Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସୀମାନ୍ତରେ ବିପୁଳ ମାଓ ସାମଗ୍ରୀ ଜବତ

ସୀମାନ୍ତରେ ବିପୁଳ ମାଓ ସାମଗ୍ରୀ ଜବତ

ମାଲକାନଗିରି,(ମନୋଜ କୁମାର ସାହା): ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲ୍ଲାରେ ସୁରକ୍ଷାବାହିନୀଙ୍କ ବଡ଼ ସଫଳତା ଦେଖିବାକୁ ମିଳିଛି। ପୁଲିସ, ଡିଆରଜି ଓ ବିଏସଏଫ ଯୁକ୍ତ ତଲାସି ଅଭିଯାନ ସମୟରେ ମାଓବାଦୀମାନଙ୍କ ଗୁପ୍ତ ଡମ୍ପ ଉଦ୍ଧାର କରାଯାଇଛି। ନାରାୟଣପୁର ଜଙ୍ଗଲ ଅଞ୍ଚଳରେ ମାଟି ତଳେ ଲୁଚାଇ ରଖାଯାଇଥିବା ବଙ୍କରରୁ ଅନେକ ବନ୍ଧୁକ, ବିସ୍ଫୋରକ ସାମଗ୍ରୀ ସହ ଦୈନନ୍ଦିନ ବ୍ୟବହାରର ଜିନିଷପତ୍ର ଜବତ ହୋଇଛି।

ଛୋଟେବେଟିଆ ଅଞ୍ଚଳରେ ହୋଇଥିବା ଏହି ଅଭିଯାନ ମାଓବାଦୀଙ୍କ ଦ୍ଵାରା ଗଛିତ ବିପୁଳ ମାରଣାସ୍ତ୍ର ଜବତ ସୁରକ୍ଷା ବଳ ପାଇଁ ବଡ ସଫଳତା ବୋଲି କୁହାଯାଉଛି। ଏହି ସଫଳତାର ପଛରେ ପୂର୍ବତନ ମାଓବାଦୀଙ୍କ ଭୂମିକାକୁ ବିଶେଷ ଗୁରୁତ୍ୱ ଦିଆଯାଉଛି। ଆତ୍ମସମର୍ପଣ ପରେ ସେମାନେ ସଙ୍ଗଠନର ଗତିବିଧି, ଗୁପ୍ତ ଠିକଣା ଓ ଅସ୍ତ୍ର ଭଣ୍ଡାର ସମ୍ପର୍କରେ ପୁଲିସକୁ ତଥ୍ୟ ଦେବା ଫଳରେ ଏପରି ଅଭିଯାନ ସଫଳ ହେଉଛି। ଏକଦା ମାଓବାଦୀଙ୍କ ଗଡ ଭାବେ ପରିଚିତ ନାରାୟଣପୁର ଓ ସୀମାନ୍ତ ଅଞ୍ଚଳରେ ବର୍ତ୍ତମାନ ସୁରକ୍ଷାବାହିନୀଙ୍କ ଲଗାତାର କାର୍ଯ୍ୟାନୁଷ୍ଠାନ ଓ ଆତ୍ମସମର୍ପଣ ପ୍ରକ୍ରିୟା ଫଳରେ ପରିସ୍ଥିତି ବଦଳୁଥିବା ସହ ଆଞ୍ଚଲ ମାଓ ମୁକ୍ତ ହୋଇଚି। ସୁରକ୍ଷା ଅଭିଯାନ ସହ ସରକାରଙ୍କ ପୁନର୍ବାସ ନୀତି ମଧ୍ୟ ମାଓ ପ୍ରଭାବ କମାଇବାରେ ସହାୟକ ହୋଇଛି। ଏପରି ସଫଳତା ଆଗାମୀ ଦିନରେ ଅଞ୍ଚଳରେ ଶାନ୍ତି ଓ ବିକାଶକୁ ଆହୁରି ଶକ୍ତିଶାଳୀ କରିବ ବୋଲି ଆଶା କରାଯାଉଛି।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha