Dailyhunt
ଏପ୍ରିଲ ୩୦ ସୁଦ୍ଧା ସାଲିଆ ସାହି ନିକଟ ସମାନ୍ତରାଳ ରାସ୍ତା ଖୋଲିବ

ଏପ୍ରିଲ ୩୦ ସୁଦ୍ଧା ସାଲିଆ ସାହି ନିକଟ ସମାନ୍ତରାଳ ରାସ୍ତା ଖୋଲିବ

Yuva Samay 4 days ago

ଭୁବନେଶ୍ୱର,୦୮/୦୪:ଆସନ୍ତା 30 ତାରିଖରେ ଖୋଲିବ ସାଲିଆ ସାହି ନୂଆ ରାସ୍ତା ।ଏହି ସୂଚନା ଦେଇଛନ୍ତି ଆଇନ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ପୂର୍ବରୁ 15 ତାରିଖ ସୁଦ୍ଧା କାମ ସାରିବାକୁ କୁହା ଯାଇଥିଲା।ହେଲେ ସେ ରାସ୍ତାରେ କିଛି ପରିବର୍ତନ ଯୋଗୁଁ ଏହା 30 ସୁଦ୍ଧା ସାରି ସେହି ଦିନ ଉଦ୍ଘାଟନ କରିବାକୁ ଲକ୍ଷ୍ୟ ରଖାଯାଇଥିବା ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।ରାସ୍ତା କୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ଡିଜାଇନ ରେ କିଛି ପରିବର୍ତନ କରାଯାଇଛି।

ତେବେ ରାଜଧାନୀକୁ ଭିଡ଼ ମୁକ୍ତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୩୭ ଟି ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି । ଏହି ୩୭ ରାସ୍ତାର ପ୍ରଥମ ରାସ୍ତା ହେଉଛି ସାଲିଆ ସାହି ରାସ୍ତା।ଦୀର୍ଘ ଦିନ ଧରି ଏହି ରାସ୍ତା ହୋଇ ପାରୁନଥିବା ବେଳେ ଆମ ସରକାର ଆସିବା ପରେ ଏହାକୁ ତ୍ୱରାନ୍ୱିତ କରିଲୁ । ଆସନ୍ତା ୩୦ ରେ ଏହା ଉଦ୍ଘାଟନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହାକୁ ଉଦଘାଟନ କରିବେ ବୋଲି ସେ ସୂଚନା ଦେଇଛନ୍ତି।


Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay