ଭୁବନେଶ୍ୱର,୩୦/୦୫:ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଆଜି ଅନୁଷ୍ଠିତ କାର୍ଯ୍ୟକାରୀ କମିଟି ବୈଠକରେ ବିଭିନ୍ନ ଦାବି ଉପରେ ଆଲୋଚନା କରାଯାଇଛି। ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି ପୂରଣ ପାଇଁ ୧୦ ଦିନର ମହଲତ ଦିଆଯାଇଛି।
ବୈଠକରେ ବସ୍ ଭଡ଼ା ବୃଦ୍ଧି, ବାର୍ଷିକ ରକ୍ଷଣାବେକ୍ଷଣ ଖର୍ଚ୍ଚ ବୃଦ୍ଧି ଏବଂ ବେସ୍ ପ୍ରାଇଜ୍ ସଂଶୋଧନ ସମ୍ପର୍କିତ ପ୍ରସଙ୍ଗ ଉଠାଯାଇଥିଲା।
ବର୍ତ୍ତମାନ ସମୟରେ ପରିଚାଳନା ଖର୍ଚ୍ଚ ଉଲ୍ଲେଖନୀୟ ଭାବେ ବଢ଼ିଥିବାରୁ ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସଂଘ ଦାବି କରିଛି।
ଏହି ଦାବିଗୁଡ଼ିକ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ବୈଠକରେ ରାଜ୍ୟର ସମସ୍ତ ଜିଲ୍ଲାରୁ ସଂଘର କର୍ମକର୍ତ୍ତାମାନେ ଯୋଗଦେଇ ନିଜ ମତାମତ ରଖିଥିଲେ।
ସଂଘ ସ୍ପଷ୍ଟ କରିଛି ଯେ, ଆସନ୍ତା ୧୦ ଦିନ ମଧ୍ୟରେ ସରକାର ଦାବି ପୂରଣ ଦିଗରେ ସକାରାତ୍ମକ ପଦକ୍ଷେପ ନ ନେଲେ ରାଜ୍ୟବ୍ୟାପୀ ବସ୍ ଧର୍ମଘଟ ଆରମ୍ଭ କରାଯିବ। ଧର୍ମଘଟ ହେଲେ ରାଜ୍ୟରେ ଘରୋଇ ବସ୍ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ସଂଘ ଚେତାବନୀ ଦେଇଛି।
About the Author
Author
Post navigation
Previous: ଶୀତଳ ଷଷ୍ଠୀ ମହୋତ୍ସବକୁ ସରକାରୀ ପ୍ରୋତ୍ସାହନ, ମିଳିଲା ୧ କୋଟି ୮ ଲକ୍ଷ ଟଙ୍କାNext: ଆଗେଇ ଚାଲିଛି ରଥ ନିର୍ମାଣ କାର୍ଯ୍ୟ;ଆରମ୍ଭ ହେଲା ପୋଲ ଗୟଳର ଚଉପଟ କାମ
