Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଭୁବନେଶ୍ୱର ମଣିପାଲ ହସ୍ପିଟାଲରେ ଅତ୍ୟାଧୁନିକ ପିଇଟି/ସିଟି ସ୍କାନିଂ ଫ୍ୟାସିଲିଟି ଓ ନୂତନ ଓପିଡ଼ି ସେବାର ଶୁଭାରମ୍ଭ

Yuva Samay 1 week ago

Share this article:

ଭୁବନେଶ୍ୱର, ୩୧ ଅଗଷ୍ଟ ୨୦୨୬: ଓଡ଼ିଶାରେ କ୍ୟାନସର ରୋଗର ଉନ୍ନତ ଚିହ୍ନଟ, ମୂଲ୍ୟାଙ୍କନ ଏବଂ ଚିକିତ୍ସାର ଅଗ୍ରଗତି ନିରୀକ୍ଷଣକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ "ମଣିପାଲ କମ୍ପ୍ରିହେନସିଭ୍ ସ୍କାନିଂ ଫ୍ୟାସିଲିଟି" ସହିତ ଅତ୍ୟାଧୁନିକ ପିଇଟି/ସିଟି ସ୍କାନିଂ ସୁବିଧାର ସୁଭାରମ୍ଭ କରାଯାଇଛି।

ଏହି ସୁବିଧା ଦ୍ୱାରା ରୋଗୀଙ୍କ ଶରୀରର ଟିସୁ ଓ ଅଙ୍ଗପ୍ରତ୍ୟଙ୍ଗର ଗଠନ ସହ ସେଗୁଡ଼ିକର କାର୍ଯ୍ୟକ୍ଷମତା ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରିବ, ଯାହା ଡାକ୍ତରମାନଙ୍କୁ କ୍ୟାନସର ଚିକିତ୍ସାର ବିଭିନ୍ନ ପର୍ଯ୍ୟାୟରେ ଉଚିତ ନିଷ୍ପତ୍ତି ନେବାରେ ବିଶେଷ ସହାୟକ ହେବ। ଏହାସହିତ ହସ୍ପିଟାଲ ପରିସରରେ ଏକ ନୂତନ ଆଉଟ୍ ପେସେଣ୍ଟ ବିଭାଗ (ଓପିଡ଼ି) ସେବା ମଧ୍ୟ ଆରମ୍ଭ କରାଯାଇଛି, ଯାହା ଫଳରେ ରୋଗୀମାନେ ଗୋଟିଏ ଛାତ ତଳେ ବିଶେଷଜ୍ଞ ଡାକ୍ତରଙ୍କ ପରାମର୍ଶ, ବିଭିନ୍ନ ପରୀକ୍ଷା ନିରୀକ୍ଷା ଓ ପରବର୍ତ୍ତୀ ଚିକିତ୍ସା ସୁବିଧା ଅତି ସହଜରେ ପାଇପାରିବେ।

ଉଦ୍‌ଘାଟନୀ ଅବସରରେ ମଣିପାଲ ହସ୍ପିଟାଲର ଚିଫ୍ ପିପୁଲ୍ ଅଫିସର ପାର୍ଥ ଦାସ, ମଣିପାଲ ହସ୍ପିଟାଲ ଭୁବନେଶ୍ୱରର ସାଉଥ୍ ଇଷ୍ଟ କ୍ଲଷ୍ଟର ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ରଙ୍କ ସମେତ ବରିଷ୍ଠ ପରିଚାଳନା କର୍ମକର୍ତ୍ତା, ଡାକ୍ତର ଓ ହସ୍ପିଟାଲର ସମସ୍ତ କର୍ମଚାରୀମାନେ ଉପସ୍ଥିତ ଥିଲେ। ପିଇଟି/ସିଟି ସ୍କାନିଂରେ ଦୁଇଟି ପ୍ରଯୁକ୍ତିକୁ ଏକାସାଙ୍ଗରେ ବ୍ୟବହାର କରାଯାଇଥାଏ, ଯେଉଁଥିରେ ପିଇଟି ସ୍କାନ୍ କ୍ୟାନସର ଟିସୁ ଓ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକାରିତା ଦର୍ଶାଉଥିବା ବେଳେ ସିଟି ସ୍କାନ୍ ଶରୀରର ଆଭ୍ୟନ୍ତରୀଣ ଗଠନର ସ୍ପଷ୍ଟ ଚିତ୍ର ପ୍ରଦାନ କରେ। ଏହି ଦୁଇଟି ସେବାର ସମନ୍ୱୟ ଦ୍ୱାରା କ୍ୟାନସରର ଅସ୍ୱାଭାବିକ ସ୍ଥାନ ଚିହ୍ନଟ, ରୋଗର ବ୍ୟାପକତା ନିର୍ଣ୍ଣୟ ଏବଂ ଚିକିତ୍ସା ସମୟରେ ହେଉଥିବା ପରିବର୍ତ୍ତନଗୁଡ଼ିକୁ ନିୟମିତ ନଜର ରଖିବା ସହଜ ହେବ।

ଏହି ଅବସରରେ ମଣିପାଲ ହସ୍ପିଟାଲର ଚିଫ୍ ପିପୁଲ୍ ଅଫିସର ପାର୍ଥ ଦାସ ପ୍ରକାଶ କରିଛନ୍ତି ଯେ, ଏହି ସୁବିଧା ଓ ନୂତନ ଓପିଡ଼ି ସେବା ଆରମ୍ଭ ଦ୍ୱାରା ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଲୋକଙ୍କ ନିକଟରେ ଉନ୍ନତ ରୋଗ ନିର୍ଣ୍ଣୟ ଓ ଅତ୍ୟାଧୁନିକ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛି। ସେହିପରି ସାଉଥ୍ ଇଷ୍ଟ କ୍ଲଷ୍ଟର ଡାଇରେକ୍ଟର ଡାକ୍ତର ଶକ୍ତିମୟ ମହାପାତ୍ର କହିଛନ୍ତି ଯେ, କ୍ୟାନସର ଚିକିତ୍ସାରେ ପିଇଟି/ସିଟି ସ୍କାନ୍ ଅତ୍ୟନ୍ତ ଉପଯୋଗୀ ହୋଇଥିବାରୁ ଏବେ ଓଡ଼ିଶାର ରୋଗୀମାନଙ୍କୁ ଏହି ଉନ୍ନତ ସେବା ପାଇଁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ।


About the Author

Author


Post navigation
Previous: ଅଙ୍ଗଦାନ ଅଭାବରୁ ଭାରତରେ ଦୈନିକ ୨୦ ମୃତ୍ୟୁ: ସମ୍ ଅଲ୍ଟିମେଟ୍‌ ମେଡିକେୟାର ପକ୍ଷରୁ 'ଅଙ୍ଗଦାନ ମହୋତ୍ସବ' ଆୟୋଜିତNext: ମୁମ୍ବାଇ କ୍ଷୀର ଦରରେ ଏକାଥରକେ ୯ ଟଙ୍କା ବୃଦ୍ଧି

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay