Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶିବାନନ୍ଦ ଆଶ୍ରମରେ ଗୋପୂଜନ

ଶିବାନନ୍ଦ ଆଶ୍ରମରେ ଗୋପୂଜନ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ପବିତ୍ର ବଳଦେବଜନ୍ମ ଓ ଗହ୍ମାପୂର୍ଣ୍ଣମା ଅବସରରେ ଗରାପୁରସ୍ଥିତ ଶିବାନନ୍ଦ ଆଶ୍ରମରେ ଗୋପୂଜନ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଶ୍ରମର ଅଧ୍ୟକ୍ଷା ଶ୍ରୀମା ସ୍ୱାମୀ ଦିବ୍ୟସ୍ୱରୂପାନନ୍ଦ ସରସ୍ୱତୀ ଗୋମାତାଙ୍କୁ ଗଙ୍ଗାଜଳରେ ସ୍ନାନ କରାଇ ତାଙ୍କୁ ଚନ୍ଦନ ଓ ସିନ୍ଦୁର ଅର୍ପଣ କରି ବିଧିବିଧାନ ଅନୁସାରେ ପୂଜା କରିଥିଲେ।

ଏଥିସହିତ ତାଙ୍କ ସିଙ୍ଘରେ ରାକ୍ଷୀ ବାନ୍ଧିବା ସହ ବେକରା ନୂତନ ବସ୍ତ୍ର ପିନ୍ଧାଇ ଦେଇଥିଲେ। ଶେଷରେ ଗୋମାତାଙ୍କୁ ଖାଦ୍ୟ ପ୍ରଦାନ ସହ ଆଶିଷ ଲାଭ କରିଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ପ୍ରତିବର୍ଷ ଆଶ୍ରମରେ ଗୋପୂଜା କରାଯାଇଥାଏ। ଏହି କାର୍ଯ୍ୟକ୍ରମରେ ବ୍ରହ୍ମଚାରୀ ନୃସିଂହ ନାଥ ଶ୍ରୀମାଙ୍କୁ ସହଯୋଗ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha