Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ରଥରେ ଶ୍ରୀବଳଦେବଜୀଉଙ୍କ ପାଖରେ ଚୂଡାଘଷା ଭୋଗ

ରଥରେ ଶ୍ରୀବଳଦେବଜୀଉଙ୍କ ପାଖରେ ଚୂଡାଘଷା ଭୋଗ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ତୁଳସୀକ୍ଷେତ୍ରର ଆରାଧ୍ୟ ପ୍ରଭୁ ଆଜି ବ୍ରହ୍ମତାଳଧ୍ୱଜ ରଥରେ ବସି ରତ୍ନସିଂହାସନକୁ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ ବାଟରେ ଜିଲ୍ଲା କୈବର୍ତ୍ତସମାଜ ପକ୍ଷରୁ ଶ୍ରୀଜୀଉଙ୍କ ନିକଟରେ ଚୂଡାଘଷା ଲାଗି କରାଯାଇଥିଲା। ଶୁକ୍ରବାର ବାହୂଡାଦଶମୀରେ ଶ୍ରୀଜୀଉ ରଥାରୁଢ ହେବା ପରେ ରଥ ଟଣା ହୋଇ ଅଧବାଟରେ ଅଟକି ରହିଥିଲା।

ଆଜି ଅପରାହ୍ନରେ ପୁନର୍ବାର ରଥ ଟଣା ହୋଇ କୈବର୍ତ୍ତସାଇ ନିକଟରେ ପହଞ୍ଚିବା ପରେ ପ୍ରତିବର୍ଷ ଭଳି ପରମ୍ପରା ଅନୁଯାୟି ସେଠାରେ ଜିଲ୍ଲା କୈବର୍ତ୍ତସମାଜ ପକ୍ଷରୁ ଚୂଡାଘଷା ଭୋଗ ଲାଗି କରାଯାଇଥିଲା। କୈବର୍ତ୍ତସମାଜର ମହାଲପଣ୍ଡା ନୃସିଂହ ପ୍ରସାଦ ପତ୍ରୀ ପୂଜାର୍ଚ୍ଚନା କରିବା ସହିତ ଶ୍ରୀଜୀଉଙ୍କ ପାଖରେ ଚୂଡାଘଷା ଲାଗି କରିଥିଲେ। କୈବର୍ତ୍ତସମାଜ ପକ୍ଷରୁ କୁଳମଣୀ ବେହେରା, ସୁରେନ୍ଦ୍ର ବେହେରା, ଦିଲ୍ଲିପ ମହାପାତ୍ର, ଅଜୟ ଚୈାଧୁରୀ, ବିଜୟ ବେହେରା, ଫକିର ବେହେରା, ଶ୍ରୀଧର ବେହେରା, ରାଜୁ ମହାପାତ୍ର, ମନୋରଞ୍ଜନ ଦଳେଇ, ସଚ୍ଚିଦାନନ୍ଦ ବେହେରା, ହଳଧର ବେହେରା, ସଞ୍ଜୟ ପାତ୍ର, ସତ୍ୟାନନ୍ଦ ବେହେରା ପ୍ରମୁଖ ଉପସ୍ଥିତ ରହି ଶ୍ରୀଜୀଉଙ୍କ ଆଶିର୍ବାଦ ଭିକ୍ଷା କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha