Dailyhunt
ଆଜିଠାରୁ ରତ୍ନଭଣ୍ଡାରର ବାହାର ଗଣତି ଆରମ୍ଭ

ଆଜିଠାରୁ ରତ୍ନଭଣ୍ଡାରର ବାହାର ଗଣତି ଆରମ୍ଭ

Yuva Samay 1 week ago

ପୁରୀ,୦୮/୦୪:ଦ୍ୱିତୀୟ ପର୍ଯ୍ୟାୟ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି ଆରମ୍ଭ।ଦ୍ୱିତୀୟ ପର୍ଯ୍ୟାୟ ରତ୍ନଅଳଙ୍କାର ଗଣତି ମଣତି ପାଇଁ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କଲେ ଟିମ୍ ସଦସ୍ୟ ।ରତ୍ନଭଣ୍ଡାର ଗଣତି ମଣତି ପୂର୍ବରୁ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜଷ୍ଟିସ ବିଶ୍ୱନାଥ ରଥ, ପୁରୀ ଜିଲ୍ଲାପାଳ, SP ଓ ଅନ୍ୟ ସଦସ୍ୟମାନେ ଶ୍ରୀମନ୍ଦିର ଅଭିମୁଖେ ଯାଇଥିଲେ।ଟିମ୍ ସଦସ୍ୟମାନେ ସିଂହଦ୍ୱାର ନିକଟରେ ଦଣ୍ଡବତ କରି ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ।

ସୂଚନାଯୋଗ୍ୟ; ଆଜି ୨ ୟ ପର୍ଯ୍ୟାୟରେ ବାହାର ରତ୍ନଭଣ୍ଡାରରେ ଥିବା ଅଳଙ୍କାରର ଗଣତି ମଣତି କାର୍ଯ୍ୟ କରାଯିବ।ଏହା ଲଗାତାର ୪ ଦିନ ଧରି (୧୧ ତାରିଖ ଯାଏଁ) ଚାଲିବ। ୧୨ ତାରିଖ ରବିବାର ବନ୍ଦ ରହି ପୁଣି ଥରେ ୧୩ ତାରିଖରେ ହେବ। ୧୪ ଓ ୧୫ ଦୁଇଦିନ ବନ୍ଦ ରହିବା ପରେ ୧୬ରୁ ୧୮ ତାରିଖ ତିନିଦିନ ଲଗାତାର ଜାରି ରହିବ। ଏହା ପରେ କେବେ ଗଣତି ହେବ ସେ ନେଇ ଆଲୋଚନା ପରେ ତାରିଖ ଧାର୍ଯ୍ୟ ହେବ।

ଗତ ୨୫ ତାରିଖ ଦିନ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ଚଳନ୍ତି ଭଣ୍ଡାରର ରତ୍ନ ସବୁ ଗଣାଯାଇ ୧୯୭୮ ମସିହା ତାଲିକା ସହ ମେଳକ କରାଯାଇଥିଲା। ଅଳଙ୍କାର ସବୁକୁ ଅଲଗା ଅଲଗା ସିନ୍ଦୁକରେ ରଖାଯିବା ସହ ସବୁ ରତ୍ନର କ୍ୟାଟ୍‌ଲଗ୍‌ ପ୍ରସ୍ତୁତ କରାଯାଇଥିଲା। ରତ୍ନଗୁଡ଼ିକର ଓଜନ କରାଯିବା ସହ ପ୍ରଥମ ଥର ପାଇଁ ମୁଖ୍ୟ ଅଳଙ୍କାରଗୁଡ଼ିକର ୩ଡି-ମ୍ୟାପିଂ କରାଯାଇଥିଲା।


Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay