Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପୌର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ

ପୌର ପରିଷଦ ପକ୍ଷରୁ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ପୌର-ପରିଷଦ ପକ୍ଷରୁ ଆଜି "ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ-୨୦୨୬ , ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ମହା ସମାରୋହରେ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ପୌର ଅଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ।

ଏହି ଅବସରରେ ଉପସ୍ଥିତ ସମସ୍ତଙ୍କୁ ଉଦବୋଧନ ଦେଇ କହିଥିଲେ ଯେ , ପୌର ପରିଷଦ ପକ୍ଷରୁ ଜନସାଧାରଣଙ୍କ ଚାହିଦା ଦୃଷ୍ଟିରୁ ପାରଳାଖେମୁଣ୍ଡି ସହରରେ ବହୁ ଉନ୍ନତି ମୂଳକ କାର୍ଯ୍ୟ କରାଯାଇଛି । ସହରକୁ ସଫାସୁତୁରା ରଖିବା ଦିଗରେ ବିଭିନ୍ନ ସଚେତନତା ମୂଳକ ପଦକ୍ଷେପ ନିଆଯାଇଛି । ଆଗକୁ ଆହୁରି ଉନ୍ନତିମୂଳକ କାର୍ଯ୍ୟ ଜାରୀ ରହିବ , ସେଥିପାଇଁ ଜନସାଧାରଣଙ୍କ ସହଯୋଗ ମିଳିଲେ ପାରଳା ସହରକୁ ଏକ ଅଗ୍ରଣୀ ସ୍ୱଚ୍ଛ ସହର ଭାବେ ଗଢି ତୋଳିବା ରେ ବିଶେଷ ସହାୟକ ହୋଇପାରିବ, ଜନସାଧାରଣଙ୍କ ସମେତ ପାରଳା ର ମିଡିଆ ଭାଇ ମାନଙ୍କ ବିନା ସହଯୋଗରେ ପୌର ପରିଷଦର ସର୍ବାଙ୍ଗୀନ ଉନ୍ନତି ହୋଇପାରିବ ନାହିଁ ବୋଲି କହିଥିଲେ । ଅନ୍ୟ ପକ୍ଷରେ ପୌର ପରିଷଦର ଉନ୍ନତି ମୂଳକ କାର୍ଯ୍ୟକ୍ରମରେ କେହି ବାଧା ସୃଷ୍ଟି ନ କରି ସମସ୍ତେ ଜାତି, ଧର୍ମ, ବର୍ଣ୍ଣ, ଭାଷା ନିର୍ବିଶେଷରେ ଆମେ ସମସ୍ତେ ହେଉଛୁ ପାରଳା ବାସୀ, ଆମେ ସମସ୍ତେ ଏକ ଓ ସମସ୍ତେ ଭାରତୀୟ ଏହି ମନୋଭାବ ରଖି ସହଯୋଗ ରଖିବାକୁ ଆହ୍ବାନ କରିଥିଲେ । ମୁଖ୍ୟତଃ ପୌର ପରିଷଦର ସମସ୍ତ ସଫେଇ କର୍ମଚାରୀ ପାହାନ୍ତିଆ ସକାଳୁ ସମଗ୍ର ସହରକୁ ସଫାସୁତୁରା ରଖୁଥିବା ଭୂମିକାକୁ ଭୁୟସୀ ପ୍ରଶଂସା କରିଥିଲେ । ଏହି ଅବସରରେ ପୌର ପରିଷଦର ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ କୁମାର ମୁର୍ମୁ ଉଦବୋଧନ ଦେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମରେ ପାରଳା ବାସୀ ମିଳିମିଶି ସହଯୋଗ କରିବାକୁ କହି ପୌର ପରିଷଦ କର୍ମଚାରୀ ମାନେ ସେମାନଙ୍କ ଦାୟିତ୍ବ ସ୍ଵଚ୍ଛତାର ସହ ନିର୍ବାହ କରି ଜନସାଧାରଣଙ୍କ ସେବାରେ ବ୍ରତୀ ହେବାକୁ ଆହ୍ବାନ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ୩ ନଂ ୱାର୍ଡ ସଭ୍ୟ ଶ୍ରୀ ବାବୁନା ବିଭୂତି ବେହେରା ଏବଂ ୪ ନଂ ୱାର୍ଡ ସଭ୍ୟ ଶ୍ରୀ ବାବୁ ବାଳକୃଷ୍ଣ ପାତ୍ର ଉଦବୋଧନ ଦେଇ ସଫେଇ କର୍ମଚାରୀ ମାନଙ୍କ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha