Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଲେ ଆପ୍ ସାଂସଦ ସଞ୍ଜୟ ସିଂହ

Yuva Samay 6 hrs ago

କେଉଁଝର,୨୫/୦୫:କେନ୍ଦୁଝର ଜିଲ୍ଲା ଡିଆନାଳି ଗ୍ରାମରେ ଟଙ୍କା ପାଇଁ ପୋତା ଶବର କଙ୍କାଳ ଖୋଳି ବ୍ୟାଙ୍କକୁ ନେଇଥିବା ଘଟଣା ସମଗ୍ର ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ, ପୀଡ଼ିତ ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚିଛନ୍ତି ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହ।

ସାଂସଦ ସଞ୍ଜୟ ସିଂହ ଜିତୁ ମୁଣ୍ଡା ଓ ତାଙ୍କ ପରିବାର ସହ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ ।

ଏହାସହ ଗ୍ରାମରେ ଦୀର୍ଘଦିନ ଧରି ଲାଗି ରହିଥିବା ପାନୀୟ ଜଳ ସମସ୍ୟା ନେଇ ମଧ୍ୟ ସେ ଚିନ୍ତା ପ୍ରକାଶ କରିଥିଲେ । ଗାଁର ପାନୀୟ ଜଳ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନିଜ ସାଂସଦ ପାଣ୍ଠିରୁ ଅର୍ଥ ବ୍ୟୟ କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ସମୟରେ ଆମ୍ ଆଦମୀ ପାର୍ଟିର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ଓ ଦଳର ଅନେକ କର୍ମୀ ମଧ୍ୟ ଜିତୁ ମୁଣ୍ଡାଙ୍କ ଘରେ ପହଞ୍ଚି ପରିବାରକୁ ସାନ୍ତ୍ୱନା ଜଣାଇଥିଲେ ।

ପୂର୍ବରୁ ଏହି ଅମାନବୀୟ ଘଟଣାକୁ ନେଇ ଆମ୍ ଆଦମୀ ପାର୍ଟି ପକ୍ଷରୁ ଜିତୁ ମୁଣ୍ଡାଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ପାନୀୟ ଜଳ ସମସ୍ୟା ସମ୍ପର୍କରେ ସାଂସଦ ସଞ୍ଜୟ ସିଂହଙ୍କୁ ଅବଗତ କରାଯାଇଥିବା ପରେ ସେ ନିଜେ ଗ୍ରାମକୁ ଆସିବାକୁ ଇଚ୍ଛା ପ୍ରକାଶ କରିଥିବା କହିଛନ୍ତି ଦଳର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ।

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay