Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଶ୍ୱାସରୁଦ୍ଧ କରି ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ସ୍ବାମୀ ଗିରଫ

ଶ୍ୱାସରୁଦ୍ଧ କରି ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ସ୍ବାମୀ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ଖଜୁରୀପଲ୍ଲୀ ଗ୍ରାମର ପୁଷ୍ପା ସେଠୀ ଙ୍କୁ ଅଧିକା ଯୌତୁକ ପାଇଁ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ସହ ମୁହଁ ରେ ତକିଆ ଚାପି ଶ୍ୱାସରୁଦ୍ଧ କରି ହତ୍ୟା ଉଦ୍ୟମ ଘଟଣାରେ ତଦନ୍ତକାରୀ ଅଧିକାରୀ ଦିଗପହଣ୍ଡି ଥାନା ଏସ.ଆଇ ସୋଫିଆ ମିଶ୍ର ଶନିବାର ଅପରାହ୍ନ ରେ ଅଭିଯୁକ୍ତ ସ୍ବାମୀ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।ଅଭିଯୁକ୍ତ ଜଣକ ହେଲେ ପାଟପୁର ଥାନା ପି.

ଜଗନ୍ନାଥପୁର ଗ୍ରାମର ତସୁ ସେଠୀ ଓରଫ ତପୁ ସେଠୀ। ଥାନା ମାମଲା ନଂ.୨୦୦/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା - ୮୫/୧୧୫(୨)/୧୧୭(୨)/୧୦୯/୩୫୧(୨) ଏବଂ ଯୌତୁକ ନିର୍ଯ୍ୟାତନା ନିରୋଧ ଆଇନ ର ଧାରା - ୪ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବଜେଲ ହାଜତକୁ ପଠାଇ ଦିଆଯାଇଛି।ଗତ ୨୦୧୮ ରେ ଖଜୁରୀପଲ୍ଲୀ ଗ୍ରାମର ବିପ୍ର ସେଠୀ ଙ୍କ ଝିଅ ପୁଷ୍ପା ସାନଖେମୁଣ୍ଡି ବ୍ଲକ ପି.ଜଗନ୍ନାଥପୁର ଗ୍ରାମର ଶୁକୁରିଆ ସେଠୀ ଙ୍କ ପୁଅ ତପୁ ଙ୍କୁ ବିବାହ କରିଥିଲେ।ସ୍ବାମୀ ଓ ଶ୍ବଶୁର ଘର ଲୋକଙ୍କ ଦାବୀ ପ୍ରକାରେ ସ୍ବାମୀ ଙ୍କ ପାଇଁ ସୁନା ଚେନ୍ ଓ ମୁଦି, ନଗଦ ୩୦ ହଜାର ଟଙ୍କା ସହ ସମସ୍ତ ଘର କାରଣା ସାମଗ୍ରୀ ଦିଆଯାଇଥିଲା। ଉଭୟଙ୍କ ଔରସ ରୁ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। ପରେ ସ୍ବାମୀ ତାଙ୍କୁ ବାପ ଘରୁ ଅଧିକା ନଗଦ ୧ ଲକ୍ଷ ଟଙ୍କା ଯୌତୁକ ଆଣିବା ପାଇଁ ବାଧ୍ୟ କରି ନିର୍ଯ୍ୟାତନା ଦେବା ଆରମ୍ଭ କରିଥିଲେ।ପୁଷ୍ପା ଦ୍ଵିତୀୟ ଥର ଗର୍ଭବତୀ ହେବାରୁ ତାଙ୍କ ଛୋଟ ପୁଅ ର ଦାୟିତ୍ଵ ନେବା ସହ ତାଙ୍କୁ ଘର କାମରେ ସହାୟତା ପାଇଁ ସେ ତାଙ୍କ ସାନ ଭଉଣୀ ଲକ୍ଷ୍ମୀ ଙ୍କୁ ଘରକୁ ଡ଼ାକି ନେଇଥିଲେ।ଏହି ସମୟରେ ଶାଳୀ ଲକ୍ଷ୍ମୀ ଙ୍କ ସହ ତାଙ୍କ ସ୍ବାମୀ ତପୁ ଙ୍କ ଅନୈତିକ ସମ୍ପର୍କ ଗଢ଼ି ଉଠିଥିଲା।ପୁଷ୍ପା ପ୍ରତିବାଦ କରିଥିଲେ ମଧ୍ୟ ସେ କିଛି ଶୁଣି ନଥିଲେ। ପୁଷ୍ପା ତାଙ୍କ ବାପ ଘରକୁ ଚାଲିଆସିଥିଲେ। ଗତ ୧ ତାରିଖ ରାତି ପ୍ରାୟ ୯ ଟାରେ ପୁଷ୍ପା ଖଜୁରୀପଲ୍ଲୀ ବାପ ଘରେ ଏକୁଟିଆ ଥିବା ବେଳେ ସ୍ବାମୀ ତପୁ ସେଠାରେ ପହଞ୍ଚି ତାଙ୍କ ଭଲ ମନ୍ଦ ବୁଝିବା ସହ ମଧୁର କଥାବାର୍ତ୍ତା କରି ବ୍ରହ୍ମପୁର ରେଲୱେ ଷ୍ଟେସନ କୁ ଗଞ୍ଜେଇ ବ୍ୟାଗ କୁ ନେବା ଆଣିବା କଲେ ତୋତେ ପ୍ରଚୁର ଟଙ୍କା ଦେବି ବୋଲି କହିଥିଲେ।ପୁଷ୍ପା ରାଜି ନହେବାରୁ ସେ ଏକ ପ୍ଲାଷ୍ଟିକ ପାଇପ ରେ ମରଣାନ୍ତକ ମାଡ଼ ମାରି ତଳେ ପକାଇଦେବା ସହ ତାଙ୍କ ମୁହଁ ରେ ତକିଆ ଚାପି ଶ୍ୱାସରୁଦ୍ଧ କରି ହତ୍ୟା ଉଦ୍ୟମ କରିଥିଲେ। ପାଟି ଶୁଣି ସାହି ପଡୋଶୀ ଲୋକେ ପୁଷ୍ପା ଙ୍କ ପହଞ୍ଚି ଘଟଣା ଦେଖିବା ପରେ ତପୁ ସେଠୀ ଙ୍କୁ ଘଟଣା ପଚାରିବାରୁ ସେ ପୁଷ୍ପା ଙ୍କୁ ନାନା ପ୍ରକାର ଧମକ ଦେଇ ମୁହୂର୍ତ୍ତକ ମଧ୍ୟରେ ସେଠାରୁ ଚାଲିଯାଇଥିଲେ ।ପରିବାର ଲୋକେ ପୁଷ୍ପା ଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ପୁଷ୍ପା କିଛିଦିନ ଚିକିତ୍ସା ହୋଇ ସୁସ୍ଥ ହେବା ପରେ ଗତ ୮ ତାରିଖରେ ଦିଗପହଣ୍ଡି ଥାନାରେ ପହଞ୍ଚି ରିପୋର୍ଟ ଦେବା ପରେ ଆଇଆଇସି କିଶୋର କୁମାର ସାମଲ ଅଭିଯୁକ୍ତ ଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha