Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶ୍ରୀ ଶ୍ରୀ ନିଗମାନନ୍ଦ ଯୋଗାଶ୍ରମରେ ନାରାୟଣ ସେବା

ଶ୍ରୀ ଶ୍ରୀ ନିଗମାନନ୍ଦ ଯୋଗାଶ୍ରମରେ ନାରାୟଣ ସେବା

ଆସିକା (ୱାଇଏନ୍‍ଏସ୍‍) : ଧର୍ମର ମାସ କାର୍ତ୍ତିକ ଅବସରରେ ଆସିକା ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ଗ୍ରାମ ପଞ୍ଚାୟତର କର୍ଣ୍ଣୋଳୀ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ନିଗମାନନ୍ଦ ଯୋଗାଶ୍ରମ ପରିସରରେ ୪୭ତମ ନାରାୟଣ ସେବା ଅନୁଷ୍ଠିତ ହୋଇଯାଇଛି । ପୂର୍ବବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆସିକା ତଥା ଏହାର ଆଖପାଖ ଅଞ୍ଚଳର ଶହଶହ ଆର୍ତ୍ତକ୍ଳିଷ୍ଟ ରୁଗ୍‌ଣ ଦରିଦ୍ର ନାରାୟଣ ତଥା ଦୀନଦୁଃଖୀଙ୍କୁ ଅନ୍ନ ବସ୍ତ୍ର ଦ୍ୱାରା ଆପ୍ୟାୟିତ କରାଯାଇଥିଲା ।

ଏହି ଅବସରରେ ଅନୁଷ୍ଠିତ ଧର୍ମ ସଭା ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ଆଧ୍ୟାତ୍ମିକପ୍ରେମୀ ତଥା ଶ୍ରୀ ଶ୍ରୀ ନିଗମାନନ୍ଦ ଯୋଗାଶ୍ରମର ଉପଦେଷ୍ଟା ପ୍ରଶାନ୍ତ କୁମାର ପଣ୍ଡା ଯୋଗଦେଇ ଠାକୁର ଶ୍ରୀ ଶ୍ରୀ ନିଗମାନନ୍ଦ ସରସ୍ୱତୀଙ୍କ ବାଣୀ ଉପରେ ଅଶୀର୍ବଚନ ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ଏହି ଧାର୍ମିକ ନାରାୟଣ ସେବା କାର୍ଯ୍ୟକ୍ରମରେ ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ବହୁ ଶ୍ରଦ୍ଧାଳୁ ଭକ୍ତ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ଶ୍ରୀ ଶ୍ରୀ ନିଗମାନନ୍ଦଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରିବା ସାଙ୍ଗକୁ ଆସିକା ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଶ୍ରୀ ଶ୍ରୀ ନିଗମାନନ୍ଦ ଯୋଗାଶ୍ରମର ସଭାପତି ବିଶ୍ୱନାଥ ବିଷୋୟୀ, ସଂପାଦକ ବିଜୟ କୁମାର ଗୌଡ, ଉପଦେଷ୍ଟା ପ୍ରଶାନ୍ତ କୁମାର ପଣ୍ଡା, କାର୍ଯକାରୀ କମିଟି ସଦସ୍ୟ ପ୍ରମୋଦ କୁମାର ସ୍ୱାଇଁ, କାହ୍ନୁଚରଣ ବିଷୋୟୀ, ଅମୀର କୁମାର ବିଷୋୟୀ, ଖଞ୍ଜନ ବିଷୋୟୀ, ଶିଶିର କୁମାର ଭୂୟାଁ, ଦିଲୀପ କୁମାର ବିଷୋୟୀ, ଜିତେନ୍ଦ୍ର କୁମାର ବିଷୋୟୀ, ପ୍ରଣବ କୁମାର ବିଷୋୟୀ, ବିଶ୍ୱନାଥ ବିଷୋୟୀ (ସାନ), ଆର୍‍.କୃଷ୍ଣମୂର୍ତ୍ତି ରେଡି, ଆର୍‍.ଗୁରୁନାଥ ରେଡି, ପ୍ରଫୁଲ କୁମାର ବେହେରା, ପଦ୍ମଚରଣ ସେଠୀ, ପ୍ରଫୁଲ କୁମାର ବିଷୋୟୀ, ରାଜୀବ ଲୋଚନ ସ୍ୱାଇଁ, ରତ୍ନାକର ବିଷୋୟୀ, ପ୍ରଶାନ୍ତ କୁମାର ବିଷୋୟୀଙ୍କ ସମେତ ଗ୍ରାମବାସୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha