Share this article:
ଭୁବନେଶ୍ୱର, ଅଗଷ୍ଟ ୩୧, ୨୦୨୬: ସଞ୍ଜୟ ଘୋଡ଼ାୱତ୍ ଗ୍ରୁପ୍ର ଆଭିଏସନ୍ ସଂସ୍ଥା ଷ୍ଟାର୍ ଏୟାର୍ ଓଡ଼ିଶାକୁ ୨୪ଟି ନୂତନ ସାପ୍ତାହିକ ଫ୍ଲାଇଟ୍ର ଶୁଭାରମ୍ଭ କରିଛି। ପହଞ୍ଚଯୋଗ୍ୟ, ନିର୍ଭରଯୋଗ୍ୟ ଓ ସୁବିଧାଜନକ ଏୟାର୍ କନେକ୍ଟିଭିଟି ପ୍ରଦାନ କରିବା ପାଇଁ ଏୟାରଲାଇନ୍ର ପ୍ରତିବଦ୍ଧତା କ୍ଷେତ୍ରରେ ଏହା ଏକ ବଡ଼ ସଫଳତା ସାବ୍ୟସ୍ତ ହୋଇଛି।
ଏହି ସମ୍ପ୍ରସାରଣରେ ହାଇଦ୍ରାବାଦ୍ ଓ ଭୁବନେଶ୍ୱର ମଧ୍ୟରେ ଏକ ପ୍ରତ୍ୟକ୍ଷ ସେବା ସହିତ ଭୁବନେଶ୍ୱର-ଝାରସୁଗୁଡ଼ା ମଧ୍ୟରେ ସଂଯୋଗର ପୁନଃସ୍ଥାପନ ଭଳି ବହୁପ୍ରତୀକ୍ଷିତ ଲଞ୍ଚ୍ ସାମିଲ ରହିଛି। ଏହି ଉଭୟ ରୁଟ୍ରେ ଆସନ୍ତା ସେପ୍ଟେମ୍ବର ୪ ତାରିଖ ୨୦୨୬ରୁ ବିମାନ ପରିଚାଳନା ଆରମ୍ଭ ହେବ।
ଓଡ଼ିଶାର ପ୍ରମୁଖ ଗନ୍ତବ୍ୟସ୍ଥଳୀଗୁଡ଼ିକ ସହ ତେଲେଙ୍ଗାନାକୁ ସଂଯୋଗ କରୁଥିବା ଗୁରୁତ୍ୱପୂର୍ଣ୍ଣ ଏୟାର୍ କରିଡର୍କୁ ସୁଦୃଢ଼ କରି ଷ୍ଟାର୍ ଏୟାର୍ ବିଜନେସ୍ ପ୍ରଫେସନାଲ୍, ଛାତ୍ରଛାତ୍ରୀ, ପରିବାର ଓ ଭ୍ରମଣକାରୀଙ୍କ ଆବଶ୍ୟକତା ପୂରଣ କରିଛି। ହାଇଦ୍ରାବାଦ୍ ଓ ଭୁବନେଶ୍ୱର ମଧ୍ୟରେ ପ୍ରତ୍ୟକ୍ଷ ସେବା, ହାଇଦ୍ରାବାଦ୍ ଭଳି ଭାରତର ଏକ ପ୍ରମୁଖ ଆଇଟି, ଫାର୍ମାସ୍ୟୁଟିକାଲ୍, ସ୍ୱାସ୍ଥ୍ୟସେବା, ଶିକ୍ଷା ଓ ବ୍ୟବସାୟ କ୍ଷେତ୍ର ସହ ଓଡ଼ିଶାର ରାଜଧାନୀକୁ ସଂଯୋଗ କରିବା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏଥିସହିତ ହାଇଦ୍ରାବାଦ୍-ଭୁବନେଶ୍ୱର ଫ୍ଲାଇଟ୍, ପୁରୀ ଏବଂ କୋଣାର୍କ ଭଳି ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ଓ ସାଂସ୍କୃତିକ ଗନ୍ତବ୍ୟସ୍ଥଳୀଗୁଡ଼ିକ ପାଇଁ ସହଜ ପହଞ୍ଚ ପ୍ରଦାନ କରିବ।
ସେହିପରି ଭୁବନେଶ୍ୱର-ଝାରସୁଗୁଡ଼ା ସେବା ପୂର୍ବ ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଅନ୍ତର ଦୂର କରିବା ସହ ରାଜ୍ୟ ରାଜଧାନୀକୁ ଝାରସୁଗୁଡ଼ାର ଇଣ୍ଡଷ୍ଟ୍ରିଆଲ୍ ପାୱାରହାଉସ୍ ଏବଂ ବିସ୍ତୃତ ସମ୍ବଲପୁର ଅଞ୍ଚଳ ସହ ସଂଯୋଗ କରିବ। ଏହି ଫ୍ଲାଇଟ୍ ସପ୍ତାହକୁ ୬ ଦିନ ସୋମବାର, ମଙ୍ଗଳବାର, ଗୁରୁବାର, ଶୁକ୍ରବାର, ଶନିବାର ଓ ରବିବାର ପରିଚାଳିତ ହେବ।
ଏହି ନୂତନ ସେବା ସମ୍ପର୍କରେ ଷ୍ଟାର୍ ଏୟାର୍ର ମୁଖ୍ୟ ବାଣିଜ୍ୟିକ ଓ ମାର୍କେଟିଂ ଅଧିକାରୀ ଶିଳ୍ପା ଭାଟିଆ କହିଛନ୍ତି ଯେ, ଡାଇରେକ୍ଟ ହାଇଦ୍ରାବାଦ୍-ଭୁବନେଶ୍ୱର ଫ୍ଲାଇଟ୍ର ଶୁଭାରମ୍ଭ ଏବଂ ଭୁବନେଶ୍ୱର-ଝାରସୁଗୁଡ଼ା ସେବାର ପୁନଃଆରମ୍ଭ ସହିତ ତେଲେଙ୍ଗାନା ଓ ଓଡ଼ିଶା ମଧ୍ୟରେ ସଂଯୋଗ ସୁଦୃଢ଼ ହେବା ସହ ଅଞ୍ଚଳର ପ୍ରମୁଖ ଗନ୍ତବ୍ୟସ୍ଥଳୀଗୁଡ଼ିକ ପାଇଁ ପହଞ୍ଚ ପୂର୍ବାପେକ୍ଷା ଅଧିକ ସହଜ ହୋଇଛି। ଏହି ସେବାଗୁଡ଼ିକୁ ବ୍ୟବସାୟ ଭ୍ରମଣକାରୀ, ଛାତ୍ରଛାତ୍ରୀ ଓ ପରିବାରଗୁଡ଼ିକର ଆବଶ୍ୟକତା ପୂରଣ ପାଇଁ ଡିଜାଇନ୍ କରାଯାଇଛି। ଷ୍ଟାର୍ ଏୟାର୍ ଆଞ୍ଚଳିକ ଅର୍ଥନୀତିଗୁଡ଼ିକୁ ସଶକ୍ତ କରିବା, ସମୁଦାୟଗୁଡ଼ିକୁ ସଂଯୋଗ କରିବା ଏବଂ ଭାରତର ଅଧିକାଂଶ ସ୍ଥାନ ପାଇଁ ପହଞ୍ଚକୁ ସହଜ କରିବା ପାଇଁ ସଦାସର୍ବଦା ପ୍ରତିବଦ୍ଧ।
ନୂଆ ରୁଟ୍, ଆଧୁନିକ ବିମାନ ଏବଂ ଉନ୍ନତ ଯାତ୍ରୀ ଅନୁଭୂତି କ୍ଷେତ୍ରରେ ଷ୍ଟାର୍ ଏୟାର୍ର ନିରନ୍ତର ନିବେଶ ସରକାରଙ୍କ ଉଡାନ୍ (ଉଡେ ଦେଶ୍ କା ଆମ୍ ନାଗରିକ୍) ଅଭିଯାନ ସହ ସମନ୍ୱିତ ରହିଛି, ଯାହା ଭାରତର ଅର୍ଥନୈତିକ ବିକାଶ ଓ ଗତିଶୀଳତାରେ ବିଶେଷ ସହଯୋଗ କରିବ। ସମସ୍ତ ନୂତନ ଓ ପୁନଃସ୍ଥାପିତ ରୁଟ୍ଗୁଡ଼ିକ ପାଇଁ ଟିକେଟ୍ ଏବେ ବୁକିଂ ପାଇଁ ଅଫିସିଆଲ୍ ୱେବସାଇଟ୍ ଏବଂ ଅଗ୍ରଣୀ ଟ୍ରାଭେଲ୍ ପ୍ଲାଟଫର୍ମଗୁଡ଼ିକରେ ଉପଲବ୍ଧ ରହିଛି। ଯାତ୍ରୀମାନଙ୍କୁ ଏହି ଉନ୍ନତ ସଂଯୋଗଗୁଡ଼ିକ ପ୍ରଦାନ କରୁଥିବା ବର୍ଦ୍ଧିତ ନମନୀୟତା ଓ ସହଜତାର ଲାଭ ପାଇବା ପାଇଁ ଯଥାଶୀଘ୍ର ଟିକେଟ୍ ବୁକ୍ କରିବା ପାଇଁ ପ୍ରୋତ୍ସାହିତ କରାଯାଉଛି।
About the Author
Author
Post navigation
Previous: ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡାଙ୍କୁ ମିଳିଲା ଜାମିନNext: ଜାତୀୟ କ୍ରୀଡ଼ା ଦିବସ ଅବସରରେ : ପଲ୍ଲୀରୁ ଦିଲ୍ଲୀ ଯାଏଁ ଟିପିଏସ୍ଓଡିଏଲର "କ୍ୟାଚ୍ ଦେମ୍ ୟଙ୍ଗ" ଅଭିଯାନର ଜୟଯାତ୍ରା
