Dailyhunt
ପ୍ରଥମ ଦିନରେ ୧୭ ହଜାର ସ୍ୱଗଣନା

ପ୍ରଥମ ଦିନରେ ୧୭ ହଜାର ସ୍ୱଗଣନା

Yuva Samay 1 week ago

ଭୁବନେଶ୍ୱର,୦୨/୦୪:ଜନ ଗଣନା କୁ ନେଇ ଆସିଲା ବଡ଼ ଅପଡେଟ । ପ୍ରଥମ ଦିନରେ ୧୭ ହଜାର ଲୋକ କରିଛନ୍ତି ନିଜର ଜନ ଗଣନା । ଡିଜିଟାଲ ପ୍ରକ୍ରିୟା ରେ ଜନ ଗଣନା କରିଥିବା ନେଇ ସୂଚନା ଦେଲେ ଜନ ଗଣନା ନିର୍ଦ୍ଦେଶକ ନିଖିଲି ପବନ କଲ୍ୟାଣ । ସେପଟେ କେମିତି ଚାଲିଛି ଜନଗଣନା ବୈଠକ ଡାକି ଆଲୋଚନା କରିଛନ୍ତି ମୁଖ୍ୟ ଶାସନ ସଚିବ । ଜନଗଣନା ସମନ୍ୱୟ କମିଟି ର ଦ୍ଵିତୀୟ ବୈଠକ ରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ବିଭିନ୍ନ ବିଭାଗର ସଚିବ ଓ ଉନ୍ନୟନ କମିଶନର ଙ୍କ ସମେତ ବରିଷ୍ଠ ଅଧିକାରୀ ମାନେ ହୋଇଥିଲେ ସାମିଲ ।

ଆତ୍ମ ଗଣନା ପ୍ରକ୍ରିୟାରେ ଅଧିକ ରୁ ଅଧିକ ସାମିଲ ହେବା ପାଇଁ ସାଧାରଣ ଲୋକଙ୍କୁ ଅପିଲ କରିଛନ୍ତି ଉଭୟ ମୁଖ୍ୟ ଶାସନ ସଚିବ ଓ ଜନ ଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ ।


Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay