Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ମାନୁନାହାନ୍ତି ଅତିରିକ୍ତ ତହସିଲଦାର

ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ ମାନୁନାହାନ୍ତି ଅତିରିକ୍ତ ତହସିଲଦାର

କେନ୍ଦ୍ରାପଡ଼ା(ଚିତ୍ତ ରଞ୍ଜନ ଦାଶ) :ଉଚ୍ଚନ୍ୟାୟାଳୟଙ୍କ ନିର୍ଦେଶକୁ ମାନୁନାହାନ୍ତି କେନ୍ଦ୍ରାପଡାର ଅତିରିକ୍ତ ତହସିଲଦାର। ହାଇକୋର୍ଟ ସ୍ଥିତାବସ୍ଥା ଜାରି କରିବା ସତ୍ୱେ ସେ ବ୍ୟବସାୟୀମାନଙ୍କୁ ଦେଉଛନ୍ତି ଜେସିବି ଧମକ। ଏନେଇ ଅତିରିକ୍ତ ତହସିଦାରଙ୍କ ବିରୋଧରେ ୩ ଜଣ ବ୍ୟବସାୟୀ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛଛି। ଅଭିଯୋଗକାରୀମାନେ ହେଉଛନ୍ତି ବଡ଼ହାଟରେ ବ୍ୟବସାୟ କରି ପରିବାର ପ୍ରତିପୋଷଣ କରୁଥିବା ସେକ ଜମିରୁଦ୍ଦିନ, ମୀର ମହମ୍ମଦ ଅଲ୍ଲୀ ଓ ସେକ ୱାସିମ ଆକ୍ରମ।

ଏହି ଯୁବକମାନେ ସେମାନଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ଯେ ସେମାନେ ବଡହାଟରେ ମୋବାଇଲ ଦୋକାନ ଓ ଚୁଡି ଦୋକାନ କରି ପରିବାର ପ୍ରତିପୋଷଣ କରୁଛନ୍ତି। କିନ୍ତୁ ଏହି ଦୋକାନ ଉପରେ ଦେବୋତ୍ତର ବିଭାଗ ମାମଲା ଦାୟର କରିଥିଲେ। ସେହି ମାମଲା ବିରୋଧରେ ବ୍ୟବସାୟୀମାନେ ଉଚ୍ଚ ନ୍ୟାୟାଳୟରୁ ସ୍ଥିତାବସ୍ଥା ଆଦେଶ ଆଣିଛନ୍ତି। କିନ୍ତୁ ଅତିରିକ୍ତ ତହସିଲଦାର ଦୋକାନ ନିକଟରେ ପହଞ୍ଚି ବେଆଇନ ଭାବେ ଦୋକାନରେ ତାଲା ପକାଇବା ପାଇଁ ଉଦ୍ୟମ କରିଥିଲେ।

ଏହି ସମୟରେ ବ୍ୟବସାୟୀମାନେ ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ଅତିରିକ୍ତ ତହସିଲଦାରଙ୍କୁ ଦେଖାଇଥିଲେ। କିନ୍ତୁ ଅତିରିକ୍ତ ତହସିଲଦାର ଏହାକୁ ଭୃକ୍ଷେପ ନକରି ବ୍ୟବସାୟୀମାନଙ୍କୁ ଗାଳିଗୁଲଜ କରିଥିଲେ। ଏହାସହ ଦୋକାନ ଖୋଲିଲେ ଜେସିବି ଲଗାଇ ଦୋକାନ ଭାଙ୍ଗି ଦେବେ ବୋଲି ଧମକ ଦେଇଥିବା ସେମାନେ ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ଏସଂକ୍ରାନ୍ତରେ କେନ୍ଦ୍ରାପଡାର ଅତିରିକ୍ତ ତହସିଲଦାର ନିରଞ୍ଜନ ଗୁରୁଙ୍କୁ ପଚାରିବାରୁ ସେ କହିଲେ ଦେବୋତ୍ତର ଆୟୋଗଙ୍କ ନିର୍ଦେଶ ବଳରେ ଆମେ ଦୋକାନ ବନ୍ଦ କରିବାକୁ ଆସିଥିଲୁ। ଆମେ ଦୋକାନରେ ବେଆଇନ ଭାବେ ତାଲା ପକାଇବାକୁ କୈାଣସି ଉଦ୍ୟମ କରିନଥିଲୁ। ଜଣେ ସରକାରୀ ଅଧିକାରୀ ଭାବେ ହାଇକୋର୍ଟଙ୍କ ନିର୍ଦେଶକୁ କେବେ ଅବମାନନା କରିବି ନାହିଁ। ଜେସିବି ଲଗାଇ ଦୋକାନ ଭାଙ୍ଗିଦେବାକୁ ଧମକ ଦେବା ସଂପର୍କରେ ତାଙ୍କୁ ପଚାରିବାରୁ ସେ ନୀରବ ରହିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha