Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ପାଇଁ ବୁଥ୍‍ସ୍ତରୀୟ ପ୍ରତିନିଧିଙ୍କ ବୈଠକ

ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ପାଇଁ ବୁଥ୍‍ସ୍ତରୀୟ ପ୍ରତିନିଧିଙ୍କ ବୈଠକ

ସିକା (ୱାଇଏନ୍‍ଏସ୍‍) : ଭାରତର ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‍ଆଇଆର୍‍) ଓଡିଶା-୨୦୨୬ ପ୍ରକ୍ରିୟାକୁ ସଫଳ ଓ ସ୍ୱଚ୍ଛତାର ସହ ସଂପନ୍ନ କରିବା ପାଇଁ ଆସିକା ପଞ୍ଚାୟତ ସମିତି କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସ୍ୱୀକୃତିପ୍ରାପ୍ତ ବିଭିନ୍ନ ରାଜନୈତିକ ଦଳର ବୁଥ୍‍ସ୍ତରୀୟ ପ୍ରତିନିଧିଙ୍କ ଏକ ବୈଠକ ୩ଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଯାଇଛି ।

ଏହି ବୈଠକରେ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀର ଅତିରିକ୍ତ ନିର୍ବାଚକ ଅଧିକାରୀ ତଥା ଆସିକା ଏବିଡିଓ ସୁଶାନ୍ତ କୁମାର ବେହେରା, ଅତିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଅତିରିକ୍ତ ତହସିଲଦାର ଅମରେଶ୍‍ ସାବତ, ସୁପରଭାଇଜର୍‍ ରାମନାଥ ପଟ୍ଟନାୟକ ଓ ଶୁଭେନ୍ଦୁ ଶେଖର ଜେନା, ଆସିକା ବ୍ଳକର ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ରାଜଶ୍ରୀ ସାହୁ ପ୍ରମୁଖ ଯୋଗଦେଇ ସ୍ୱତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ କିପରି ସ୍ୱଚ୍ଛତାର ସହ ନିର୍ଭୁଲ ଭାବେ ସଂପାଦନ କରାଯିବ ତାହାରି ଉପରେ ଆଲୋକପାତ କରିଥିଲେ । ୧୮ ବର୍ଷ ବୟସ କିମ୍ବା ତା ଠାରୁ ଉର୍ଦ୍ଧ୍ୱ ବୟସର ଯୁବ ଭୋଟରଙ୍କ ନାମ କିପରି ଶତ ପ୍ରତିଶତ ପଞ୍ଜିକୃତ କରାଯିବ ତାହାରି ଉପରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପର କରିବା ସାଙ୍ଗକୁ ଭୋଟର ତାଲିକାରୁ ମୃତ ଓ ସ୍ଥାନାନ୍ତରିତ ବ୍ୟକ୍ତିଙ୍କ ନାମ ବାଦ୍‍ କରିବା, ତୃଟିପୂର୍ଣ୍ଣ ନାମ ଓ ଠିକଣା ସଂଶୋଧନ ପାଇଁ ଆସୁଥିବା ଆବେଦନ ଗୁଡିକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଯାଞ୍ଚ କରିବା, ଭୋଟର ତାଲିକାର ସଠିକତା ଓ ପାରଦର୍ଶିତା ନିଶ୍ଚିତ କରିବାକୁ ଆହ୍ୱାନ କରାଯାଇଥିଲା । ସ୍ୱତନ୍ତ୍ର ସଘନ ସଂଶୋଧନ ଓଡିଶା-୨୦୨୬ ର ଯୋଗ୍ୟତା ୨୦୨୬ ଜୁଲାଇ ମାସ ୧ ତାରିଖ ରହିଥିଲା ବେଳେ ପ୍ରସ୍ତୁତି ଏବଂ ଆସନ୍ତାକାଲି ଅର୍ଥାତ୍‍ ୩୦ ତାରିଖରୁ ଜୁନ୍‍ ମାସ ୨୮ ତାରିଖ ପର୍ଯ୍ୟନ୍ତ ବିଏଲ୍‍ଓମାନେ ଘରକୁ ଘର ଯାଇ ପରିଗଣନା ଫର୍ମ ପୂରଣ ଓ ଯାଞ୍ଚ କାର୍ଯ୍ୟ ଆରମ୍ଭ, ମତଦାନ କେନ୍ଦ୍ର ଗୁଡିକର ଯୁକ୍ତିସଂଗତ ପୁନର୍ବିନ୍ୟାସ ଆସନ୍ତା ଜୁନ୍‍ ମାସ ୨୮ ତାରିଖ ସୁଦ୍ଧା ସଂପନ୍ନ ଏବଂ ଖସଡା ଭୋଟର୍‍ ତାଲିକା ଜୁଲାଇ ମାସ ୫ ତାରିଖରେ ପ୍ରକାଶିତ ହେବା ସହ ଦାବୀ ଓ ଆପତ୍ତି ଦାଖଲ ସମୟ ଜୁଲାଇ ମାସ ୫ ତାରିଖରୁ ଅଗଷ୍ଟ ମାସ ୪ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଜଣାପଡିଛି । ନୋଟିସ୍‍ ଜାରି କରିବା ଓ ଦାବୀ ଆପତ୍ତିର ନିଷ୍ପତି ଜୁଲାଇ ୫ ତାରିଖରୁ ସେପ୍ଟେମ୍ବର ମାସ ୨ ତାରିଖ ପର୍ଯ୍ୟନ୍ତ କରାଯିବ ଏବଂ ଚୁଡାନ୍ତ ତଥା ଅନ୍ତିମ ଭୋଟର ତାଲିକା ଆସନ୍ତା ସେପ୍ଟେମ୍ବର ମାସ ୬ ତାରିଖରେ ପ୍ରକାଶିତ ହେବାର କାର୍ଯ୍ୟକ୍ରମ ରହିଥିବା ଜଣାପଡିଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶକ୍ରମେ ଆସିକା ପଞ୍ଚାୟତ ସମିତିର ସମ୍ମିଳନୀ କକ୍ଷରେ ଶୁକ୍ରବାର ବିଭିନ୍ନ ରାଜନୈତିକ ଦଳର ବୁଥ୍‍ସ୍ତରୀୟ ପ୍ରତିନିଧିମାନଙ୍କୁ ନେଇ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‍ଆଇଆର୍‍)ର ସଫଳ ରୂପାୟନ ପାଇଁ ଅନୁଷ୍ଠିତ ବୈଠକରେ ବରିଷ୍ଠ ସୁପରଭାଇଜର୍‍ ଶିବଶଙ୍କର ଜେନା, ସତ୍ୟନାରାୟଣ ସେଠୀ, ନିରଞ୍ଜନ ପରିଡା, ବଂଶୀଧର ପରିଡା, ଧୋବା ବେହେରା, ଶୁଭେନ୍ଦୁ ଶେଖର ଜେନା, କାଳୁ ଚରଣ ସେଠୀ, ବିଦ୍ୟାଧର ସାହୁଙ୍କ ସମେତ ସ୍ୱତନ୍ତ୍ର ସଘନ ସଂଶୋଧନ ଦାୟିତ୍ୱରେ ଥିବା ବହୁ ପ୍ରଶାସନିକ ଅଧିକାରୀ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ଆସିକାରେ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଥିବା ରାଜନୈତିକ ଦଳର ବୁଥ୍‍ସ୍ତରୀୟ ପ୍ରତିନିଧିଙ୍କ ବୈଠକରେ ଅନ୍ୟମାନଙ୍କ ବୈଠକରେ ରାଜନେତା ମାନସ ରଂଜନ ଗୌଡ, ଅମୂଲ୍ୟ କୁମାର ଉପାଧ୍ୟାୟ, କାମରାଜୁ ଭୋଳ, ସଂଜ କୁମାର ଗୌଡ, ସୀତାରାମ ନାୟକ, ଅରୁଣ କୁମାର ଦଳେଇ, ଦେବାଶିଷ୍‍ ପଣ୍ଡାଙ୍କ ସମେତ କେତେକ ରାଜନୈତିକ ଦଳର ବହୁ ପ୍ରତିନିଧି ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha