Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

SIR ଅଭିଯାନ ଆରମ୍ଭ; ୩.୩୩ କୋଟି ଭୋଟରଙ୍କ ତଥ୍ୟ ଯାଞ୍ଚ ହେବ

Yuva Samay 4 months ago

ଭୁବନେଶ୍ୱର, ୩୦/୦୫ : ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ଭୋଟର ତାଲିକାର ସଂଶୋଧନ ବା ସ୍ପେଶାଲ ଇଣ୍ଟେନସିଭ୍ ରିଭିଜନ (SIR) ଅଭିଯାନ। ଭୋଟର ତାଲିକାକୁ ଅଧିକ ସ୍ୱଚ୍ଛ, ନିର୍ଭୁଲ ଏବଂ ଅଦ୍ୟତନ କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଜୁନ୍ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ।

ଏହି ପ୍ରକ୍ରିୟାରେ ରାଜ୍ୟର ୩ କୋଟି ୩୩ ଲକ୍ଷ ୯୯ ହଜାରରୁ ଅଧିକ ପଞ୍ଜୀକୃତ ଭୋଟର ସାମିଲ ହେବେ।

ଏଥିପାଇଁ ୪୫ ହଜାର ୨୫୫ ଜଣ ପ୍ରଶିକ୍ଷିତ ବୁଥ୍ ଲେଭଲ୍ ଅଫିସର (BLO) ନିଯୁକ୍ତ ହୋଇଛନ୍ତି। ସେମାନେ ଘରକୁ ଘର ବୁଲି ଭୋଟରଙ୍କ ତଥ୍ୟ ଯାଞ୍ଚ କରିବା ସହ ପ୍ରତ୍ୟେକ ଭୋଟରଙ୍କୁ ଦୁଇଟି ଲେଖାଏଁ ଏନୁମେରେସନ ଫର୍ମ ପ୍ରଦାନ କରିବେ।

ଭୋଟରମାନେ ଏହି ଫର୍ମରେ ନିଜର ବ୍ୟକ୍ତିଗତ ତଥ୍ୟ, ପରିବାରର ବିବରଣୀ ଏବଂ ୨୦୦୨ ମସିହାର ଭୋଟର ତାଲିକା ସମ୍ପର୍କିତ ସୂଚନା ସଠିକ୍ ଭାବେ ପୂରଣ କରିବେ। ପୂରଣ ହୋଇଥିବା ଫର୍ମର ଗୋଟିଏ କପି BLOଙ୍କୁ ପ୍ରଦାନ କରିବାକୁ ହେବ।

ଫର୍ମ ସଂଗ୍ରହ ପାଇଁ BLOମାନେ ପ୍ରତିଦିନ ଅପରାହ୍ନ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ନିଜ ନିଜ ମତଦାନ କେନ୍ଦ୍ରରେ ଉପସ୍ଥିତ ରହିବେ। ଏହି ଅଭିଯାନରେ ପ୍ରମୁଖ ରାଜନୈତିକ ଦଳମାନେ ମଧ୍ୟ ନିଜ ନିଜର ବୁଥ୍ ସ୍ତରୀୟ ଏଜେଣ୍ଟ ନିଯୁକ୍ତ କରିଛନ୍ତି।

SIR ପ୍ରକ୍ରିୟା ପରେ ଜୁଲାଇ ୫ ତାରିଖରେ ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପାଇବ। ଜୁଲାଇ ୫ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଭୋଟରମାନେ ଆପତ୍ତି ଓ ଅଭିଯୋଗ ଦାଖଲ କରିପାରିବେ। ସମସ୍ତ ଆପତ୍ତିର ସମାଧାନ ପରେ ଅକ୍ଟୋବର ୬ ତାରିଖରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରାଯିବ।

ନିର୍ବାଚନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଗଣତାନ୍ତ୍ରିକ କରିବା ପାଇଁ ସମସ୍ତ ଭୋଟରଙ୍କୁ ଏହି ଅଭିଯାନରେ ସକ୍ରିୟ ସହଯୋଗ କରିବାକୁ ନିର୍ବାଚନ କର୍ତ୍ତୃପକ୍ଷ ଅନୁରୋଧ କରିଛନ୍ତି।


About the Author

Author


Post navigation
Previous: ଓଡ଼ିଶାବାସୀଙ୍କୁ ଆଶ୍ୱସ୍ତି ! କମିବ ଗ୍ରୀଷ୍ମ ପ୍ରବାହ; ବିଜୁଳି, ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନାNext: ଗ୍ରାହକଙ୍କୁ ବଡ଼ ଝଟକା; ୧୦ ପ୍ରତିଶତ ମହଙ୍ଗା ହେଲା ବିଦ୍ୟୁତ୍

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay