Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସନ୍ଥ ଶିରୋମଣି ରବି ଦାସଙ୍କ ଜନ୍ମଭୂମିର ମାଟିକୁ ଭବ୍ୟ ସ୍ୱାଗତ

ସନ୍ଥ ଶିରୋମଣି ରବି ଦାସଙ୍କ ଜନ୍ମଭୂମିର ମାଟିକୁ ଭବ୍ୟ ସ୍ୱାଗତ

ବାଲେଶ୍ୱର, (ସରୋଜ ପଣ୍ଡା): ସନ୍ଥ ଶିରୋମଣି ଗୁରୁ ରବି ଦାସଙ୍କ ଆସନ୍ତା ୬୫୦ତମ ଜନ୍ମଜୟନ୍ତୀ ଅବସରରେ ତାଙ୍କ ଜନ୍ମସ୍ଥାନ ବାରଣାସୀରୁ ଅଣାଯାଇଥିବା ପବିତ୍ର ଜନ୍ମଭୂମିର ମାଟିକୁ ଶନିବାର ବାଲେଶ୍ୱର ରେଳ ଷ୍ଟେସନ୍‌ରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଭବ୍ୟ ସ୍ୱାଗତ ଜଣାଯାଇଛି। ରାଜ୍ୟସ୍ତରୀୟ ଟୋଲିର ମୁଖ୍ୟ ତଥା ଯାଜପୁର ସାଂସଦ ରବି ନାରାୟଣ ବେହେରାଙ୍କ ନେତୃତ୍ୱରେ ଏକ ୮-ଜଣିଆ ପ୍ରତିନିଧି ଦଳ ବାରଣାସୀ ଯାଇ ଗୁରୁପୂର୍ଣ୍ଣିମା ଦିନ ସନ୍ଥ ରବି ଦାସଙ୍କ ଜନ୍ମଭୂମିରୁ ପବିତ୍ର ମାଟି ସଂଗ୍ରହ କରିଥିଲେ।

ଆସନ୍ତା ମାଘ ପୂର୍ଣ୍ଣିମାରେ ସନ୍ଥ ରବି ଦାସଙ୍କ ୬୫୦ତମ ଜନ୍ମଜୟନ୍ତୀ ପାଳନ କରାଯିବ। ଏହି ଅବସରରେ ସଂଗୃହୀତ ମାଟିକୁ ପ୍ରଥମେ ଭୁବନେଶ୍ୱର ସ୍ଥିତ ରାମ ମନ୍ଦିରରେ ରଖାଯିବା ପରେ ରାଜ୍ୟର ସମସ୍ତ ଜିଲ୍ଲାକୁ ପଠାଯିବ ବୋଲି ସୂଚନା ମିଳିଛି। ବାଲେଶ୍ୱର ରେଳ ଷ୍ଟେସନ୍‌ରେ ଆୟୋଜିତ ସ୍ୱାଗତ କାର୍ଯ୍ୟକ୍ରମରେ ବାଲେଶ୍ୱର ଟୋଲିର ମୁଖ୍ୟ ତଥା ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ପର୍ଶୁରାମ ପରିଡାଙ୍କ ସମେତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ସୁଷମା ରାଣୀ ବିଶ୍ୱାଳ, ଜିଲ୍ଲା ସମ୍ପାଦକ ରାଜେଶ ମହାପାତ୍ର, ଏସ୍‌ସି ମୋର୍ଚ୍ଚା ସଭାପତି ସନ୍ତୋଷ ସେଠୀ, ଚିତ୍ତରଞ୍ଜନ ପଣ୍ଡା, ରଣଜିତ ପୃଷ୍ଟି, ସ୍ୱର ଝଙ୍କାର ସେଠୀ, ଆଶ୍ରିତା ତରେଇ, ସମୟ ଟୁଡୁ, ମିହିର ମାଝୀ, ନିରୋଜ ବେହେରା, ସନ୍ଧ୍ୟାରାଣୀ ବେହେରା ଓ ସୁମନ୍ତ ମହାଳିକ ପ୍ରମୁଖ ଉପସ୍ଥିତ ଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha