Share this article:
କଟକ: ଓକିଲ ପୀତବାସ ପଣ୍ଡା ହତ୍ୟା ମାମଲାରେ ପୂର୍ବତନ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଓଡ଼ିଶା ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିଛି। ଏହି ମାମଲାରେ ବ୍ରହ୍ମପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତ ପୂର୍ବରୁ ବିକ୍ରମ ପଣ୍ଡାଙ୍କ ଜାମିନ ଆବେଦନ ଖାରଜ କରିଥିଲେ। ଏହାପରେ ସେ ଜାମିନ ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ।
ଓକିଲ ପୀତବାସ ପଣ୍ଡାଙ୍କୁ ୨୦୨୫ ଅକ୍ଟୋବର ୬ ତାରିଖ ରାତିରେ ଗୁଳି କରି ହତ୍ୟା କରାଯାଇଥିଲା। ସେ ଘରକୁ ଫେରୁଥିବା ସମୟରେ ରାତି ପ୍ରାୟ ୧୦ଟା ବେଳେ ତାଙ୍କ ଘର ନିକଟରେ ଏହି ଘଟଣା ଘଟିଥିଲା। ଗୁଳିମାଡ଼ରେ ଗୁରୁତର ଆହତ ପୀତବାସଙ୍କୁ ତୁରନ୍ତ ବ୍ରହ୍ମପୁରର MKCG ମେଡିକାଲ କଲେଜ ଓ ହସ୍ପିଟାଲକୁ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ପୋଲିସର କହିବା ଅନୁସାରେ, ଏହି ହତ୍ୟାକାଣ୍ଡ ପଛରେ ପୂର୍ବତନ ବ୍ରହ୍ମପୁର ମହାନଗର ନିଗମ ମେୟର ପିଣ୍ଟୁ ଦାସଙ୍କ ସହ ବିକ୍ରମ ପଣ୍ଡା ମୁଖ୍ୟ ଷଡ଼ଯନ୍ତ୍ରକାରୀ ଥିବା ଅଭିଯୋଗ ରହିଛି। ରାଜନୈତିକ, ବ୍ୟକ୍ତିଗତ ଓ ଆର୍ଥିକ କାରଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି।
About the Author
Author
Post navigation
Previous: ୯୪ ରନ୍ରେ ଥାଇଲାଣ୍ଡ ଚିତ୍, ଏସିଆ କପ୍ରେ ଭାରତର ବିଜୟ ଅଭିଯାନNext: ଓଡ଼ିଶାକୁ ଷ୍ଟାର୍ ଏୟାର୍ର ବଡ଼ ଭେଟି: ଆରମ୍ଭ ହେଲା ୨୪ଟି ନୂଆ ସାପ୍ତାହିକ ଫ୍ଲାଇଟ୍, ସଂଯୋଗ ହେବ ହାଇଦ୍ରାବାଦ୍ ଓ ଝାରସୁଗୁଡ଼ା
