Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ

ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ପ୍ରାକୃତିକ ବିପର୍ଯୟ ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଥାଏ । ତେବେ ଏହାକୁ ନ ରୋକି ପାରିଲେ ମଧ୍ୟ ସଚେତନତା ଦ୍ୱାରା ଏଥିରୁ ସୁରକ୍ଷିତ ରହିପାରିବା । ମହାସାଗର ନିକଟରେ ବା ଗଭୀର ଭୂକମ୍ପ ସମସ୍ୟା ଯୋଗୁଁ ବିଶାଳ ତରଙ୍ଗ ବାରମ୍ବାର ସୃଷ୍ଟି ହେବାରୁ ସୁନାମି କୁହାଯାଏ ।ଏହି ସୁନାମି ଯୋଗୁଁ ସ୍ଥଳ ଭାଗରେ ରହୁଥିବା ସମସ୍ତ ପ୍ରାଣୀ ମାନଙ୍କୁ ବିଭିନ୍ନ ପ୍ରକାର କ୍ଷୟକ୍ଷତି ର ସାମ୍ନା କରିବାକୁ ପଡେ ।

୨୦୧୫ ମସିହା ଡିସେମ୍ବର ମାସରେ ଜାତିସଙ୍ଘ ମହାସଭା ନଭେମ୍ବର ୫ ତାରିଖ କୁ ବିଶ୍ୱ ସୁନାମି ସଚେତନତା ଦିବସ ରୂପେ ନାମିତ କରାଯାଇଥିଲା । ଜାପାନୀଜ ଶବ୍ଦ "ସୁ "ଅର୍ଥ ବନ୍ଧର ଏବଂ "ନାମୀ "ର ଅର୍ଥ ତରଙ୍ଗ । ପ୍ରତିବର୍ଷ ଏହି ଦିନରେ ଏକ ସ୍ୱତନ୍ତ୍ର ବାର୍ତ୍ତା ଦିଆଯାଏ । "ଏକ ସ୍ଥାୟୀ ତଥା ଦୃଢ଼ ଭବିଷ୍ୟତ ପାଇଁ ଅସମାନତା ବିରୋଧରେ ଲଢେଇ ।ବୁଧବାର ସକାଳୁ ସକାଳୁ ସାଇରନ,ଘଣ୍ଟ,ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଶିଶୁଅ ପଂଚାୟତର ବେଳଙ୍ଗ,ବଡ଼ ସିରେଇ ଓ କୋରଣା ପଂଚାୟତ ର ନଟରା ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବାତ୍ୟା ଆଶ୍ରୟ ସ୍ଥଳୀରେ ସାଇରନ ବାଜିଲା ପରେ ସମସ୍ତେ ସୁରକ୍ଷିତ ସ୍ଥାନକୁ ଯିବାକୁ ଦୌଡ଼ିଥିଲେ, ସାଥିରେ ଘରର ମୂଲ୍ୟବାନ କାଗଜପତ୍ର, ଧନସମ୍ପତି ତଥା ସୁନା ଅଳଙ୍କାର ସହ ବୃଦ୍ଧ ବୃଦ୍ଧା ଙ୍କୁ ଖୁବ ଶୀଘ୍ର ସ୍ଥାନାନ୍ତ୍ରର କରିବାକୁ ମକଡ୍ରିଲ କରାଯାଇଥିଲା ।ଏହା ସହ ଗୃହପାଳିତ ପଶୁ ଙ୍କୁ ନେଇ ଲୋକ ମାନେ ସୁରକ୍ଷିତ ସ୍ଥାନକୁ ଯାଇଥିଲେ ।ବନ୍ତିଲୋ ଠାରେ ଥିବା ଜନତା ଉଚ୍ଚବିଦ୍ୟାଳୟ ଓ ଶ୍ରୀ ଜଗନ୍ନାଥ ନୋଡାଲ ବିଦ୍ୟାଳୟକୁ ଆଶ୍ରୟସ୍ଥଳୀ ଭାବେ ସୁରକ୍ଷିତ ମନେ କରି ସ୍ଥାନୀୟ ଅଞ୍ଚଳ ବାସି ପହଁଞ୍ଚଥିଲେ । ଗ୍ରାମବାସୀ ଙ୍କୁ ନେଇ ବିଭାଗୀୟ ଅଧିକାରୀ ମାନେ ସୁନାମି ସମ୍ପର୍କୀୟ ସଚେତନତା ଉପରେ ମନ୍ତବ୍ୟ ରଖିଥିଲେ ।ଆଶ୍ରୟସ୍ଥଳୀରେ ଅନୁଷ୍ଠିତ ମକଡ୍ରିଲକୁ ଅତିଥି ଭାବେ ଅସ୍ତରଙ୍ଗ ବିଡ଼ିଓ ସୃଶ୍ରୀ ସସ୍ମିତା ବେହେରା ଉଦଘାଟନ କରିଥିଲେ ।ସୁନାମି ବିପର୍ଯ୍ୟୟ ସମୟରେ ଲୋକଙ୍କୁ କିପରି ବିଭିନ୍ନ ଉପାୟରେ ଉଦ୍ଧାର କରାଯାଇପାରିବ ଏବଂ ଧନଜୀବନ କ୍ଷୟକ୍ଷତିକୁ ରୋକି ହେବ ସେଥିପ୍ରତି ଦୃଷ୍ଟି ଦେବା ଉପରେ ରାଜ୍ୟ ପର୍ଯ୍ୟବେକ୍ଷକ (ଓଶଡାମା) ଅମ୍ବିକା ପ୍ରସାଦ ମିଶ୍ର,ଅସ୍ତରଙ୍ଗ ବ୍ଲକ ଜିପିଡ଼ିଓ ନିରାକାର ମିଶ୍ର,ଜନତା ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ପରିଡା,କୋରଣା ପଞ୍ଚାୟତ ସରପଞ୍ଚ ମଧୁଶ୍ମିତା କାଣ୍ଡି,ଅସ୍ତରଙ୍ଗ ଅଗ୍ନିଶମ କର୍ମଚାରୀ ଗଗନ ବିହାରୀ ମାହାନ୍ତି ,ନୋଡାଲ ଏନଜିଓ ଚିନ୍ମୟ ପ୍ରସାଦ ସେନାପତି, ଆପଦମିତ୍ର ତନ୍ମୟ ଚାଟାର୍ଜୀ ଓ ପ୍ରଦୀପ୍ତ ବିଶ୍ୱାଳ କହିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମ ରେ ସ୍ଥାନୀୟ ଜନସାଧାରଣଙ୍କ ଉପସ୍ଥିତରେ ଓଶଡାମା ରାଜ୍ୟ ପର୍ଯ୍ୟବେକ୍ଷକ ଭାବେ ଶ୍ରୀ ଅମ୍ବିକା ପ୍ରସାଦ ମିଶ୍ର ନିଜ ମନ୍ତବ୍ୟ ରେ ସୁନାମି ସଚେତନତା ସମ୍ପର୍କରେ ବୁଝାଇବା ସହ ସବୁ ବେଳେ ନିଜର ଗୁରୁତ୍ୱପୂର୍ଣ୍ଣ କାଗଜ ପତ୍ର, ପିଲାଙ୍କ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର,ଟଙ୍କା ଓ ସୁନାଅଳଙ୍କାର ଏକ ନିଦ୍ଧିଷ୍ଟ ସ୍ଥାନରେ ରଖିବାକୁ ସୂଚନା ଦେଇଥିଲେ । ସୁନାମି ଆସିଲେ କିପରି ଜାଣିବା ଓ ପୂର୍ବପ୍ରସ୍ତୁତି କିପରି ହେବା ସେ ସମ୍ପର୍କରେ ଉପସ୍ଥିତ ଲୋକ ମାନଙ୍କୁ ସଚେତନ କରାଇଥିଲେ ।ଏହି କାର୍ଯ୍ୟକ୍ରମ ରେ ସ୍ଥାନୀୟ ନଟରା ଅଧିବାସୀ ଙ୍କ ସହ ଆଶା, ଅଙ୍ଗନବାଡି କର୍ମୀ, ଏଏନ ଏମ କର୍ମୀ ଓ ଶିକ୍ଷକ ଉପସ୍ଥିତ ଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha