Share this article:
ଭୁବନେଶ୍ୱର: ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଆସନ୍ତା ସୋମବାର, ଅଗଷ୍ଟ ୩୧ ତାରିଖରେ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣି ବାତିଲ୍ କରାଯାଇଛି। ଅନ୍ୟ କିଛି ଜରୁରୀ ସରକାରୀ କାର୍ଯ୍ୟକ୍ରମ ଥିବାରୁ ଏହି ଅଭିଯୋଗ ଶୁଣାଣି ହେବ ନାହିଁ।
ସାଧାରଣ ପ୍ରଶାସନ ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏନେଇ ଏକ ବିଜ୍ଞପ୍ତି ଜାରି କରାଯାଇ ଶୁଣାଣି ବାତିଲ୍ ହୋଇଥିବା ସ୍ପଷ୍ଟ କରାଯାଇଛି।
ଜନ ଅଭିଯୋଗ ଶୁଣାଣିର ପରବର୍ତ୍ତୀ ତାରିଖ ପରେ ଖବରକାଗଜ ଏବଂ ଅନ୍ୟ ଗଣମାଧ୍ୟମ ଜରିଆରେ ସାଧାରଣ ଲୋକଙ୍କୁ ଜଣାଇ ଦିଆଯିବ ବୋଲି ବିଭାଗ କହିଛି।
ତେଣୁ ପରବର୍ତ୍ତୀ ଶୁଣାଣି ସମ୍ପର୍କିତ ସୂଚନା ପାଇଁ ଲୋକମାନେ ସରକାରଙ୍କ ଅଧିକାରିକ ସୂଚନା ଓ ଗଣମାଧ୍ୟମ ଉପରେ ନଜର ରଖିବାକୁ କୁହାଯାଇଛି।
About the Author
Author
Post navigation
Previous: ମମତାଙ୍କ ବିରୋଧରେ ରୁଜୁ ହେଲା ମାମଲାNext: ଆମେରିକା ସହ ଆଲୋଚନା ପାଇଁ ପ୍ରସ୍ତୁତ ଇରାନ, ହେଲେ ରହିଛି ବଡ଼ ସର୍ତ୍ତ!
