Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ବିଶାଳ ରକ୍ତଦାନ ଓ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଉପଲକ୍ଷେ ବିଶାଳ ରକ୍ତଦାନ ଓ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର

ବାଲେଶ୍ବର (ସରୋଜ ପଣ୍ଡା): ରବିବାର ସକାଳ ୧୦ ଘଟିକା ସମୟରେ ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନ ଓ "ସେବା ସଂକଳ୍ପ ଅଭିଯାନ" ଅବସରରେ ରେମୁଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବଡପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଜେପି ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଓ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା।

ଏହି ଶିବିରକୁ ସରକାରୀ ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ଙ୍କ କରକମଳରେ ଉଦ୍ଘାଟନ କରାଯାଇଥିଲା। ଉଦ୍ଘାଟନ ଅବସରରେ ପୂର୍ବତନ ରେମୁଣା ବ୍ଲକ ଅଧ୍ୟକ୍ଷ ସୁଶାନ୍ତ ପଟ୍ଟନାୟକ, ବଡପାଳ ସମିତିସଭ୍ୟ ଶର୍ମିଷ୍ଠା ପତି, ନାୟକ ସରପଞ୍ଚ ଜାନକୀ ଜେନା, ମଣ୍ଡଳ ସଭାପତି ବିବେକ ବିକାଶ ରାଉତ, ସାଧାରଣ ସମ୍ପାଦକ ତପନ କୁମାର ଦାସ, ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ପ୍ରଭାତ ମହାର୍ଣ୍ଣା, ପଞ୍ଚାୟତ ପ୍ରମୁଖ ସୁନ୍ଦର ମୋହନ ସିଂ ଓ ସହାପ୍ରମୁଖ ସୁଶାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସେବା ସଂକଳ୍ପ ଅଭିଯାନର ଅଂଶରୂପ ଆୟୋଜିତ ଏହି ଶିବିରରେ ବହୁ ସଂଖ୍ୟକ ଯୁବକ ଓ ସାଧାରଣ ଲୋକ ରକ୍ତଦାନ କରିଥିଲେ। ଏହି ଶିବିରରୁ ସର୍ବମୋଟ ୭୮ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା। ଏହାସହିତ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିରରେ ଚକ୍ଷୁ, ଦାନ୍ତ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଡାକ୍ତରମାନେ ରୋଗୀମାନଙ୍କୁ ଆବଶ୍ୟକ ପରାମର୍ଶ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ହରିଶ୍ଚନ୍ଦ୍ର ମହାଳିକ, ପରମାନନ୍ଦ ମହାନ୍ତି, ନୃସିଂହ ମହାଳିକ, ରମେଶ ଚନ୍ଦ୍ର ପଣ୍ଡା, ବିଦ୍ୟାଧର ସାମଲ, ରାମକୃଷ୍ଣ ଦାସ, ପ୍ରମୁଦ୍ ପଢିହାରୀ, ସବିତା ସାହୁ, ସାବିତ୍ରୀ ପ୍ରଧାନ, ରାଜେନ୍ଦ୍ର ଦାସ, ଅଭିମନ୍ୟୁ ସାହୁ, ଜୟନ୍ତ ପାଳ, ସୁବ୍ରତ ମହାପାତ୍ର, ଦିବାକର ମହାକୁଡ଼, ଶରତ ରାଉତ, ତପନ ରାଉତ, ବସନ୍ତ କୁମାର ସାହୁ, ପ୍ରଦୀପ ମହାଳିକ, ଦେବେନ୍ଦ୍ର ମଣ୍ଡଳ, ଚିତ୍ତରଞ୍ଜନ ବେହେରା ଓ ବସନ୍ତ ପ୍ରଧାନ ପ୍ରମୁଖ ସକ୍ରିୟ ଭାବେ ସହଯୋଗ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha