Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରାସ୍ତା ଉପରେ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

ରାସ୍ତା ଉପରେ ପୋଲ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ

ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ବାଂଶ ପଂଚାୟତର ପଡାଗ୍ରାମ ବଗିଚା ସାହିରେ ଏକ ପୋଲ ନିର୍ମାଣ କରିବାକୁ ପଡାଗ୍ରାମବାସୀମାନେ ଜନ ଶୁଣାଣୀ ପୋର୍ଟାଲ ମାଧ୍ୟମରେ ଏକ ଅଭିଯୋଗପତ୍ର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ରବିବାର ପ୍ରେରଣ କରିଛନ୍ତି। ଅଭିଯୋଗ ମୁତାବକ ବାଂଶ ଗ୍ରାମର ପଡା ଗ୍ରାମ ବଗିଚାସାହି ପଡାରେ ୨୦ରୁ ଉର୍ଦ୍ଧ୍ୱ ପରିବାର ବସବାସ କରନ୍ତି।

ସିତୁରା ଗ୍ରାମ ଦେଇ ପ୍ରବାହିତ ଗୋବରୀରୁ ନାଳରୁ ପ୍ରାୟ ୩ କିମି ଲମ୍ବ ବିଶିଷ୍ଟ ଏକ ଶାଖା ନାଳ ବାହାରି ଏହି ପଡା ଗ୍ରାମ ଦେଇ ଚାଷ ଜମି ମଧ୍ୟକୁ ଯାଇଛି। ଏହି ପଡା ଗ୍ରାମକୁ ସଂଯୋଗୀକରଣ କରିବାକୁ ଦୀର୍ଘ ବର୍ଷ ତଳେ ଉକ୍ତ ନାଳ ଉପରେ ଏକ ପୋଲ ନିର୍ମାଣ କରାଯାଇଥିଲା। ଉକ୍ତ ପୋଲଟି ଦୀର୍ଘ ବର୍ଷ ହେବ ନିର୍ମାଣ ହୋଇଥିବାରୁ ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି। ଏପରିକି ପୋଲଟି ଇଟା ଖୁଂଟରେ ନିର୍ମାଣ କରାଯାଇଥିବାରୁ ଉକ୍ତ ଇଟା ନଷ୍ଟ ହୋଇ ଗଳି ପଡୁଛି।

ଯାହାଫଳରେ ଯାନବାହାନ ଏହି ପୋଲ ଦେଇ ଯାଇ ପାରୁନାହିଁ। ପୋଲଟି ବାଡ ବିହିନ ହୋଇଥିବା ବେଳେ ବର୍ଷା ଦିନେ ନାଳରେ ଭରା ପାଣି ରହୁଥିବାରୁ ଛୋଟ ପିଲାଙ୍କୁ ବିଦ୍ୟାଳୟକୁ ଛାଡିବାକୁ ମଧ୍ୟ ଭୟ ଲାଗୁଛି। ସେହିପରି ଉକ୍ତ ପଡାରେ କାହାର ଦେହ ଖରାପ ହେଲେ ଆମ୍ବୁଲାନ୍ସ ଏହି ପୋଲ ଦେଇ ଆସିବାକୁ ଭୟ କରୁଛି। ଏପରିକି ରୋଗୀକୁ ଟେକି ଟେକି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେବାକୁ ପଡୁଛି। ତେଣୁ ଉକ୍ତ ନାଳରେ ବର୍ଷାଦିନ ପୂର୍ବରୁ ଏକ ପୋଲ ନିର୍ମାଣ କରିବା ପାଇଁ ଅଭିଯୋଗରେ ଦର୍ଶାଯାଇଛି। ଏହି ଅଭିଯୋଗପତ୍ରରେ ପଡାବାସୀ କୈଳାସ ଭୋଇ, ଶରତ ଭୋଇ, ତୋଫାନୀ ଭୋଇ, ସୌଦାମିନୀ ଭୋଇ,ଚନ୍ଦନ କୁମାର ଭୋଇ,କାର୍ତିକ ଭୋଇ,ଗୁରୁ ଦାସ,ସୁମିତ୍ରା ଦାସ ଆଦିଙ୍କ ସ୍ୱାକ୍ଷରରେ ପ୍ରଦାନ କରାଯାଇଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha