Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

୨୫୦ କର୍ମଚାରୀଙ୍କୁ ଛଟେଇ କଲା ଜୋମାଟୋ

Yuva Samay 2 weeks ago

Share this article:

ହାଇଦ୍ରାବାଦ: ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ହାଇଦ୍ରାବାଦରେ ଥିବା ନିଜର କଷ୍ଟମର ସପୋର୍ଟ ସେଣ୍ଟର ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ଏହା ଯୋଗୁ ପ୍ରାୟ ୨୫୦ ଜଣ କର୍ମଚାରୀ ଚାକିରି ହରାଇବେ ବୋଲି ଜଣାପଡ଼ିଛି।

ରିପୋର୍ଟ ଅନୁସାରେ, ଗତ ୬ ମାସ ଧରି ଜୋମାଟୋ ନିଜର କଷ୍ଟମର ସପୋର୍ଟ ବ୍ୟବସ୍ଥାର ସମୀକ୍ଷା କରୁଥିଲା।

ଏହାପରେ ହାଇଦ୍ରାବାଦର ସପୋର୍ଟ ସେଣ୍ଟର ବନ୍ଦ କରିବାର ନିଷ୍ପତ୍ତି ନିଆଯାଇଛି।

ଜଣେ ଅଧିକାରୀଙ୍କ କହିବା କଥା, କଷ୍ଟମର ସପୋର୍ଟର ଅଧିକାଂଶ କାମ ବାହାରର ଲୋକଙ୍କୁ ଦିଆଯିବ ଏବଂ ବାକି କାମ ଗୁରୁଗ୍ରାମରେ ଏକାଠି କରିବା ପାଇଁ ଏକ ନୂଆ ଯୋଜନା କରାଯାଇଛି।

ସୋମବାର ହାଇଦ୍ରାବାଦ କଷ୍ଟମର ସପୋର୍ଟ ସେଣ୍ଟରର କର୍ମଚାରୀମାନଙ୍କୁ ଏନେଇ ସୂଚନା ଦିଆଯାଇଥିଲା। ସେମାନଙ୍କୁ ଅଗଷ୍ଟ ମାସର ଦରମା ସହ ଅତିରିକ୍ତ ୪ ମାସର ଦରମା ମଧ୍ୟ ଦିଆଯିବ।

କମ୍ପାନୀରୁ ବିଦାୟ ସମୟରେ ମିଳୁଥିବା ସେଭରେନ୍ସ ପ୍ୟାକେଜରେ କର୍ମଚାରୀମାନଙ୍କୁ ଚୁକ୍ତି ଅନୁସାରେ ନୋଟିସ ପେ ଏବଂ ଏକକାଳୀନ ଅତିରିକ୍ତ ଅର୍ଥରାଶି ମଧ୍ୟ ଦିଆଯିବ। ଏହାଛଡ଼ା ୨୦୨୭ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ମେଡିକାଲ ଇନ୍‌ସୁରାନ୍ସ ସୁବିଧା ଏବଂ କାଉନସେଲିଂ ସେବା ମଧ୍ୟ କର୍ମଚାରୀମାନଙ୍କୁ ମିଳିବ ବୋଲି ରିପୋର୍ଟରେ କୁହାଯାଇଛି।

ଗତ କିଛି ମାସ ଧରି ଫୁଡ୍ ଡେଲିଭରି କମ୍ପାନୀଗୁଡ଼ିକ ନିଜର କାର୍ଯ୍ୟପ୍ରଣାଳୀରେ ବଡ଼ ପରିବର୍ତ୍ତନ କରୁଛନ୍ତି। ୨୦୨୫ ଏପ୍ରିଲରେ ମଧ୍ୟ ଜୋମାଟୋ ପ୍ରାୟ ୫୦୦ ଜଣ ଜୁନିୟର ସ୍ତରର କର୍ମଚାରୀଙ୍କୁ ଚାକିରିରୁ ବିଦା କରିଥିଲା ।

ଫୁଡ୍ ଡେଲିଭରି କ୍ଷେତ୍ରରେ ବଢ଼ୁଥିବା ପ୍ରତିଯୋଗିତାକୁ ଦୃଷ୍ଟିରେ ରଖି ଜୋମାଟୋ ନିଜର କଷ୍ଟମର ସପୋର୍ଟ ବ୍ୟବସ୍ଥାକୁ ଅଧିକ ଦକ୍ଷ କରିବାକୁ ଚେଷ୍ଟା କରୁଛି। ଅପରେଟିଂ ଖର୍ଚ୍ଚ ବଢ଼ାଇବା ବିନା କଷ୍ଟମର ସେବାକୁ କିପରି ଆହୁରି ଭଲ କରାଯାଇପାରିବ, ସେନେଇ କମ୍ପାନୀ ବିଭିନ୍ନ ଉପାୟ ଖୋଜୁଛି।

ଏହି ପ୍ରକ୍ରିୟାରେ କାମକୁ ଆଉଟସୋର୍ସ କରିବା ସହ ଅଧିକ ମାତ୍ରାରେ ଅଟୋମେସନ୍‌ ବ୍ୟବହାର କରିବାକୁ ଜୋମାଟୋ ଗୁରୁତ୍ୱ ଦେଉଛି।


About the Author

Author


Post navigation
Previous: ଉଡ଼ାଣର କିଛି ସମୟ ପରେ ଇଞ୍ଜିନ୍‌ରେ ତ୍ରୁଟି, ଗୋଆରେ ଇଣ୍ଡିଗୋ ବିମାନର ଜରୁରୀ ଅବତରଣNext: ୭ ଦିନରେ କମିବ ୫ କେଜି, କରନ୍ତୁ ଏହି ବ୍ୟାୟାମ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay