Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ଓଡ଼ିଶା ସରକାରଙ୍କ ବଡ଼ ନିଷ୍ପତ୍ତି: କମିଲା PUCC ଜରିମାନା

Yuva Samay 2 weeks ago

Share this article:

ଭୁବନେଶ୍ୱର: ଗାଡ଼ି ମାଲିକମାନଙ୍କ ପାଇଁ ବଡ଼ ଆଶ୍ୱସ୍ତି ଖବର ଆଣିଛନ୍ତି ଓଡ଼ିଶା ସରକାର। ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର (PUCC) ନଥିଲେ ଲାଗୁଥିବା ଜରିମାନାକୁ କମାଇ ଦିଆଯାଇଛି। ପୂର୍ବରୁ ଏଥିପାଇଁ ୧୦ ହଜାର ଟଙ୍କା ଜରିମାନା ଦେବାକୁ ପଡ଼ୁଥିବା ବେଳେ ଏବେ ଏହାକୁ ୬ ହଜାର ଟଙ୍କାକୁ କମାଇ ଦିଆଯାଇଛି।

ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଆଜି ଏହି ବଡ଼ ଘୋଷଣା କରିଛନ୍ତି। ନୂଆ ନିୟମ ଅନୁସାରେ, ଦୁଇଚକିଆ ଗାଡ଼ି ପାଇଁ ପ୍ରଥମ ଥର PUCC ନିୟମ ଉଲ୍ଲଂଘନ କଲେ ୧,୦୦୦ ଟଙ୍କା ଏବଂ ଦ୍ୱିତୀୟ ଥର ଉଲ୍ଲଂଘନ କଲେ ୨,୦୦୦ ଟଙ୍କା ଜରିମାନା ଲାଗିବ।

ସେହିପରି, ଚାରିଚକିଆ ଗାଡ଼ି ପାଇଁ ପ୍ରଥମ ଥର PUCC ନିୟମ ଉଲ୍ଲଂଘନ କଲେ ୨,୦୦୦ ଟଙ୍କା ଜରିମାନା ଦେବାକୁ ପଡ଼ିବ। ମନ୍ତ୍ରୀ କହିଛନ୍ତି ଯେ, ସମସ୍ତ ଗାଡ଼ି ମାଲିକଙ୍କୁ ଯାନବାହନ ସମ୍ବନ୍ଧୀୟ ସମସ୍ତ ନିୟମ ମାନିବାକୁ ପଡ଼ିବ। ଗାଡ଼ିର ପ୍ରଦୂଷଣ ପ୍ରମାଣପତ୍ର (PUCC) ରଖିବା ବାଧ୍ୟତାମୂଳକ। ସଡ଼କ ଦୁର୍ଘଟଣା ରୋକିବା ପାଇଁ ସରକାର କଡ଼ା ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି।

ଏହା ପୂର୍ବରୁ ଅନେକ ରାଜ୍ୟରେ ସମାନ ଗାଡ଼ି ପାଇଁ ପ୍ରଥମ ଥର PUCC ନିୟମ ଉଲ୍ଲଂଘନରେ ୧,୦୦୦ ଟଙ୍କା ଏବଂ ଦ୍ୱିତୀୟ ଥର ୨,୦୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଓଡ଼ିଶାରେ ଏଥିପାଇଁ ୧୦,୦୦୦ ଟଙ୍କାର ବଡ଼ ଜରିମାନା ଲାଗୁ କରାଯାଇଥିଲା।

ବିଭିନ୍ନ ଟୋଲ୍‌ଗେଟ୍‌ରେ ଏହି ନିୟମ ଅନୁସାରେ ସ୍ୱୟଂଚାଳିତ ଭାବେ ଚାଲାଣ କଟିବା ଆରମ୍ଭ ହେବା ପରେ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏହା ପରେ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଜରିମାନା ରାଶି କମାଇବାକୁ ଘୋଷଣା କରାଯାଇଥିଲା। ଏବେ ଏହି ଜରିମାନା ୧୦ ହଜାର ଟଙ୍କାରୁ ୬ ହଜାର ଟଙ୍କାକୁ କମିଛି।


About the Author

Author


Post navigation
Previous: ଯମୁନାରେ ଓଲଟିଲା ସେନା ବୋଟ୍‌, ୨ ଯବାନ ନିଖୋଜNext: ଇରାନରେ ଚାଲିଥିବା ବିବାହ ଉତ୍ସବ ଉପରେ ଆମେରିକାର ଆକ୍ରମଣ, ଶିଶୁ ସମେତ ୫ ମୃତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay