ଭୁବନେଶ୍ୱର,୩୦/୦୫:ଭୁବନେଶ୍ୱରରେ ପ୍ରସ୍ତାବିତ ନ୍ୟୁ ସିଟି ପ୍ରକଳ୍ପର ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ପାଇଁ ସିଙ୍ଗାପୁରର ସୁର୍ବନ୍ ଜୁରୋଙ୍ଗ ଇନଫ୍ରାଷ୍ଟ୍ରକ୍ଚର ପ୍ରାଇଭେଟ୍ ଲିମିଟେଡ୍କୁ ୯ ମାସ ସମୟ ଦିଆଯାଇଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଉପାଧ୍ୟକ୍ଷ ଚଞ୍ଚଳ ରାଣା।
ଗତକାଲି ଭୁବନେଶ୍ୱରରେ ନ୍ୟୁ ସିଟି ପ୍ରକଳ୍ପ ପାଇଁ ଏକ ଷ୍ଟେକହୋଲ୍ଡର ପରାମର୍ଶ ଓ କିକ୍-ଅଫ୍ ବୈଠକ ଅନୁଷ୍ଠିତ ହୋଇଥିଲା।
ଏହି ବୈଠକରେ ପ୍ରକଳ୍ପର ରୂପରେଖା, ସମ୍ଭାବନା ଏବଂ ଭବିଷ୍ୟତ ଯୋଜନା ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ବିଡିଏ ସୂଚନା ଅନୁଯାୟୀ, ଆଗାମୀ କିଛି ମାସ ମଧ୍ୟରେ ସ୍ଥାନୀୟ ଜନପ୍ରତିନିଧି, ହୋଟେଲ୍, ରିଏଲ୍ ଏଷ୍ଟେଟ୍, ପରିବହନ ଏବଂ ଅନ୍ୟାନ୍ୟ କ୍ଷେତ୍ରର ଷ୍ଟେକହୋଲ୍ଡରମାନଙ୍କ ସହ ଆହୁରି ପରାମର୍ଶ ବୈଠକ ଅନୁଷ୍ଠିତ ହେବ। ପ୍ରକଳ୍ପର ବିସ୍ତୃତ ପ୍ରକଳ୍ପ ରିପୋର୍ଟ (ଡିପିଆର) ମଧ୍ୟ ୯ ମାସ ମଧ୍ୟରେ ପ୍ରସ୍ତୁତ ହୋଇଯିବ।
ଏହି ବୈଠକରେ ଏସଜେଆଇ ଓ ଜେଏଲଏଲ୍ର ପ୍ରତିନିଧିମାନଙ୍କ ସମେତ ବନ, କାର୍ଯ୍ୟ, ଆଇଟି, ଶିଳ୍ପ ଓ ଅନ୍ୟାନ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଉଲ୍ଲେଖଯୋଗ୍ୟ ଯେ, ୨୦୨୫ ସେପ୍ଟେମ୍ବରରେ ରାଜ୍ୟ କ୍ୟାବିନେଟ୍ ପକ୍ଷରୁ "ନ୍ୟୁ ସିଟି ଡେଭଲପମେଣ୍ଟ" ପ୍ରକଳ୍ପକୁ ଅନୁମୋଦନ ମିଳିଥିଲା। ଭୁବନେଶ୍ୱର ଉନ୍ନୟନ ଯୋଜନା ଅଞ୍ଚଳ ଅନ୍ତର୍ଗତ ଗୋଠପଟଣା, ମଳିପଡ଼ା ଓ ଦାସପୁର ମୌଜାର ପ୍ରାୟ ୮୦୦ ଏକର ଜମିରେ ଏହି ଅତ୍ୟାଧୁନିକ ନ୍ୟୁ ସିଟି ଗଢ଼ି ଉଠିବ।
About the Author
Author
Post navigation
Previous: ରଜ ବଜାରରେ ଅନୁଭବଙ୍କ ଜଲୱା, ଟ୍ରେଣ୍ଡିଂରେ 'ଆମେ ବାଳୁଙ୍ଗା ଟୋକା'Next: ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ତରଫରୁ କ୍ୟାମ୍ପ କୋର୍ଟ
