Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ;ଆରମ୍ଭ ହେଲା ପୋଲ ଗୟଳର ଚଉପଟ କାମ

Yuva Samay 2 weeks ago

ପୁରୀ,୩୦/୦୫:ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଇଁ ତିନି ରଥର ନିର୍ମାଣ କାର୍ଯ୍ୟ ରଥଖଳାରେ ଦ୍ରୁତଗତିରେ ଆଗେଇ ଚାଲିଛି। ବର୍ତ୍ତମାନ ତିନି ରଥର ଦଣ୍ଡା ଫ୍ରେମ୍ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପୋଲ ଗୟଳର ଚଉପଟ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି।

ମହାରଣା ସେବକମାନେ ତିନି ରଥର ପାଞ୍ଚ ଦଣ୍ଡାରେ ମୁହାଁଟ ସଂଯୋଗ କରିବା ସହ ବିଭିନ୍ନ ଗଠନମୂଳକ କାର୍ଯ୍ୟ ସମ୍ପନ୍ନ କରୁଛନ୍ତି।

ଏହା ସହିତ ରଥର ପାର୍ଶ୍ୱ ଦଣ୍ଡା ସଂଯୋଗ ଏବଂ କୁଡିକା ଲଗାଇବା କାମ ଜାରି ରହିଛି।

ଅନ୍ୟପଟେ, କରତୀ ସେବକମାନେ ୪୦ ଫୁଟିଆ ପୋଲ ଗୟଳର ଚଉପଟ କାର୍ଯ୍ୟ ଆରମ୍ଭ କରିଥିବା ବେଳେ ରୂପକାର ସେବକମାନେ ସାଲ ଗୁଜ ଓ ତୀଖ ଗୁଜରେ ସୂକ୍ଷ୍ମ ଖୋଦେଇ କାର୍ଯ୍ୟର ଶେଷ ସ୍ପର୍ଶ ଦେଉଛନ୍ତି।

ଏଥିସହ ତିନି ରଥର ବେଦୀ ସିଂହାସନ ମୁହାଁଟରେ ପୂର୍ଣ୍ଣ କୁମ୍ଭ, ମତ୍ସ୍ୟ, ମୟୂର ଏବଂ ଡାଳିଲତାର ଆକର୍ଷଣୀୟ ଚିତ୍ର ଖୋଦେଇ କାର୍ଯ୍ୟ ଚାଲିଛି। ଦୋଳବେଦୀ ସ୍ଥିତ ଅସ୍ଥାୟୀ କମାର ଶାଳରେ ଓଝା କମାର ସେବକମାନେ ରଥ ନିର୍ମାଣ ପାଇଁ ଆବଶ୍ୟକ ବିଭିନ୍ନ କଣ୍ଟା ପ୍ରସ୍ତୁତ କରୁଛନ୍ତି।

ରଥଯାତ୍ରା ନିକଟତର ହେଉଥିବାରୁ ରଥଖଳାରେ ସେବକମାନଙ୍କ ବ୍ୟସ୍ତତା ବଢ଼ିଥିବା ବେଳେ ପାରମ୍ପରିକ ରୀତିନୀତି ଅନୁଯାୟୀ ରଥ ନିର୍ମାଣ କାର୍ଯ୍ୟ ସୁଚାରୁରୂପେ ଜାରି ରହିଛି।

About the Author

Author

Post navigation
Previous: ଦାବି ପୂରଣ ପାଇଁ ସରକାରଙ୍କୁ ୧୦ ଦିନର ମହଲତ; ନ ହେଲେ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଚେତାବନୀNext: ଆସନ୍ତାକାଲି ଆକାଶରେ ଦେଖାଯିବ ବିରଳ " ବ୍ଲୁ ମୁନ୍"

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay