Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସାଳନ୍ଦୀ ବ୍ୟାରେଜରେ ଭାରିଯାନ ଚଳାଚଳ ବନ୍ଦ: ନୂତନ ପୋଲ ନିର୍ମାଣ ଦାବି

ସାଳନ୍ଦୀ ବ୍ୟାରେଜରେ ଭାରିଯାନ ଚଳାଚଳ ବନ୍ଦ: ନୂତନ ପୋଲ ନିର୍ମାଣ ଦାବି

ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲା ହାଟଡ଼ିହି ବ୍ଲକ୍ ସାଳନ୍ଦୀ ବିଦ୍ୟାଧରପୁର ବ୍ୟାରେଜ ପୋଲ ଉପରେ ଉପରେ ଜଳସମ୍ପଦ ବିଭାଗ ଭାରିଯାନ ଚଳାଚଳ ବନ୍ଦ କରିଛି। କେନ୍ଦ୍ରୀୟ ବିଶେଷଜ୍ଞ ଟିମ୍ ବ୍ୟାରେଜର ସୁରକ୍ଷାକୁ ନେଇ ତଦନ୍ତ କରିବା ପରେ ଭାରିଯାନ ଚଳାଚଳ ବନ୍ଦ କରିବାକୁ ସୂଚନା ଦେଇଥିଲେ। ଏହାକୁ ନେଇ ଇ ବିଦ୍ୟାଧରପୁର ଜଳ ସମ୍ପଦ ବିଭାଗ ଡିଭିଜନର ସୁପରିଟେଣ୍ଡ ଇଞ୍ଜିନିୟରଙ୍କ ପକ୍ଷରୁ ଚିଠି କରି କେନ୍ଦୁଝର ଜିଲାପାଳ, କେନ୍ଦୁଝର ଏସ.ପି, ଚିଫି ଇଞ୍ଜିନିୟର ବୈତରଣୀ ଡିଭିଜନ କେନ୍ଦୁଝର, ଆଡିସିନାଲ ଟିଫି ଇଞ୍ଜିନିୟର ଶାଳପଡ଼ା, ଆନନ୍ଦପୁର ଉପଜିଲାପାଳ, ହାଟଡ଼ିହି ତହସିଲଦାର, ସୋସୋ ପୋଲିସ ସମେତ୍ ଅନ୍ୟ ବିଭାଗକୁ ସୂଚନା ଦିଆଯାଇଛି।

ଡ୍ୟାମର ସୁରକ୍ଷା ଓ ନିରାପତା ପାଇଁ ୨୦୨୧ ଆଇନକୁ ପାଥେୟ କରି ଭାରିଯାନ ଚଳାଚଳ ବନ୍ଦ କରାଯାଇଛି। ଦୁଇ ମୁଣ୍ଡ ପାର୍ଶ୍ଵରେ ଖୁଣ୍ଟ ପୋତାଯାଇଛି। ବିଭାଗ ପକ୍ଷରୁ ଡାକବାଜି ମାଧ୍ୟମରେ ଭାରିଯାନ ଚଳାଚଳ ବନ୍ଦ କରାଯାଇଥିବା କୁହାଯାଇଛି। ବିଦ୍ୟାଧରପୁର ଡିଭିଜନର ଅଧିକ୍ଷଣ ଯନ୍ତ୍ରୀ ଭାଗୀରଥ୍ ପାତ୍ର କହିଛନ୍ତି ଯେ ବ୍ୟାରେଜ ପୋଲଟି ୫୦ ବର୍ଷରୁ ଉର୍ଦ୍ଧ ହୋଇଯାଇଥିବାରୁ କେନ୍ଦ୍ରିୟ ଟିମ୍ ତଦନ୍ତ କରି ଭାରିଯାନ ଚଳାଚଳ ନ କରିବାକୁ କହିଥିଲେ।

ଏହାକୁ ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ଏଥିରେ ସମସ୍ତେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। କିନ୍ତୁ ବ୍ୟାରେଜ ଅପରପଟେ ୪ଟି ପଞ୍ଚାୟତର ଲୋକମାନେ ବସବାସ କରୁଥିବାରୁ ସେମାନଙ୍କ ଚଳଣି ଉପରେ ଏହାର ପ୍ରଭାବ ପକାଇବ ବୋଲି ଅଭିଯୋଗ ହୋଇଛି। ସେହି ଲୋକମାନଙ୍କର ଆବଶ୍ୟକତା ପୂରଣ ପାଇଁ ଜଳସମ୍ପଦ ବିଭାଗ ପଦକ୍ଷେପ ନେବା ଆବଶ୍ୟକ।

ଲୋକମାନେ ଗୃହ ନିର୍ମାଣ ପାଇଁ ଆବଶ୍ୟକ କରୁଥିବା ସାମଗ୍ରୀ , ନଦୀ ସେପଟେ ହେଉଥିବା ସରକାରଙ୍କ ଉନ୍ନୟନ ମୂଳକ କାର୍ଯ୍ୟପାଇଁ ଆବଶ୍ୟକ କଞ୍ଚାମାଲ ଏହି ବ୍ୟାରେଜ ପୋଲ ଉପର ଦେଇ ଯାଇଥାଏ। ତେଣୁ ଭାରୀଯାନ ଚଳାଚଳ ବନ୍ଦ ହେଲେ ଏହାର ପ୍ରଭାବ ପଡିବ। ଅନ୍ୟ ପଟେ ଏହି ବ୍ୟାରେଜ ରାସ୍ତାଟି ବହୁତ ଅଣ ଓସାରିଆ ଥିବାରୁ ବ୍ୟାରେଜ ଉପରେ ଗାଡିଟିଏ ଗଲେ ସାଧାରଣ ଲୋକଟେ ଚାଲିକରି ଯିବା ସମ୍ଭବ ହେଉନି। ଯାହାଦ୍ୱାରା କି ଦୁର୍ଘଟଣାମାନ ଘଟି ଧନ ଜୀବନ ହାନୀ ଘଟୁଛି। ତେଣୁ ସାଳନ୍ଦୀ ନଦୀ ଉପରେ ବିଦ୍ୟାଧରପୁର ଠାରେ ଏକ ପୋଲ ନିର୍ମାଣ ପାଇଁ ଦାବି ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସୋମନାଥ ଦାସ, ଗୋପାଳ ପଟ୍ଟନାୟକ, ଅନ୍ତର୍ଯ୍ୟାମୀ ରାଉତ, ଆଞ୍ଚଳିକ ବରିଷ୍ଠ ନାଗରିକ ବିକାଶ ମଞ୍ଚ ସଭାପତି ପର୍ଶୁରାମ ପେଡା, ଅମୁଲ୍ୟ ମିଶ୍ର, ପୂର୍ବତନ ସରପଞ୍ଚ ବସନ୍ତ ପଢ଼ିଆରୀ ପ୍ରମୁଖ ଦାବି କରିଛନ୍ତି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha