Dailyhunt
ସବୁ ସହରାଞ୍ଚଳ ପାଇଁ PNG ସଂଯୋଗ: ମନ୍ତ୍ରୀ

ସବୁ ସହରାଞ୍ଚଳ ପାଇଁ PNG ସଂଯୋଗ: ମନ୍ତ୍ରୀ

Yuva Samay 1 week ago

ଭୁବନେଶ୍ୱର,୦୨/୦୪:ସହରାଞ୍ଚଳରେ ପିଏନଜି ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ପିଏନଜି କନେକ୍ସନ ନେଇଥିଲେ ଏଲପିଜି ମଳିବ ନାହିଁ ।3 ମାସ ମଧ୍ୟରେ ରାଜ୍ୟର ବଡ଼ ବଡ଼ ସହର ଗୁଡିକରେ ପିଏନଜି କନେକ୍ସନ ପାଇଁ କମ୍ପାନୀ ଗୁଡିକୁ ନିର୍ଦ୍ଦେଶ । ଗ୍ରାମାଞ୍ଚଳରେ ଜାରି ରହିବ ଏଲପିଜି ଗ୍ୟାସ । ଏଲପିଜି ନେଇଥିବା ହିତାଧିକାରୀଙ୍କ ହେବ ଇ-କେ୍ୱାଇସି ।

ଲୋକ ସେବା ଭବନରେ ତୈଳ କମ୍ପାନୀ ସହ ବୈଠକ ପରେ ଯୋଗାଣ ମନ୍ତ୍ରୀଙ୍କ ସୂଚନା । ସହରଞ୍ଚଳ ଗୁଡିକରେ ଭଡା ନେଇଥିବା ଲୋକ ମଧ୍ୟ ପିଏନଜି କନେକ୍ସନ ନେଇ ପାରିବେ । ବୈଠକରେ ନଗର ଉନୟନ୍ନ ମନ୍ତ୍ରୀଙ୍କ ସହ ଯୋଗାଣ ସଚିବ ଏବଂ ତେଲ କମ୍ପାନୀର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।


Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay