ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା United Human Rights and Anti Corruption Council (ୟୁଏଚଆରସି), ଶାଖା ପକ୍ଷରୁ ପାରଳାଖେମୁଣ୍ଡି ଆଦର୍ଶ ଥାନାର ଆଇଆଇସି ପ୍ରଶାନ୍ତ ଭୂପତି ଏବଂ ପାରଳାଖେମୁଣ୍ଡି ସବ୍ଜେଲ୍ର ସୁପରିଟେଣ୍ଡେଣ୍ଟ କାମାକ୍ଷୀ ପ୍ରସାଦ ପତି ଉଭୟଙ୍କୁ ବିଭିନ୍ନ କାର୍ଯ୍ୟଦକ୍ଷତା ନେଇ ପୁଷ୍ପଗୁଚ୍ଛ ପ୍ରଦାନ କରି ସୌଜନ୍ୟମୂଳକ ଭାବେ ସମ୍ମାନୀତ କରାଯାଇଥିଲା।
ଏହି ଅବସରରେ ୟୁଏଚଆରସି ଗଜପତି ଜିଲ୍ଲା ଟିମ୍ ପକ୍ଷରୁ ଜିଲ୍ଲାରେ ମାନବାଧିକାରର ସୁରକ୍ଷା, ଜନସାଧାରଣଙ୍କ ମୌଳିକ ଅଧିକାର, ସାମାଜିକ ନ୍ୟାୟ ଓ ସମ୍ମାନର ସୁରକ୍ଷା ଦିଗରେ କିପରି ସମନ୍ୱୟ ରକ୍ଷା କରି କାର୍ଯ୍ୟ କରାଯାଇପାରିବ, ସେନେଇ ଆଲୋଚନା ହୋଇଥିଲା। ବିଶେଷକରି ମହିଳା, ଯୁବକ, ଛାତ୍ରଛାତ୍ରୀ ଏବଂ ସମାଜର ସମସ୍ତ ବର୍ଗର ଲୋକଙ୍କ ଅଧିକାର ଓ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ ସାମାଜିକ ସଚେତନତା, ନ୍ୟାୟ ପ୍ରଦାନ, ମାନବାଧିକାର ସୁରକ୍ଷା ଏବଂ ଦୁର୍ନୀତି ବିରୋଧୀ କାର୍ଯ୍ୟକ୍ରମକୁ ଜିଲ୍ଲାରେ ଅଧିକ ସୁଦୃଢ଼ କରିବା ନିମନ୍ତେ ବିଭିନ୍ନ ଦିଗ ଉପରେ ମତବିନିମୟ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ୟୁଏଚଆରସି ଗଜପତି ଜିଲ୍ଲାର ସଭାପତି, ମହିଳା ସଭାନେତ୍ରୀ ଶ୍ରୀମତୀ ତନୁଜା ଶତପଥୀ, ଉପସଭାନେତ୍ରୀ ଶ୍ରୀମତୀ ଜସ୍ମିନ ଶେଖ ଏବଂ ଆର୍. ଉଦୟଗିରି ବ୍ଲକ୍ ସଭାପତି ଶ୍ରୀ ମିହିର କୁମାର ଉପସ୍ଥିତ ରହିଥିଲେ।

