେଇ ସାଧାରଣରେ ଅସନ୍ତୋଷ ବୃଦ୍ଧି ପାଇଛି। ସମସ୍ୟା ପ୍ରତି ସମସ୍ତେ ସଚେତନ ଥିଲେ ମଧ୍ୟ ଏହା ଉପରେ ଜବର ଦଖଲକାରୀଙ୍କ କୌଣସି ନିଘା ନାହିଁ। ଗତ ଦୁଇ ଦିନ ତଳେ ଟ୍ରାଫିକ ସମସ୍ୟା ସମାଧାନ ପାଇଁ ପୌର ପରିଷଦ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଶୁକ୍ରବାର ପୌର ପ୍ରସାଶନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି। ଦକ୍ଷିଣ ବ୍ଲକ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଆବଣ୍ଟିତ ହୋଇଥିବା ବ୍ୟବସାୟିକ ଦୋକାନ ଗୃହ ସମ୍ମୁଖରେ ହୋଇଥିବା ଜବର ଦଖଲକୁ ହଟାଇ ଦିଆଯାଇଛି। ପୌର ପରିଷଦ ପକ୍ଷରୁ ଆବଣ୍ଟିତ ହୋଇଥିବା ବ୍ୟବସାୟିକ ଦୋକାନ ଗୁଡିକର ନିର୍ଦ୍ଧିଷ୍ଟ ପରିସୀମା ପରେ ଏବଂ ଡ୍ରେନ ଅତିକ୍ରମ କରି ବ୍ୟବସାୟୀ ମାନେ ଜବର ଦଖଲ କରି ବ୍ୟବସାୟ ଚଳାଇ ଆସୁଥିଲେ। ଏହାକୁ ଦୃଷ୍ଟିରେ ରଖି ପୌର ପରିଷଦ ପାଇଁ ତାଲିମରେ ଯୋଗ ଦେଇଥିବା ପ୍ରୋବେସନ ଆଇଏଏସ ସରାନ୍ୟା ଏସଙ୍କ ଉପସ୍ଥିତିରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁକାନ୍ତ ଚନ୍ଦ୍ର ବେଉରା, ପୌର ଯନ୍ତ୍ରୀ ମୁକେଶ ପ୍ରଧାନ, କନିଷ୍ଠ ସ୍ୱଚ୍ଛତା ଅଧିକାରୀ ସମୀର ମହାନ୍ତି ଓ ପୁଲିସ ପ୍ରଶାସନ ଦକ୍ଷିଣ ବ୍ଲକ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଜବର ଦଖଲ କରିଥିବା ବ୍ୟବସାୟୀଙ୍କ ଉପକରଣ ଗୁଡିକୁ ହଟାଇ ଦିଆଯାଇଛି। ଡ୍ରେନକୁ ଅତିକ୍ରମ ନ କରି ଦୋକାନ ଗୃହର ସୀମିତ ଜାଗାରେ ବ୍ୟବସାୟ କରିବା ନିମନ୍ତେ ଵ୍ୟଵସାୟୀଙ୍କୁ ପରାମର୍ଶ ଦିଆଯାଇଛି।ଏହା ବ୍ୟତୀତ ବସଷ୍ଟାଣ୍ଡ ପରିସରରେ ଜାଗା ଅକ୍ତିଆର କରି ବିକ୍ରି କରୁଥିବା ଛୋଟ ଵ୍ୟଵସାୟୀଙ୍କୁ ମଧ୍ଯ ଉଛେଦ୍ଦ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha