Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସୀତାପୁର ଛକରେ ପାଣିପାଇଁ ରାସ୍ତା ଅବରୋଧ

ସୀତାପୁର ଛକରେ ପାଣିପାଇଁ ରାସ୍ତା ଅବରୋଧ

ଲ୍ୟାଣସିଂହପୁର (ଏଙ୍କେଟେଶ୍ୱର ପାଢ଼ୀ ): ପାଣି ପାଇଁ ରାସ୍ତା ଆବରୋଧ କରି ଜିଲାପାଳଙ୍କୁ ନଜ ଦୁଃଖ ଜଣାଇଲେ ଗ୍ରାମବାସୀ। ମେଘା ପ୍ରକଳ୍ପ ନିକଟରେ ଥାଇବି ଗ୍ରାମବାସୀଙ୍କୁ ହାଣ୍ଡିଏ ପାଣି ପାଇଁ ହୀନସ୍ତା ହେବାକୁ ପଡୁଛି ଲୋକଙ୍କୁ। କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ନାରାୟଣ ପୁର ପଞ୍ଚାୟତ ସୀତାପୁର ଛକରେ ବସବାସ କରୁଥିବା ଗ୍ରାମବାସୀ ଦୀର୍ଘ ବର୍ଷ ଧରି ପାଣିପାଇଁ ଡହଳ ବିକଳ ହେଉଥିଲେ।

ଗ୍ରାମରେ ଦୁଇଟି ନଳକୂପ ଅଛି ପାଣି ମଧ୍ୟ ବାହାରୁଛି କିନ୍ତୁ ପିଇବା ପାଇଁ ଅନୁପଯୋଗୀ ହୋଇ ପଡିବାରୁ ଲୋକ ହଇରାଣ ହେବାକୁ ପଡୁଛି। ନଲକୁରେ ବାହାରୁଥିବା ପାଣି ଲୌହ ଯୁକ୍ତ ଓ ହଳଦିଆ ପାଣି ବାହାରୁଥିବା ବେଳେ କଳଙ୍କି ଗନ୍ଧ ହୋଇ ପଡୁଛି। ପାଣି ପାଇଁ ବହୁବାର ଲୋକ ପ୍ରତିନିଧି ସରକାରୀ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳିନଥିବାରୁ ବାଧ୍ୟ ହୋଇ ଜିଲ୍ଲାପାଳ ଆଶୁତୋଷ କୁଳକର୍ଣ୍ଣି ଙ୍କୁ ନିଜର ଦୁଃଖ ଜଣାଇବା ପାଇଁ ୪୫ନମ୍ବର ରାଜ୍ୟ ରାଜପଥ ଆବରୋଧ କରିଥିଲେ। ପରେ ପୋଲିସ ଅଧିକାରୀ ଅଜିତ ପରିଡା ପହଁଚି ଲୋକଙ୍କ ସମସ୍ୟା ବୁଝି ସମାଧାନ କରାଯିବ ବୋଲି ପ୍ରତିଶୃତି ଦେବାପରେ ଲୋକେ ଉଠିହିଲେ। ପରେ ଗ୍ରାମବାସୀ ବ୍ଲକରେ ହେଉଥିବା ଜିଲ୍ଲା ସ୍ତରୀୟ ଜନ ଶୁଣାଣିରେ ଲିଖିତ ଅଭିଯୋଗ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha