Dailyhunt
ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବ ପ୍ରସ୍ତୁତି ବୈଠକ

ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବ ପ୍ରସ୍ତୁତି ବୈଠକ

ନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ କପାଳୀକ୍ଷେତ୍ର(ଶାନ୍ତିବନ ପଡିଆ) ନିମାପଡା ଠାରେ ଶ୍ରୀ ଜଗନ୍ନାଥ ଆଞ୍ଚଳିକ ୧୧ତମ ରଜ ମହୋତ୍ସବ ପାଳନ ନେଇ ଆଜି ଶ୍ରୀ ଜଗନ୍ନାଥ ଆଞ୍ଚଳିକ ରଜ ମହୋତ୍ସବ କମିଟି ପକ୍ଷରୁ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଉପଦେଷ୍ଟା ସୂର୍ଯ୍ୟମଣି ରାଉଳଙ୍କ ସଭାପତିତ୍ୱ ତଥା ଅଜୟ କୁମାର ପୃଷ୍ଟିଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ପୂର୍ବ ବର୍ଷ ଠାରୁ ଏବର୍ଷ କିପରି ଏହି ମହୋତ୍ସବ ଅଧିକ ସରସ ସୁନ୍ଦର ହୋଇପାରିବ ଏବଂ କେଉଁ କେଉଁ ଅତିଥି ମାନଙ୍କୁ ନିମନ୍ତ୍ରଣ କରାଯିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା ।

ପ୍ରଥମ ପର୍ଯ୍ୟାୟରେ ମାନ୍ୟବର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଏବର୍ଷ କିପରି ଅଧିକ ସଂଖ୍ୟାରେ ଷ୍ଟଲ ଓ ଦୋଳି ଆସି ପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ବୈଠକରେ ବରିଷ୍ଠ ଉପଦେଷ୍ଟା ଡ.ସୁଧାଂଶୁ ଶେଖର ନାୟକ, କମିଟିର ସଭାପତି ଶୁଭେନ୍ଦୁ କୁମାର ମିଶ୍ର, ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ, ଗଣେଶ ପ୍ରସାଦ କରଶର୍ମା, ନାରାୟଣ ଚନ୍ଦ୍ର ସାମଲ, ହୃଷିକେଶ ମିଶ୍ର, ସତ୍ୟ ସୁନ୍ଦର ପରିଡା, ସନାତନ ସେଠୀ, ଅର୍ଜ୍ଜୁନ ସ୍ୱାଇଁ, ନକୁଳ ଚନ୍ଦ୍ର ବାରିକ, ମୂରଲୀଧର ସୂତାର, ଭାଗିରଥି ସେଠୀ, ପୂର୍ଣ୍ଣ ଚନ୍ଦ୍ର ରାଉତ, ଶ୍ୟାମ ସୁନ୍ଦର ଜେନା, ବିଜୟ ବିଶ୍ୱାଳ, ମାଧବାନନ୍ଦ ଦାସ, ସୌମ୍ୟ ରଞ୍ଜନ ନାୟକଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha