Share this article:
ଭୁବନେଶ୍ୱର: ଡାବରର ଅଗ୍ରଣୀ ଇନ୍ଷ୍ଟାଂଟ ଏନର୍ଜି ଡ୍ରିଙ୍କ, ଡାବର ଗ୍ଲୁକୋଜ ପକ୍ଷରୁ ଯୁବ କ୍ରୀଡା ପ୍ରତିଭାଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏକ ମେଗା କ୍ୟାମ୍ପେନ 'ଏନର୍ଜାଇଜ ଇଣ୍ଡିଆ'ର ଶୁଭାରମ୍ଭ କରାଯାଇଛି । ଏହି କ୍ୟାମ୍ପେନ ଭାରତର ପ୍ରମୁଖ ସ୍ପୋର୍ଟସ ଏକାଡେମୀଗୁଡିକରେ ଯୁବ ଆଥ୍ଲେଟମାନଙ୍କୁ ଶକ୍ତି ଓ ସାମର୍ଥ୍ୟର ମହତ୍ୱ ସମ୍ପର୍କରେ ସଚେତନ କରିବ ।
ଏହି କ୍ୟାମ୍ପେନର ଅଂଶଭାବେ ଡାବର ଗ୍ଳୁକୋଜ ନୀଳାଦ୍ରି ବିହାରସ୍ଥିତ ୟୁନିକର୍ଣ୍ଣ ସ୍କେଟିଙ୍ଗ କ୍ଲବ ଭୁବନେଶ୍ୱରଠାରେ ଶକ୍ତି ଓ ସାମର୍ଥ୍ୟ ପରିଚାଳନା ଉପରେ ଏକ ସ୍ୱତନ୍ତ୍ର ସଚେତନତା ଅଧିବେଶନ ପରିଚାଳନା କରାଯାଇଛି । ଉକ୍ତ କ୍ଷେତ୍ରରେ ପ୍ରତିଷ୍ଠିତ ଡାକ୍ତର ଓ ବିଶେଷଜ୍ଞମାନେ ଯୋଗ ଦେଇଥିଲେ । ଏହି ଅଧିବେଶନ କ୍ରୀଡାବିତମାନଙ୍କୁ ନିଜର ପ୍ରଦର୍ଶନ ଉନ୍ନତ କରିବା ଓ ନିଜର ସମ୍ପୂର୍ଣ୍ଣ କ୍ଷମତା ହାସଲ କରିବାରେ ସାହାଯ୍ୟ କରିବା ପାଇଁ ମୂଲ୍ୟବାନ ତଥ୍ୟ ଓ ରଣନୀତି ପ୍ରଦାନ କରିଛି । ଏହି ଅବସରରେ ଡାବର ପକ୍ଷରୁ ଏହି ଏକାଡେମୀର ଶୀର୍ଷ କ୍ରୀଡାବିତମାନଙ୍କୁ ସମ୍ମାନିତ କରାଯାଇଥିଲା ।
ଏହି କ୍ୟାମ୍ପେନ ସମ୍ପର୍କରେ ଡାବର ଇଣ୍ଡିଆ ଲିମିଟେଡର ହେଲ୍ଥ ସପ୍ଲିମେଂଟ୍ସ ବିଭାଗର ମାର୍କେଟିଂ ହେଡ ଅମିତ ଗର୍ଗ କହିଛନ୍ତି, "ଆମେ ଯୁବ କ୍ରୀଡାବିତଙ୍କ ମଧ୍ୟରେ ଶକ୍ତି ଓ ସାମର୍ଥ୍ୟର ମହତ୍ୱକୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କୁ ନିଜ କ୍ରୀଡା କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବା ପାଇଁ ଆବଶ୍ୟକ ଶକ୍ତି ପ୍ରଦାନ କରିବା ପାଇଁ ଆମର 'ଏନର୍ଜାଇଜ ଇଣ୍ଡିଆ' କ୍ୟାମ୍ପେନ ଲଂଚ କରି ଖୁସି ଅନୁଭବ କରିଛୁ । ଏକ ବ୍ରାଣ୍ଡ ଭାବେ ଡାବର ଗ୍ଲୁକୋଜ କ୍ରୀଡାବିତ, କ୍ରୀଡାପ୍ରେମୀ ଓ ସକ୍ରିୟ ଜୀବନଶୈଳୀ ବଂଚୁଥିବା ଲୋକଙ୍କ ପାଇଁ ଏକ ଉପଯୁକ୍ତ ଫିଟ୍ । ଏହି ଉତ୍ପାଦକୁ ଏକ ତତ୍କାଳ ଶକ୍ତି ବୃଦ୍ଧି ପ୍ରଦାନ କରିବା ପାଇଁ ଡିଜାଇନ କରାଯାଇଛି ।
ଡାବର ଗ୍ଲୁକୋଜ ସବୁବେଳେ ଯୁବପିଢିଙ୍କ ପାଇଁ ଏକ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପ୍ରତି ପ୍ରତିବଦ୍ଧ ରହିଛି । ଯୁବ କ୍ରୀଡାବିତଙ୍କ ସହ ଏହି ସହଭାଗିତା ଉକ୍ତ ଲକ୍ଷ୍ୟ ହାସଲ କରିବା ଦିଗରେ ଆଉ ଏକ ପଦକ୍ଷେପ ଅଟେ । ଏହାର ସତେଜ ସ୍ୱାଦ ଓ ତତ୍କାଳ ଶକ୍ତି ବୃଦ୍ଧି ସହିତ ଡାବର ଗ୍ଲୁକୋଜ ହେଉଛି ଯୁବ କ୍ରୀଡାବିତଙ୍କ ପାଇଁ ଶକ୍ତିସମ୍ପନ୍ନ ରହିବା ଓ ନିଜର ସର୍ବୋତମ ପ୍ରଦର୍ଶନ କରିବା ପାଇଁ ଏକ ଉପଯୁକ୍ତ ପସନ୍ଦ ।" ଏହି ଲଂଚ କାର୍ଯ୍ୟକ୍ରମରେ ଆୟୋଜିତ ଏନର୍ଜି ଅଧିବେଶନକୁ ଅଜୟ ଭୁଷଣ ସାହୁ, ଦେବାଶିଷ ପଟ୍ଟନାୟକ, ଆଶୁତୋଷ ମଲ୍ଲିକ, ଶ୍ରୀତମ ମିଶ୍ର, ପ୍ରଦୀପ୍ତ ଗିରି ଓ ସତ୍ୟପ୍ରକାଶ ମଲ୍ଲିକ ପରିଚାଳନା କରିଥିଲେ ।
About the Author
Author
Post navigation
Previous: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ: କାଲିଠାରୁ ରାଜ୍ୟରେ ବଢ଼ିବ ବର୍ଷାର ପ୍ରକୋପ, ସମୁଦ୍ର ମନାNext: କେଏଲଏଫ ବୁକ୍ ଆୱାର୍ଡସ ୨୦୨୬ ପାଇଁ ଇଂରାଜୀ ସର୍ଟଲିଷ୍ଟ ଘୋଷିତ
