ହୋମ
ବ୍ରାଜିଲକୁ ପଠାଗଲା ଟିକା: ହନୁମାନ ଜିଙ୍କ ଫଟୋ ସେୟାର କରି ଧନ୍ୟବାଦ ଜଣାଇଲେ ରାଷ୍ଟ୍ରପତି ବୋଲସନାରୋ

ଭାରତରୁ ବ୍ରାଜିଲକୁ କରୋନା ଟିକା ପଠାଯାଇଛି। କରୋନା ବିରୋଧରେ ଲଢ଼େଇରେ ଭାରତର ଏହି ଅବଦାନରେ ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋ ଆନନ୍ଦିତ। ସେ ପ୍ରଭୁ ହନୁମାନ ଜିଙ୍କ ଏକ ଫଟୋ ଟ୍ୱିଟ କରି ଭାରତକୁ ଧନ୍ୟବାଦ ଜଣାଇଛନ୍ତି। ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।
ଏକ ନ୍ୟୁଜ୍ ଏଜେନ୍ସି ଅନୁଯାୟୀ ବ୍ରାଜିଲର ରାଷ୍ଟ୍ରପତି ବୋଲସନାରୋ କହିଛନ୍ତି ଯେ ନମସ୍କାର ନରେନ୍ଦ୍ର ମୋଦୀ ଜୂ.. ବିଶ୍ୱ ବାଧାକୁ ଦୂର କରିବା ପାଇଁ ବ୍ରାଜିଲ ଆଜି ଭାରତର ଜଣେ ମହାନ ଅଂଶୀଦାର ହୋଇଥିବାରୁ ନିଜକୁ ଅତ୍ୟଧିକ ଗୌରବାନ୍ୱିତ ମନେ କରୁଛି। ବ୍ରାଜିଲକୁ କରୋନା ଟିକା ଭାବରେ ସାହାଯ୍ୟ କରିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ |
Image :Zee5
ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି ଯେ ମହାମାରୀ କୋଭିଡ -୧୯ ବିରୋଧରେ ଲଢ଼େଇରେ ବ୍ରାଜିଲର ଜଣେ ନିର୍ଭରଯୋଗ୍ୟ ଅଂଶୀଦାର ହେବା ଗୌରବର ବିଷୟ।
ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆମର ସହଯୋଗକୁ ମଜବୁତ କରିବା ଜାରି ରଖିବୁ। '
ବ୍ରାଜିଲରେ ଥିବା ଭାରତୀୟ ରାଷ୍ଟ୍ରଦୂତ କହିଛନ୍ତି ଯେ ଆଜି ଭାରତ-ବ୍ରାଜିଲ ସମ୍ପର୍କର ଏକ ଐତିହାସିକ ଦିନ। ବ୍ରାଜିଲ ହେଉଛି ପ୍ରଥମ ଦେଶ ଯିଏକି କୋଭିଡ ଟିକା consignment ଗ୍ରହଣ କରିଛି। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମେ ସମସ୍ତ ଦେଶକୁ ଟିକା ପ୍ରଦାନ କରିବୁ ଏବଂ ଆମେ ସେହି ଦିଗରେ କାର୍ଯ୍ୟ ଜାରି ରଖିବୁ।
ବ୍ରାଜିଲରେ କରୋନା ଭାଇରସ ବର୍ତ୍ତମାନ ମଧ୍ୟ ଦ୍ରୁତ ଗତିରେ ବ୍ୟାପୁଛି। ବ୍ରାଜିଲରେ କରୋନା ପୀଡିତଙ୍କ ସଂଖ୍ୟା ୮୬.୯୭ ଲକ୍ଷ ଅତିକ୍ରମ କରିଛି ଏବଂ ବର୍ତ୍ତମାନ ସୁଦ୍ଧା ୨.୧୪ ଲକ୍ଷ ଲୋକ ପ୍ରାଣ ହରାଇଛନ୍ତି।