Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶ୍ରୀ ଶ୍ରୀ ବଡଦାଙ୍କ ଶୁଭ ଆର୍ବିଭାବ ଦିବସ ପାଳିତ

ଶ୍ରୀ ଶ୍ରୀ ବଡଦାଙ୍କ ଶୁଭ ଆର୍ବିଭାବ ଦିବସ ପାଳିତ

ଆସିକା (ୱାଇଏନ୍‍ଏସ୍‍) : ସ୍ଥାନୀୟ କଳିଙ୍ଗ ରୋଡ୍ ସ୍ଥିତ ସତ୍‌ସଙ୍ଗ ବିହାର ପରିସରରେ ରବିବାର ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଜ୍ୟେଷ୍ଠାତ୍ମଜ ପରମପୂଜ୍ୟପାଦ ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡଦାଙ୍କ ପୂଣ୍ୟ ୧୧୬ତମ ଆବିର୍ଭାବ ମହୋତ୍ସବ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଭୋର ସମୟରେ ସତ୍‌ସଙ୍ଗ ବିହାର ପରିସରରେ ବ୍ରାହ୍ମ ମୁହୂର୍ତ୍ତରେ ବେଦ ମାଙ୍ଗଳିକ ଓ ନହରତ, ଉଷା କୀର୍ତ୍ତନ, ସମବେତ ଉଷା ବିନତୀ,ମାତୃ ସମ୍ମିଳନୀ, ସତ୍‍ସଙ୍ଗ, ନାମଯପ ଓ ଗ୍ରନ୍ଥପାଠ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା ।

