Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଯୁବମୋର୍ଚ୍ଚା ପକ୍ଷରୁ ନିଶାମୁକ୍ତ ସଚେତନତା ଶିବିର

ଯୁବମୋର୍ଚ୍ଚା ପକ୍ଷରୁ ନିଶାମୁକ୍ତ ସଚେତନତା ଶିବିର

ବାଲେଶ୍ବର(ସରୋଜ ପଣ୍ଡା): ଜିଲ୍ଲା ବିଜେପିର ଯୁବମୋର୍ଚ୍ଚା ପକ୍ଷରୁ ଆଜି ସକାଳ ୭ ଘଟିକା ସମୟରେ ବାଲେଶ୍ୱର ଆଇ.ଟି.ଆଇ. ଛକ ନିକଟସ୍ଥ ଇଣ୍ଡୋର ଷ୍ଟାଡିୟମରେ ଯୋଗ, ଧ୍ୟାନ ଏବଂ ନିଶାମୁକ୍ତ ସଚେତନତା ଶିବିର ଅନୁଷ୍ଠିତ ହୋଇଅଛି। ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ନାରାୟଣ ମହନ୍ତଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବିଜେପି ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ସଡ଼ଙ୍ଗୀ, ଉପମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ରାଜ୍ୟ ଉପସଭାନେତ୍ରୀ ସିପ୍ରା ବାଜପେୟୀ, ଜିଲ୍ଲା ବିଜେପି ସାଧାରଣ ସମ୍ପାଦକ ଚନ୍ଦ୍ରଶେଖର ନନ୍ଦ, ଜିଲ୍ଲା ଉପସଭାପତି ବିଜୟ କୁମାର ସାହୁ, ସମ୍ପାଦିକା ରବିତା ଦାସ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ଶଶିକାନ୍ତ ମିଶ୍ର ଓ କାର୍ଯ୍ୟକାରିଣୀ ସଦସ୍ୟ ଦେବାଶିଷ ଆଚାର୍ଯ୍ୟ, ଜିଲ୍ଲା ସୋସିଆଲ ମିଡ଼ିଆ କର୍ଡିନେଟର ଶ୍ରୀ ଶ୍ରୀନିବାସ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଶିବିରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ବହୁ ସଂଖ୍ୟାରେ ଯୁବକ-ଯୁବତୀ, ଛାତ୍ରଛାତ୍ରୀ ଓ ବରିଷ୍ଠ ନାଗରିକମାନେ ଯୋଗଦେଇଥିଲେ। ଯୋଗ ଓ ଧ୍ୟାନ ମାଧ୍ୟମରେ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ସୁଦୃଢ଼ କରିବା ସହିତ ନିଶାମୁକ୍ତ ସମାଜ ଗଢ଼ିବାରେ ଯୁବମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ। ଅତିଥିମାନେ ତାଙ୍କର ଅଭିଭାଷଣରେ କହିଥିଲେ ଯେ, ଆଧୁନିକ ଜୀବନ ଶୈଳୀରେ ଯୋଗ ଓ ଧ୍ୟାନ ଅତ୍ୟନ୍ତ ଆବଶ୍ୟକ, ଯାହା ମନକୁ ସ୍ଥିର କରିବା ସହିତ ଶରୀରକୁ ସୁସ୍ଥ ରଖିଥାଏ। ଏହାସହିତ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟରୁ ଦୂରେଇ ସୁସ୍ଥ ଓ ସଚେତନ ସମାଜ ଗଢ଼ିବାକୁ ସେମାନେ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଯୁବମୋର୍ଚ୍ଚା ପଦାଧିକାରୀ ସୁମିତ୍ ପ୍ରଧାନ, ଅଙ୍କିତା ପଣ୍ଡା, ଧର୍ମେନ୍ଦ୍ର ପ୍ରଧାନ, ହରି ଚନ୍ଦ୍ର ଦାସ, ଉମେଶ ଚନ୍ଦ୍ର ଦାସ, ଶକ୍ତି ଶଙ୍କର ପାଣିଗ୍ରାହୀ, ରଂଜିତ କୁମାର ପଣ୍ଡିତ, ରାଜେଶ ରଣା, ବିଜୟ କୁମାର ପୃଷ୍ଟି, ଶୁଚିସ୍ମିତା ସେଠି, ଲିପ୍ସା ନାୟକ, ପ୍ରିୟଙ୍କା ରଣା, ଇତିଶ୍ରୀ ପଣ୍ଡା, ଉମେଶ ବେହେରା, ଓ଼ମ ସତ୍ୟମ ଆଦି ସହଯୋଗ କରିଥିଲେ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha