Share this article:
ଭଲ ସ୍ୱାସ୍ଥ୍ୟ ପାଇଁ ପର୍ଯ୍ୟାପ୍ତ ନିଦ୍ରା କେତେ ଜରୁରୀ, ଏହା ସମସ୍ତେ ଜାଣନ୍ତି। କିନ୍ତୁ ଠିକ୍ କେଉଁ ସମୟରେ ଶୋଇବା ଉଚିତ, ସେ ବିଷୟରେ ଅଧିକ ଚର୍ଚ୍ଚା ହୁଏ ନାହିଁ।
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ, ରାତି ୧୧ଟା ପୂର୍ବରୁ ଶୋଇବା ଶରୀର ପାଇଁ ଅତ୍ୟନ୍ତ ଭଲ। ଏହା ଶରୀରର ପ୍ରାକୃତିକ ଘଣ୍ଟା ବା ସର୍କାଡିଆନ୍ ରିଦମ୍କୁ ସଠିକ୍ ଭାବେ ଚାଲିବାରେ ସାହାଯ୍ୟ କରେ।
ଫଳରେ ଶରୀର ଓ ମନ ନିଜର ନିୟମିତ ଚକ୍ର ଅନୁସାରେ କାମ କରିଥାଏ।
ଶୋଇବା ସମୟରେ ଶରୀର ନିଜକୁ ସୁସ୍ଥ କରିବାର କାମ କରେ। ଏହି ସମୟରେ ଶରୀରର କ୍ଷତିଗ୍ରସ୍ତ କୋଷର ମରାମତି, ହର୍ମୋନ୍ର ସନ୍ତୁଳନ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଭଳି କାର୍ଯ୍ୟ ହୋଇଥାଏ।
ଗବେଷଣାରୁ ଜଣାପଡ଼ିଛି ଯେ, ଯେଉଁମାନେ ପ୍ରତିଦିନ ରାତି ୧୧ଟା ପୂର୍ବରୁ ଶୋଇଥାନ୍ତି ଏବଂ ଭଲ ନିଦ୍ରା ନିଅନ୍ତି, ସେମାନେ ସକାଳେ ଅଧିକ ଫ୍ରେସ୍ ଓ ଉତ୍ସାହିତ ଅନୁଭବ କରନ୍ତି।
ଶୀଘ୍ର ଶୋଇବାର ଅଭ୍ୟାସ ଦ୍ୱାରା ଏକାଗ୍ରତା ଓ ସ୍ମରଣ ଶକ୍ତି ବଢ଼ିପାରେ। ଏହା ସହ ଦିନର କାମ ଭଲ ଭାବେ କରିବାରେ ସହାୟତା ମିଳେ। ନିୟମିତ ଭଲ ନିଦ୍ରା ଦିନର ଥକାଣ ଓ ଅଳସତା କମାଇବା ସହ ମନକୁ ଖୁସି ରଖେ।
ବିଭିନ୍ନ ଅଧ୍ୟୟନ ଅନୁସାରେ, ନିୟମିତ ସମୟରେ ଶୋଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣରେ ରହିପାରେ। ଏହା ହୃଦ୍ରୋଗ ଭଳି ଗୁରୁତର ରୋଗର ଆଶଙ୍କା କମାଇବାରେ ମଧ୍ୟ ସହାୟକ ହୋଇପାରେ।
ଠିକ୍ ସମୟରେ ଶୋଇବା ମାନସିକ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ। ଏହା ଚାପ, ଚିନ୍ତା ଓ ମାନସିକ ଅସ୍ଥିରତା କମାଇବାରେ ସାହାଯ୍ୟ କରେ।
ଭଲ ନିଦ୍ରା ପାଇଁ ଶୋଇବାର ଏକ ଘଣ୍ଟା ପୂର୍ବରୁ ମୋବାଇଲ୍ ଫୋନ୍ ବ୍ୟବହାର କମାଇବା ଉଚିତ। ରାତିରେ ଅଧିକ ଭାରୀ ଖାଦ୍ୟ ଖାଇବା ଓ କଫିନ୍ ଥିବା ପାନୀୟ ପିଇବାରୁ ଦୂରେଇ ରହିଲେ ଶୀଘ୍ର ନିଦ୍ରା ଆସିବାରେ ସହାୟତା ମିଳିଥାଏ।
ସୁସ୍ଥ ଓ ନିୟମିତ ନିଦ୍ରା ପାଇଁ ଏକ ଭଲ ଶୋଇବା ରୁଟିନ୍ ତିଆରି କରିବା ଆବଶ୍ୟକ। ଶୋଇବା ପୂର୍ବରୁ ବହି ପଢ଼ିବା କିମ୍ବା ଶାନ୍ତ ସଙ୍ଗୀତ ଶୁଣିବା ଭଳି ଅଭ୍ୟାସ ଭଲ ନିଦ୍ରା ଆଣିବାରେ ସହାୟକ ହୋଇପାରେ।
About the Author
Author
Post navigation
Previous: ଜାପାନରେ ଭୟଙ୍କର ଭୂମିକମ୍ପ, ମୃତ୍ୟୁ ସଂଖ୍ୟା ୩୮କୁ ବୃଦ୍ଧିNext: ଚୌଦ୍ୱାର-କଟକରେ ସଂଗଠନକୁ ମଜବୁତ କରିବ ବିଜେଡି, ଗଠନ ହେଲା ସମନ୍ୱୟ କମିଟି