ଏହି କାର୍ଯ୍ୟକ୍ରମରେ ପରମପୂଜ୍ୟପାଦ ଶ୍ରୀ ଶ୍ରୀ ବଡଦାଙ୍କ ଶତାଧିକ ଶ୍ରଦ୍ଧାଳୁ ପୁରୁଷ ଓ ମହିଳା ଭକ୍ତ ସାମିଲ ହୋଇ ଭଜନକୀର୍ତ୍ତନ କରିଥିଲେ । ସତ୍‌ସଙ୍ଗ ବିହାର ପରିସରରେ ଅନୁଷ୍ଠିତ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ପୋଲସରା ସତ୍‍ସଙ୍ଗ କେନ୍ଦ୍ରର କାର୍ଯ୍ୟକର୍ତ୍ତା ଆଧ୍ୟାତ୍ମିକପ୍ରେମୀ ନିରଞ୍ଚନ ବାରିକ, ଯାଜକ ରବିନ୍ଦ୍ର କୁମାର ନାୟକ, ଅଧୁର୍ଯ୍ୟ ନାରାୟଣ ପାତ୍ର, ଆସିକା ସତ୍‍ସଙ୍ଗ ବିହାରର ମୁଖ୍ୟ ପରିଚାଳକ ନାରାୟଣ ବେହେରା, କୋଷାଧ୍ୟକ୍ଷ ଶିବରାମ ମହାରଣା, ହିସାବରକ୍ଷକ ଜିତେନ୍ଦ୍ର କୁମାର ସେଠୀ, ସହ ହିସାବରକ୍ଷକ ଦିନେଶ୍‍ କୁମାର ସେଠୀ ପ୍ରମୁଖ ଯୋଗଦେଇ ପରମ ପୂଜ୍ୟପାଦ ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡଦାଙ୍କ ଦିବ୍ୟଜୀବନୀ ସଂପର୍କରେ ବହୁ ଶିକ୍ଷଣୀୟ ସୂଚନା ପ୍ରଦାନ କରି ଶ୍ରଦ୍ଧାଳୁ ଭକ୍ତମାନେ ଠାକୁରଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁସ୍ଥ ସମାଜ ଗଠନ ଦିଗରେ ବ୍ରତୀ ହେବାକୁ ଆହ୍ୱାନ କରିଥିଲେ । ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଶ୍ରୀ ଶ୍ରୀ ବଡଦାଙ୍କର ଶ୍ରଦ୍ଧାଳୁ ଭକ୍ତ ଚନ୍ଦ୍ରଶେଖର ମହାରଣା, ଶ୍ରୀନିବାସ କାମ୍ପ, ହଜାରୀ ବେହେରା, ସନ୍ୟାସୀ ଜେନା, ଇଂ ସଚ୍ଚିଦାନନ୍ଦ ରାଉତ, ନିଗମାନନ୍ଦ ରାଉତ, କିଶୋର ଚନ୍ଦ୍ର ନାହାକ, ଭିକାରୀ ଚରଣ ପାତ୍ର, ରବିନ୍ଦ୍ର କୁମାର ସାହୁ, ପପୁନ୍‍ କୁମାର ସାହୁ, ରାଜେନ୍ଦ୍ର ପାତ୍ର, ପ୍ରକାଶ ରାଓ ଦୋରା, ସନ୍ତୋଷ କୁମାର ମିଶ୍ର, ଶିବଶଙ୍କର ମିଶ୍ର, ଗୋଲାପ ପ୍ରଧାନ, ଅନିତା ନାୟକ, ଭାଗ୍ୟଲତା ବେହେରା, ରୁନୁ ସାହୁ, ପ୍ରକାଶ ଚନ୍ଦ୍ର ରେଡି, ବିଜୟ କୁମାର ନାହାକ, ହରେକୃଷ୍ଣ ପ୍ରଧାନ, କାଳୀଚରଣ ପଟ୍ଟନାୟକ, ବଳରାମ ମହାରଣା, ସନ୍ତୋଷ କୁମାର ଗୌଡ, କୃଷ୍ଣଚନ୍ଦ୍ର ପ୍ରଧାନ, ନୀଳମାଧବ ବେହେରା ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିବା ବେଳେ ବେଦ ମାଙ୍ଗଳିକ ଓ ନହରତ୍‍, ଉଷାକୀର୍ତ୍ତନ, ସକାଳ ବିନତି ପ୍ରାର୍ଥନା, ସତ୍‍ସଙ୍ଗ ସଦାଲୋଚନା, ଜନ୍ମଲଗ୍ନ ଘୋଷଣା, ମାତୃ ସମ୍ମିଳନୀ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ପରମପୂଜ୍ୟପାଦ ଯୁଗାଚାର୍ଯ୍ୟ ଶ୍ରୀ ଶ୍ରୀ ବଡଦାଙ୍କ ପୂଣ୍ୟ ୧୧୫ତମ ଆବିର୍ଭାବ ଦିବସ ଉତ୍ସବ କାର୍ଯ୍ୟକ୍ରମରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ପ୍ରାୟ ଶତାଧୀକ ଠାକୁର ଅନୁକୂଳଚନ୍ଦ୍ରଙ୍କ ଭକ୍ତ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆଧ୍ୟାତ୍ମିକବାଦର ଚେତନାକୁ ଆଧିକ ଜାଗ୍ରତ କରିବା ସହ ସମାଜରେ ଆଧ୍ୟାତ୍ମିକ ଜ୍ଞାନର ପ୍ରଚାର ଓ ପ୍ରସାର କରିବାର ଲକ୍ଷ୍ୟ ନେଇ ରବିବାର ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳ ପରମ ପୂଜ୍ୟପାଦ ଶ୍ରୀ ଶ୍ରୀ ବଡଦାଙ୍କ ପ୍ରେମାମୃତରେ ବେଶ୍ ଉତ୍ସବମୁଖର ହୋଇଉଠିଥିବା ଦେଖିବାକୁ ମିଳିଥିଲା । ଆସିକା ଅଞ୍ଚଳର ଶହଶହ ସଂଖ୍ୟାରେ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଭକ୍ତମାନେ ସତ୍‍ସଙ୍ଗ କାର୍ଯ୍ୟକ୍ରମରେ ସାମିଲ ହୋଇ ଭଜନ କୀର୍ତ୍ତିନ କରିବା ଦୃଶ୍ୟ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha