Share this article:
ନୂଆଦିଲ୍ଲୀ: ରୁଷିଆର ରାଜଧାନୀ ମସ୍କୋର ଏକ ରେଷ୍ଟୁରାଣ୍ଟରେ ବୋମା ବିସ୍ଫୋରଣ ଘଟି ବଡ଼ ଅଘଟଣ ଘଟିଛି। ଜଣେ ମହିଳା ସାଙ୍ଗରେ ନେଇ ଆସିଥିବା ବୋମା ଫାଟିବାରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୧ ଜଣ ଆହତ ହୋଇଛନ୍ତି।
ଏହି ଘଟଣା ମସ୍କୋର କୁଦ୍ରିନସ୍କାୟା ସ୍କୋୟାର ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଘଟିଥିବା ଜଣାପଡ଼ିଛି।
ଅଧିକାରୀଙ୍କ ସୂଚନା ଅନୁସାରେ, ବିସ୍ଫୋରଣରେ ମୃତକଙ୍କ ମଧ୍ୟରେ ବୋମା ନେଇ ଆସିଥିବା ମହିଳାଙ୍କ ସହ ଜଣେ ସୁରକ୍ଷା କର୍ମୀ ଏବଂ ଜଣେ ରେଷ୍ଟୁରାଣ୍ଟ ଗ୍ରାହକ ରହିଛନ୍ତି। ଏହି ଘଟଣାରେ ୨୧ ଜଣ ଗୁରୁତର ଆହତ ହୋଇଥିବା କୁହାଯାଇଛି।
ରିପୋର୍ଟ ଅନୁସାରେ, ବୋମା ନେଇ ଆସିଥିବା ମହିଳା ରେଷ୍ଟୁରାଣ୍ଟ ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ସେଠାରେ ଥିବା ସୁରକ୍ଷା କର୍ମୀ ତାଙ୍କୁ ଭିତରକୁ ଯିବାକୁ ଅନୁମତି ଦେଇନଥିଲେ। ଏହାର କିଛି ସମୟ ପରେ ମହିଳାଙ୍କ ପାଖରେ ଥିବା ବୋମା ବିସ୍ଫୋରଣ ହୋଇଥିବା ଜଣାପଡ଼ିଛି।
ଘଟଣା ପରେ ପୋଲିସ ଏବଂ ସୁରକ୍ଷା ଏଜେନ୍ସି ତଦନ୍ତ ଆରମ୍ଭ କରିଛନ୍ତି। ବିସ୍ଫୋରଣର ପ୍ରକୃତ କାରଣ ଓ ଏହା ପଛରେ ଥିବା ଉଦ୍ଦେଶ୍ୟ ଜାଣିବା ପାଇଁ ତଦନ୍ତ ଚାଲିଛି।
ମାମଲାରେ ଅଧିକ ତଥ୍ୟ ପାଇଁ ସୁରକ୍ଷା ଏଜେନ୍ସି ପକ୍ଷରୁ ତଦନ୍ତ ଜାରି ରହିଛି।
About the Author
Author
Post navigation
Previous: NEET-PG 2026 ପାଇଁ ପ୍ରସ୍ତୁତିର ସମୀକ୍ଷା କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାNext: ଜାପାନରେ ଭୟଙ୍କର ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧି
