Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବାର କେନ୍ଦ୍ର ପାଲଟିଛି ସମ୍‌

Yuva Samay 3 weeks ago

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ ପୂର୍ବ ଭାରତରେ ସ୍ୱାସ୍ଥ୍ୟସେବା ଓ ଗବେଷଣା କ୍ଷେତ୍ରରେ ପ୍ରମୁଖ କେନ୍ଦ୍ର ପାଲଟିଛି । ହସ୍ପିଟାଲର ଟ୍ରାନ୍ସଫ୍ୟୁଜନ୍ ମେଡିସିନ ବିଭାଗରେ ନିଆଯାଇଥିବା ଆଧୁନିକ ବ୍ୟବସ୍ଥାର ପଦକ୍ଷେପ ରକ୍ତ ସୁରକ୍ଷା ମାନଦଣ୍ଡରେ ଉଲ୍ଲେଖନୀୟ ସୁଧାର ଆଣିଛି ବୋଲି ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ପରିଚାଳିତ ଆଇଏମଏସ୍ ଆଣ୍ଡ ସମ୍ ହସ୍ପିଟାଲଠାରେ ଆଧୁନିକ ସ୍ୱାସ୍ଥ୍ୟ ସେବା ପ୍ରଣାଳୀରେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍‌ର ଗୁରୁତ୍ୱକୁ ନେଇ 'ଇଣ୍ଡିଆନ୍ ସୋସାଇଟି ଅଫ୍ ବ୍ଲଡ୍ ଟ୍ରାନ୍ସଫ୍ୟୁଜନ୍ ଆଣ୍ଡ ଇମ୍ୟୁନୋହେମାଟୋଲୋଜି'(ଆଇଏସ୍‌ବିଟିଆଇ) ଓଡିଶା ରାଜ୍ୟ ଶାଖା ପକ୍ଷରୁ ଦୁଇ ଦିନିଆ ସମ୍ମିଳନୀକୁ ମନ୍ତ୍ରୀ ଶ୍ରୀ ବଳସାମନ୍ତ ଉଦ୍‌ଘାଟନ କରି କହିଥିଲେ ସମ୍‌ର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗ ଓଡିଶାରେ ନୂତନ ମାଇଲ ଖୁଂଟ ସ୍ଥାପନ କରିଛି । ଆଇଏସ୍‌ବିଟିଆଇ ରାଜ୍ୟ ଶାଖା ସହଯୋଗରେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଶୀର୍ଷକ କର୍ମଶାଳାରେ ସମ୍ ହସ୍ପିଟାଲର ପୋଷ୍ଟ ଗ୍ରାଜୁଏଟ୍ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ଭୁବନେଶ୍ୱର କ୍ୟାମ୍ପସ୍‌-୧, ଫୁଲନଖରା କ୍ୟାମ୍ପସ-୨ ସମେତ ସମ୍ ଅଲ୍ଟିମେଟ୍ ମେଡିକେୟାର ସାମିଲ ହୋଇଥିଲା ।

ଆଇଏସ୍‌ବିଟିଆଇର ନ୍ୟାସ୍‌ନାଲ୍ ପ୍ରେସିଡେଂଟ ଡାକ୍ତର ୟୁଧବୀର ସିଂ କହିଥିଲେ ଯେ ଏହି ସଂସ୍ଥାର ଲକ୍ଷ୍ୟ ହେଉଛି ରୋଗୀଙ୍କ ପାଇଁ ୧୦୦% ରକ୍ତର ଉପଲବ୍ଧତା ସୁନିଶ୍ଚିତ କରାଇବା । ସେ କହିଥିଲେ ଯେ ୧୯୭୧ର ଭାରତ- ପ୍ରାକ୍ ଯୁଦ୍ଧରେ ଆହତ ସୈନିକ ମାନଙ୍କର ରକ୍ତ ଆବଶ୍ୟକ ହୋଇଥିଲା । ଏହି ପରିପ୍ରେକ୍ଷୀରେ ୧୯୭୨ରେ ଆଇଏସ୍‌ବିଟିଆଇ ସ୍ଥାପନ କରାଯାଇଥିଲା ।
ରକ୍ତ ଯୋଗାଇବା କ୍ଷେତ୍ରରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ସମଗ୍ର ଓଡିଶାରେ ଉଲ୍ଲେଖନୀୟ ପଦକ୍ଷେପ ନେଇ ନେତୃତ୍ୱ ପ୍ରଦାନ କରିବା ଦରକାର ବୋଲି ସେ କହିଥିଲେ ।

ଆଇଏସ୍‌ବିଟିଆଇ (ମୋଟିଭେସନାଲ) ଭାଇସ୍ ପ୍ରେସିଡେଂଟ ଡାକ୍ତର ଟି.ଆର. ରୈନା କହିଥିଲେ ଯେ ସାରା ଦେଶରେ ସ୍ୱେଚ୍ଛାକୃତ ରକ୍ତଦାନ ନିଶ୍ଚିତ କରିବା ହେଉଛି ଆଇଏସ୍‌ବିଟିଆଇର ମୂଳମନ୍ତ୍ର । ଆଇଏସ୍‌ବିଟିଆଇ ସାଧାରଣ ସମ୍ପାଦିକା ଡାକ୍ତର ସଙ୍ଗୀତା ପାଠକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ।

ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲ(ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ)ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର କହିଥିଲେ ଯେ ଏଠାରେ ଏପର୍ଯ୍ୟନ୍ତ ୩ଟି ସିଏଆର-ଟି ପ୍ରକ୍ରିୟା ସହିତ ୧୦୦ରୁ ଅଧିକ ବୋନ୍ ମ୍ୟାରୋ ଟ୍ରାନ୍ସପ୍ଳାଟେଂସନ୍ କରାଯାଇଛି । ଭାରତରେ ହୋଇଥିବା ପ୍ରଥମ ୩ଟି ସିଏଆର -ଟି ପ୍ରକ୍ରିୟା ମଧ୍ୟରୁ ଗୋଟିଏ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ହୋଇଥିଲା ବୋଲି ସେ କହିଥିଲେ । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନସେସ୍ ଆଣ୍ଡ ସମ୍ ହସ୍ପିଟାଲର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର ମୁଖ୍ୟ ପ୍ରଫେସର (ଡାକ୍ତର)ଗିରିଜା ନନ୍ଦିନୀ କାନୁନ୍‌ଗୋ କହିଥିଲେ ଯେ ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ଆଧୁନିକ ଚିକିତ୍ସା ପଦ୍ଧତିର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଛି ।

ଏହି ସମ୍ମିଳନୀର ଆୟୋଜକ ସମ୍ପାଦକ ତଥା ସମ୍ ଅଲ୍ଟିମେଟ୍ ମେଡିକେୟାରର ଟ୍ରାନ୍ସଫ୍ୟୁଜନ୍ ମେଡିସିନ୍ ବିଭାଗର କନ୍‌ସଲ୍‌ଟାଂଟ ଆଣ୍ଡ ଇନ୍‌ଚାର୍ଜ ଡାକ୍ତର ନାଲାଗୋଣ୍ଡଲା ତୁଳସୀରାମ ଧନ୍ୟବାଦ ଅର୍ପଣ କରିଥିଲେ ।


About the Author

Author


Post navigation
Previous: ବେଦାନ୍ତ ଆଲୁମିନିୟମ ଝାରସୁଗୁଡାରେ ଭେଦକ୍ଷତା ତାଲିମ ପଦକ୍ଷେପ ମାଧ୍ୟମରେ ଯୁବ ନିଯୁକ୍ତିକୁ ସୁଦୃଢ଼ କରିଛିNext: ରବିବାର, ୩୧ ମେ ୨୦୨୬ ପାଇଁ ଆପଣଙ୍କ ରାଶିଫଳ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay